Posted inଖେଳ

ଜାତୀୟ ରାଲି ଚାମ୍ପିୟନଶିପ:ଗୌରବଙ୍କ କାର୍‌ ଦୁର୍ଘଟଣାରେ ୩ ମୃତ

ବାରମେର(ରାଜସ୍ଥାନ),୨୧।୯(ପି.ଟି.)- ଏକ ଅଭାବନୀୟ ଘଟଣାକ୍ରମେରେ ଭାରତୀୟ ରାଲି ଡ୍ରାଇଭର ଗୌରବ ଗିଲ୍‌ଙ୍କ କାର୍‌ ଏକ ମୋଟରସାଇକେଲଙ୍କୁ ଧକ୍କା ଦେବା ଫଳରେ ୩ଜଣ ମୃତ୍ୟୁ ବରଣ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଗୌରବ ଦେଶର ପ୍ରଥମ ମୋଟରସ୍ପୋଟର୍‌ସ ଡ୍ରାଇଭର ହିସାବରେ ଅର୍ଜୁନ ପୁରସ୍କାର ହାସଲ କରିଥିଲେ। ଏହି ଦୁର୍ଘଟଣାରେ ଗୌରବ ମଧ୍ୟ ଆହତ ହୋଇଛନ୍ତି ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ଏଠାରେ ମ୍ୟାକ୍ସପେରିଏନ୍ସ ରାଲି ଏଫ୍‌ଏମ୍‌ଏସ୍‌ସିଆଇ ଭାରତୀୟ ନ୍ୟାଶନାଲ ଚାମ୍ପିୟନଶିପ ରାଉଣ୍ଡ-୩ ଅବସରରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା।
ଏହି ଦୁର୍ଘଟଣାରେ ନରେନ୍ଦ୍ର, ତାଙ୍କ ପତ୍ନୀ ପୁଷ୍ପା ଓ ଏମାନଙ୍କ ପୁଅ ଜିତେନ୍ଦ୍ର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ପରେ ରାଲିକୁ ବାତିଲ କରାଯାଇଛି। ଷ୍ଟେଜ୍‌-୧ରେ ଗୌରବ ଘଣ୍ଟାପ୍ରତି ୧୪୫ କି.ମି. ବେଗରେ ଗାଡି ଚଳାଉଥିଲେ। ୫ରୁ ୧୦ ମିଟର ମଧ୍ୟରେ ସେ ହଠାତ ଗାଡିକୁ ବାମ୍‌ ପଟକୁ ନେଉଥିବା ବେଳେ ମୋଟରସାଇକେଲ ସହ କାରର ଧକ୍କା ହୋଇଥିଲା। ଗାଡିକୁ ରୋକିବା ପାଇଁ ଗୌରବ ଚେଷ୍ଟ କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ।
ପ୍ରତିଯୋଗିତା ଚାଲୁଥିବା ବେଳେ ବ୍ୟାରିକେଡ ଭାଙ୍ଗି ରାସ୍ଥା ଉପରକୁ ନ ଆସିବାକୁ ଆମେ ବାରମ୍ବାର ସତର୍କ କରାଇଥିଲେ ମଧ୍ୟ ଗାଁ ଲୋକେ ଏହାକୁ ଖରି କରୁନାହାନ୍ତି। ଯାହାଫଳରେ ଏଭଳି ଦୁର୍ଘଟଣା ଘଟୁଛି ବୋଳି ଆଇଏନ୍‌ଆରସି ପ୍ରମୋଟର ଭାମସି ମେର୍ଲା କହିଛନ୍ତି। ୧୫ ଦିନ ଆଗରୁ ରାସ୍ତା ବନ୍ଦ ହୋଇଛି ବୋଲି ଆମେ ବାରମ୍ବାର ସତର୍କ କରାଇ ଆସିଛୁ। ଫିଲ୍ଡ ମାର୍ଶାଲଙ୍କ ସହ ନରେନ୍ଦ୍ର ଯୁକ୍ତିତର୍କ କରିଥିଲେ। ଏହି ଅବସରରେ ସୁବିଧା ଦେଖି ନରେନ୍ଦ୍ର ବ୍ୟାରିକେଡ ଭାଙ୍ଗି ଟ୍ରାକ୍‌ ଉପରକୁ ଚାଲିଯାଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ସେ କହିଛନ୍ତି। ଅତ୍ୟଧିକ ବେଗରେ ଥିବାରୁ ଗୌରବ ଗାଡିକୁ ରୋକିବାରେ ବିଫଳ ହୋଇଥିଲେ। ସବୁ ପ୍ରକାର ବିହିତ ବ୍ୟବସ୍ଥା ଗ୍ରହଣ କରିଥିଲେ ମଧ୍ୟ ଏଭଳି ଦୁର୍ଘଟଣା ଘଟିବା ନିହାତି ଦୁର୍ଭାଗ୍ୟଜନକ ବୋଲି ଏଫ୍‌ଏସ୍‌ସିଆଇ ଅଧ୍ୟକ୍ଷ ଜେ. ପୃଥ୍ବୀରାଜ କହିଛନ୍ତି। ନରେନ୍ଦ୍ର ଶୋକସନ୍ତପ୍ତ ପରିବାରକୁ ଆମେ ସମବେଦନା ଜଣାଉଛୁ। ପୂରା ମୋଟୋରସ୍ପୋଟର୍‌ସ ପରିବାର ନେରେନ୍ଦ୍ରଙ୍କ ପରିବାର ସହ ବିପଦ ବେଳେ ଆମେ ଛିଡ଼ା ହୋଇଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri