ଜଳକଷ୍ଟ ଭୋଗୁଛନ୍ତି ଗନ୍ଧିଗୁଡ଼ା ଗ୍ରାମବାସୀ

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.) – ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ପାପରମେଟେଲା ପଞ୍ଚାୟତର ଗନ୍ଧିଗୁଡା ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ଯନ୍ତାପାଇଠାରୁ ୧୫ କିମି ଦୂରରେ ଥିବା ଏହି ଗ୍ରାମରେ ୪୫ଟି ପରିବାର ବସବାସ କରନ୍ତି। ପ୍ରତ୍ୟହ ୨୫୦ରୁ ଊର୍ଦ୍ଧ୍ୱ ଲୋକ ଜଳକଷ୍ଟ ଭୋଗୁଥିବା ଦେଖିବାକୁ ମିଳୁଛି। ଖରାଦିନ ଆରମ୍ଭ ନ ହେଉଣୁ ଗ୍ରାମବାସୀଙ୍କ ଏପରି ଅବସ୍ଥା ହେଲାଣି, ଖରାଦିନ ହେଲେ ଅବସ୍ଥା ଆହୁରି ଜଟିଳ ହୋଇପଡିବ ଏଥିରେ ସନ୍ଦେହ ନାହିଁ। ଗ୍ରାମରେ ଗୋଟିଏ ମାତ୍ର କୂଅ ରହିଛି। ନଳକୂପ ଆଦୌ ନାହିଁ । କୂଅରୁ ବର୍ଷର ଅନ୍ୟ ସମୟରେ ଅଳ୍ପ ପାଣି ମିଳିଥାଏ, ମାତ୍ର ଖରାଦିନେ ପାଣି ଶୁଖିଯାଏ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମଠାରୁ ବହୁ ଦୂରରେ ଥିବା ଏକ ନଦୀରୁ ଗ୍ରାମବାସୀ ପାନୀୟ ଜଳ ସଂଗ୍ରହ କରି ଆଣିଥାନ୍ତି। ଏହାକୁ ସେମାନେ ପାନୀୟ ଜଳ ସହ ନିତ୍ୟ ବ୍ୟବହାର କାର୍ଯ୍ୟରେ ଲଗାଇ ଚଳିଥାନ୍ତି। ଏନେଇ ଗ୍ରାମବାସୀ ବହୁଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଗ୍ରାମର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆଜି ସେଠାକାର କିଛି ଗ୍ରାମବାସୀ ଚିତ୍ରକୋଣ୍ଡାକୁ ବିଧାୟକ ଆସୁଥିବା ଖବର ଶୁଣି ଚିତ୍ରକୋଣ୍ଡା ବ୍ଲକ ନିକଟରେ ଦରଖାସ୍ତ ଧରି ଜଗି ରହିଥିଲେ ତାଙ୍କର ସମସ୍ୟା ଜଣାଇବା ପାଇଁ ା ଅବିଳମ୍ବେ ଜିଲା ପ୍ରଶାସନ ଉକ୍ତ ଜନସାଧାରଣଙ୍କ ପାଇଁ ପାନୀୟ ଜଳର ସୁବିଧା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

ମାଲକାନଗିରି,୬।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ବଣ୍ଡାଘାଟିରେ ରାସ୍ତା ଧସିବା ଯୋଗୁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡ଼ା ନିକଟରେ ମାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?