ଜନନୀ ଏକ୍ସପ୍ରେସ ଡ୍ରାଇଭରଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା: ଘରୋଇ ଭ୍ୟାନ୍‌ରେ ଗଲେ ଆସନ୍ନ ପ୍ରସବା

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ଜଣେ ଆସନ୍ନ ପ୍ରସବାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଆସିଥିବା ଜନନୀ ଏକ୍ସପ୍ରେସ୍‌ (୧୦୨ ଆମ୍ବୁଲାନ୍ସ) ଡ୍ରାଇଭରଙ୍କ ଦୁର୍ବ୍ୟବହାର ଓ ଟଙ୍କା ମାଗିବା ଘଟଣାରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏପରିକି ଡ୍ରାଇଭରଜଣକ ରାସ୍ତାରେ ଦେଖି ନେବ ବୋଲି କହି ଧମକ ଦେବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଭୟରେ ଅନ୍ୟ ଏକ ଘରୋଇ ଭ୍ୟାନ୍‌ରେ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡ୍ରାଇଭରଙ୍କ ଏପରି ଆଚରଣକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ମେଡ଼ିକାଲ ପରିସରରେ ଡ୍ରାଇଭର ସହ ଜନନୀ ଏକ୍ସପ୍ରେସ୍‌କୁ ଅଟକ ରଖିଥିଲେ। ମେଡ଼ିକାଲ ଅଫିସର ଡା. ବିନୟ କୁମାର ଦାସ ମହାପାତ୍ର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ।
ରୂପ୍‌ସା ଥାନା ମିରିଗିମୁଣ୍ଡି ଗ୍ରାମର କାର୍ତ୍ତିକ ବେହେରାଙ୍କ ସ୍ତ୍ରୀ ମମତା ଗୁରୁବାର ଭୋର୍‌ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରିବାର ଲୋକେ ମାଗଣା ସ୍ବାସ୍ଥ୍ୟସେବା ପାଇଁ ଜନନୀ ଏକ୍ସପ୍ରେସ୍‌ (ନଂ. ଓଡ଼ି୦୧ୟୁ-୭୫୧୯)କୁ ଫୋନ୍‌ କରିଥିଲେ। ବାରମ୍ବାର ଫୋନ କରିବା ପରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ଆସନ୍ନ ପ୍ରସବାଙ୍କ ପରିବାର ଲୋକଙ୍କୁ ଡ୍ରାଇଭର ଜଣକ ଫୋନ୍‌ରେ ମଧ୍ୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ ପହଞ୍ଚିବା ପରେ କାର୍ତ୍ତିକ, ତାଙ୍କ ପନତ୍ୀ ଓ ଭାଉଜ ସେଥିରେ ବସିଥିଲେ। ଡ୍ରାଇଭର ଜଣକ ସେମାନଙ୍କୁ ୫ଶହ ଟଙ୍କା ମାଗିଥିଲେ। କାର୍ତ୍ତିକ ଏହାର ପ୍ରତିବାଦ କରିବାରୁ ଡ୍ରାଇଭର ଜଣକ ସେମାନଙ୍କୁ ରାସ୍ତାରେ ଦେଖିନେବ କହି ଧମକ ଦେଇଥିଲେ। ଫଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭର ସହ ଆମ୍ବୁଲାନ୍ସକୁ ଅଟକ ରଖି ମେଡ଼ିକାଲ ଅଫିସରଙ୍କୁ ଖବର ଦେଇଥିଲେ। ମେଡ଼ିକାଲ ଅଫିସର ଆସି ବୁଝାଶୁଝା କରୁଥିବା ବେଳେ ଡ୍ରାଇଭର ଜଣକ ଆମ୍ବୁଲାନ୍ସ ନେଇ ଦ୍ରୁତ ବେଗରେ ବାଲେଶ୍ୱର ଅଭିମୁଖେ ପଳାଇଥିଲେ। ହେଲେ ରୂପ୍‌ସା ବସ୍‌ଷ୍ଟାଣ୍ଡ ରାସ୍ତାର ମହାପାତ୍ର ହାଇସ୍କୁଲଠାରେ ଲୋକେ ଆମ୍ବୁଲାନ୍ସକୁୁ ଅଟକାଇଥିଲେ। ଥାନାଧିକାରୀ ସୁଚନ୍ଦ୍ର ମହାଳିକ ପହଞ୍ଚି ଡ୍ରାଇଭର ସହ ଆମ୍ବୁଲାନ୍ସକୁ ଥାନାକୁ ନେଇ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?