ଜନନୀ ଏକ୍ସପ୍ରେସ ଡ୍ରାଇଭରଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା: ଘରୋଇ ଭ୍ୟାନ୍‌ରେ ଗଲେ ଆସନ୍ନ ପ୍ରସବା

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ଜଣେ ଆସନ୍ନ ପ୍ରସବାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଆସିଥିବା ଜନନୀ ଏକ୍ସପ୍ରେସ୍‌ (୧୦୨ ଆମ୍ବୁଲାନ୍ସ) ଡ୍ରାଇଭରଙ୍କ ଦୁର୍ବ୍ୟବହାର ଓ ଟଙ୍କା ମାଗିବା ଘଟଣାରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏପରିକି ଡ୍ରାଇଭରଜଣକ ରାସ୍ତାରେ ଦେଖି ନେବ ବୋଲି କହି ଧମକ ଦେବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଭୟରେ ଅନ୍ୟ ଏକ ଘରୋଇ ଭ୍ୟାନ୍‌ରେ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡ୍ରାଇଭରଙ୍କ ଏପରି ଆଚରଣକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ମେଡ଼ିକାଲ ପରିସରରେ ଡ୍ରାଇଭର ସହ ଜନନୀ ଏକ୍ସପ୍ରେସ୍‌କୁ ଅଟକ ରଖିଥିଲେ। ମେଡ଼ିକାଲ ଅଫିସର ଡା. ବିନୟ କୁମାର ଦାସ ମହାପାତ୍ର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ।
ରୂପ୍‌ସା ଥାନା ମିରିଗିମୁଣ୍ଡି ଗ୍ରାମର କାର୍ତ୍ତିକ ବେହେରାଙ୍କ ସ୍ତ୍ରୀ ମମତା ଗୁରୁବାର ଭୋର୍‌ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରିବାର ଲୋକେ ମାଗଣା ସ୍ବାସ୍ଥ୍ୟସେବା ପାଇଁ ଜନନୀ ଏକ୍ସପ୍ରେସ୍‌ (ନଂ. ଓଡ଼ି୦୧ୟୁ-୭୫୧୯)କୁ ଫୋନ୍‌ କରିଥିଲେ। ବାରମ୍ବାର ଫୋନ କରିବା ପରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ଆସନ୍ନ ପ୍ରସବାଙ୍କ ପରିବାର ଲୋକଙ୍କୁ ଡ୍ରାଇଭର ଜଣକ ଫୋନ୍‌ରେ ମଧ୍ୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ ପହଞ୍ଚିବା ପରେ କାର୍ତ୍ତିକ, ତାଙ୍କ ପନତ୍ୀ ଓ ଭାଉଜ ସେଥିରେ ବସିଥିଲେ। ଡ୍ରାଇଭର ଜଣକ ସେମାନଙ୍କୁ ୫ଶହ ଟଙ୍କା ମାଗିଥିଲେ। କାର୍ତ୍ତିକ ଏହାର ପ୍ରତିବାଦ କରିବାରୁ ଡ୍ରାଇଭର ଜଣକ ସେମାନଙ୍କୁ ରାସ୍ତାରେ ଦେଖିନେବ କହି ଧମକ ଦେଇଥିଲେ। ଫଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭର ସହ ଆମ୍ବୁଲାନ୍ସକୁ ଅଟକ ରଖି ମେଡ଼ିକାଲ ଅଫିସରଙ୍କୁ ଖବର ଦେଇଥିଲେ। ମେଡ଼ିକାଲ ଅଫିସର ଆସି ବୁଝାଶୁଝା କରୁଥିବା ବେଳେ ଡ୍ରାଇଭର ଜଣକ ଆମ୍ବୁଲାନ୍ସ ନେଇ ଦ୍ରୁତ ବେଗରେ ବାଲେଶ୍ୱର ଅଭିମୁଖେ ପଳାଇଥିଲେ। ହେଲେ ରୂପ୍‌ସା ବସ୍‌ଷ୍ଟାଣ୍ଡ ରାସ୍ତାର ମହାପାତ୍ର ହାଇସ୍କୁଲଠାରେ ଲୋକେ ଆମ୍ବୁଲାନ୍ସକୁୁ ଅଟକାଇଥିଲେ। ଥାନାଧିକାରୀ ସୁଚନ୍ଦ୍ର ମହାଳିକ ପହଞ୍ଚି ଡ୍ରାଇଭର ସହ ଆମ୍ବୁଲାନ୍ସକୁ ଥାନାକୁ ନେଇ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri