Posted inଜାତୀୟ

ଜନତାଙ୍କୁ ଲୁଚୁଛନ୍ତି ଯୋଗୀ ଆଦିତ୍ୟନାଥ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣିଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ମୁରଦାବାଦ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଖବରଦାତାଙ୍କୁ ଗୋଟିଏ ଘରେ ବନ୍ଦ କରିଦେବା ଖବରକୁ ନେଇ ବର୍ଷିଛନ୍ତି ପ୍ରିୟଙ୍କା। ଏହାକୁ ନେଇ ସେ କହିଛନ୍ତି, ଉତ୍ତର ପ୍ରଦେଶ ସରକାର ଜନତାଙ୍କୁ ଲୁଚୁଛନ୍ତି। ଟୁଇଟ କରି ପ୍ରିୟଙ୍କା ଲେଖିଛନ୍ତି, ଉତ୍ତର ପ୍ରଦେଶରେ ଖବରଦାତାଙ୍କୁ ତାଲା ପକାଇ ରଖାଯାଉଛି, ବିଭିନ୍ନ ପ୍ରଶ୍ନକୁ ସରକାର ଏଡାଇ ଯାଉଛନ୍ତି, ସମସ୍ୟାକୁ ଅଣଦେଖା କରାଯାଉଛି। ତେଣୁ ବିପୁଳ ବହୁମତ ପାଇଥିବା ଭାଜପା ସରକାର ଜନତାଙ୍କୁ ମୁହଁ ଲୁଚାଉଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଦିନକ ପୂର୍ବରୁ ପ୍ରିୟଙ୍କା କହିଥିଲେ ଉତ୍ତର ପ୍ରଦେଶରେ ଅପରାଧି ଖୋଲାଖୋଲି ବୁଲୁଥିବା ବେଳେ ଯୋଗୀ ସରକାରଙ୍କ ଅପାରଗତା ସ୍ପଷ୍ଟ ବାରି ହୋଇ ପଡୁଛି। ହେଲେ ଏହାର ଜବାବରେ ଯୋଗୀ ପ୍ରିୟଙ୍କାଙ୍କୁ କହିଥିଲେ ଅଙ୍ଗୁର ନ ଖାଇ ପାରିଲେ ଖଟା। ଅର୍ଥାତ୍‌ ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ପ୍ରିୟଙ୍କା ଏଭଳି ମନ୍ତବ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ସୂର୍ଯ୍ୟ-ଗୁରୁଙ୍କ ଦ୍ୱିଦ୍ୱାଦଶ ଯୋଗ: ଆଜିଠୁ କର୍କଟ ସମେତ ଏହି ୪ ରାଶି ପାଇଁ ଗୋଲ୍‌ଡେନ୍‌ ସୁଯୋଗ, ଅଚାନକ ଧନଲାଭ

ଜ୍ୟୋତିଷ ଗଣନା ଅନୁସାରେ, ସେପ୍ଟେମ୍ବର ୭ ତାରିଖରେ ସୂର୍ଯ୍ୟ ଓ ଗୁରୁଙ୍କ ମଧ୍ୟରେ ଦ୍ୱିଦ୍ୱାଦଶ ଦୃଷ୍ଟି ଯୋଗ ଗଠିତ ହେଉଛି। ଦୁଇ ଗ୍ରହ ପରସ୍ପରଠାରୁ ଦ୍ୱିତୀୟ ଓ…

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri