ଜନଗହଳି ସ୍ଥାନରୁ ସ୍ଥାନାନ୍ତର ହେବେ ଉଠାଦୋକାନୀ

ବ୍ରହ୍ମପୁର ଅଫିସ,୨୩ା୬-ବ୍ରହ୍ମପୁରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଛକରେ ସୁଧୁରିବ ଟ୍ରାଫିକ ସମସ୍ୟା ା
ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ା
ଗୋଟିଏ ପଟେ ସହରର ପ୍ରମୁଖ ୫ ଛକରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ବ୍ୟବସ୍ଥା ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଅନ୍ୟପକ୍ଷରେ ପ୍ରମୁଖ ଛକ ତଥା ଜନଗହଳିପୂର୍ଣ୍ଣ ରାସ୍ତା ପାର୍ଶ୍ୱରେ ବ୍ୟବସାୟ କରୁଥିବା ଉଠାଦୋକନୀଙ୍କୁ ସ୍ବତନ୍ତ୍ର ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି ା ଏଥିପାଇଁ ପୂର୍ବରୁ ସହରର ୪ଟି ସ୍ଥାନରେ ଓପନ ଭେଣ୍ଡିଂଜୋନ ନିର୍ମାଣ କରାଯିବାକୁ ଯୋଜନା ରହିଥିବା ବେଳେ ସେଥିରୁ କର୍ପୋରେଶନ ରୋଡରେ ଓପନ ଭେଣ୍ଡିଂ ଜୋନର କାମ ଶେଷ ହୋଇଛି ା
ଏଥିସହ ଏହାକୁ ପଲିଥିନ୍‌ ମୁକ୍ତ ଜୋନ ଭାବେ ମଧ୍ୟ ଘୋଷଣା କରାଯାଇଛି ା
ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ସହରର ପ୍ରଥମ ପଲିଥିନ ମୁକ୍ତ ଘୋଷିତ ଓପନ ଭେଣ୍ଡିଂଜୋନ ହେବା ନେଇ ଚର୍ଚ୍ଚ ଜୋର ଧରିଛି ା
ବ୍ରହ୍ମପୁରର ଗେଟବଜାର, କୋର୍ଟପେଟା, କମାପଲ୍ଲୀ, ଇଞ୍ଜିନିୟରିଂ ସ୍କୁଲ ଛକ, ଖଲ୍ଲିକୋଟ କଲେଜ ରୋଡ, ଟାଟାବେଞ୍ଜ, ଉତ୍କଳଆଶ୍ରମ ରୋଡ, ନୂଆବସ୍‌ଷ୍ଟାଣ୍ଡ ରୋଡ ଓ ଲୋଚାପଡା ରୋଡ ପ୍ରମୁଖ ଜନଗହଳି ପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ଅନ୍ୟତମ ା ଏଭଳି ଜନଗହଳି ପୂର୍ଣ୍ଣ ରାସ୍ତା ତଥା ଛକର ଉଭୟ ପାର୍ଶ୍ୱରେ ଉଠାଦୋକନୀଙ୍କ ଭିଡ ଅନେକ ସମୟରେ ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ଭାବେ ଉଭା ହେଉଛି ା ବହୁବାର ଏନେଇ ବିଭିନ୍ନ ଛକରୁ ଉଠାଦୋକାନୀଙ୍କୁ ହଟାଇବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି ା ଏହାର ସ୍ଥାୟୀ ସମାଧାନ ଲାଗି ଉଠାଦୋକନୀଙ୍କୁ ବ୍ୟବସାୟ ପାଇଁ ସ୍ବତନ୍ତ୍ର ଓପନ ଭେଣ୍ଡିଂଜୋନ ନିର୍ମାଣ ନେଇ ବିଏମ୍‌ସି ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିଲାା ପ୍ରଥମ ପର୍ଯ୍ୟାୟରେ ସହରର କର୍ପୋରେଶନ ରୋଡ, କମାପଲ୍ଲୀ ଓଭରବ୍ରିଜ, ଗୋଷାଣୀନୂଆଗଁା ଓଭରବ୍ରିଜ, ଫାଷ୍ଟଗେଟ ଓପନ ଭେଣ୍ଡିଂଜୋନ ନିର୍ମାଣ କରିବାକୁ ସ୍ଥାନ ଚିହ୍ନଟ କରାଯାଇଥିଲା ା
ଏବେ କର୍ପୋରେଶନ ରୋଡରେ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଉଠାଦୋକନୀଙ୍କ ନିମିତ୍ତ ସ୍ବତନ୍ତ୍ର ଓପନ ଭେଣ୍ଡିଂଜୋନ ନିର୍ମାଣ କାର୍ଯ୍ୟ ସରିଛି ା ଏହାକୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ ଭେଣ୍ଡିଂଜୋନ ଭାବେ ଘୋଷଣା କରିବା ସହ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଭେଣ୍ଡରଙ୍କ ବସିବା ଭଳି ବ୍ୟବସ୍ଥା ରହିଛି ା ଏଥିସହ ଆଲୋକୀକରଣ ପାଇଁ ପ୍ରାୟ ୪୫ ରୁ ଊର୍ଦ୍ଧ୍ୱ ଏଲ୍‌ଇଡି ଲାଇଟ ମଧ୍ୟ ଲଗାଯାଇଥିବା ଜଣାପଡିଛି ା ତେବେ ଖୁବଶୀଘ୍ର ଏହା ଜନସାଧାରଣ ପାଇଁ ଖୋଲିବାକୁ ଥିବା ବେଳେ ଅନ୍ୟ ୩ ସ୍ଥାନରେ ମଧ୍ୟ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବାକୁ ଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?