Posted inUncategorized

ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟିବା ଦରକାର: ଶୁଭଶ୍ରୀ

ସମାଜରେ ଅବହେଳିତ ନାରୀଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସୋସିଆଲ ଡେଭ୍‌ଲପ୍‌ମେଣ୍ଟ (ଆଇଏସ୍‌ଡି) ନାମକ ଏକ ଅନୁଷ୍ଠାନ ଗଠନକରି ଏହା ମାଧ୍ୟମରେ ଅନେକ ମହିଳାଙ୍କ ପାଇଁ ସେ କାମ କରୁଛନ୍ତି। ଏହା ବ୍ୟତୀତ ଝିଅମାନେ କୌଣସି ଗୁଣରେ ପୁଅଙ୍କ ଠାରୁ କମ୍‌ ନୁହନ୍ତ ସେ ନେଇ ମଧ୍ୟ ସଚେତନ କରୁଛନ୍ତି। ୧୯୯୯ରେ ସଂଘଟିତ ମହାବାତ୍ୟା ତାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା। ମହାବାତ୍ୟାରେ ଅନେକ ଧନ ଜୀବନ କ୍ଷତି ହୋଇଥିଲା। ବିଶେଷକରି ପାରାଦୀପ କୂଳରେ ରହୁଥିବା ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇ ସେମାନଙ୍କ ଜୀବନ ହାରିଥିଲେ। ସେହି ଅଞ୍ଚଳକୁ ଶୁଭଶ୍ରୀ ଏକ ସର୍ଭେ କରିବାକୁ ଯାଇଥିଲେ। ସେଠାକାର ପରିବେଶ ଏବଂ ମହିଳାମାନଙ୍କ ସ୍ଥିତି ତାଙ୍କୁ ବିଚଳିତ କରିଥିଲା। ସେହିଠାରୁ ସେ ସମାଜରେ ଥିବା ଦୁସ୍ଥ, ଅସହାୟ ମହିଳାଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲେ। ଏଥିସହିତ ଲିଙ୍ଗଗତ ବୈଷମ୍ୟ ଉପରେ ସଚେତନତା ଏବଂ ମହିଳା ସଶକ୍ତୀକରଣକୁ ନେଇ ତାଙ୍କର କାର୍ଯ୍ୟଧାରା ଜାରି ରହିଛି।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେ କହିଛନ୍ତି, ପୁଅ ଝିଅଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବା କଥା ନୁହେଁ। କିଏ ବଡ଼ କିଏ ସାନ ସେ ନେଇ ଆମେ ଯୁଦ୍ଧ ଚାହୁଁନାହୁଁ। ପରସ୍ପରକୁ ସମ୍ମାନ ଦେଇ, ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟିବା ଦରକାର। ସ୍ବାମୀ ଓ ସ୍ତ୍ରୀ ଦୁହେଁ ପରସ୍ପରର ପରିପୂରକ। ସ୍ବାମୀ ଭଗବାନ ନୁହେଁ ବରଂ ଜୀବନସାଥୀ। କର୍ମକ୍ଷେତ୍ରରେ ଏବଂ ପରିବାରରେ ଏହି ସମାନତା ଓ ସମ୍ମାନ ରହିବା ଦରକାର। ଏହାଦ୍ୱାରା ମହିଳାଙ୍କ ଉପରେ ହେଉଥିବା ହିଂସା କମିପାରିବ ଏବଂ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଭାଜପାର ପ୍ରଚଣ୍ଡ ବିଜୟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ/କଲିକତା,୫।୫: ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଐତିହାସିକ ବିଜୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ତ୍ରିଶାଙ୍କୁ ବିବାହ କରିବେ ଥାଲାପତି ବିଜୟ? ନିର୍ୱାଚନ ଜିତିବା ପରେ ଜଣାପଡିଲା…

ମୁମ୍ୱାଇ: ଥାଲାପତି ବିଜୟ ଏବଂ ତ୍ରିଶା କୃଷ୍ଣନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନିରନ୍ତର ଶିରୋନାମାରେ ଅଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଆରମ୍ଭ କରି ଗୁଜବ ପର୍ଯ୍ୟନ୍ତ,…

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସ: ଶୀର୍ଷସ୍ଥାନ ବଜାୟ ରଖିଲା ଭାରତ, ଜାଣନ୍ତୁ ଦ୍ୱିତୀୟ, ତୃତୀୟ ସ୍ଥାନରେ କେଉଁ ଦେଶ…

ଦୁବାଇ,୫ା୫: ୩ ଥରର ବିଶ୍ୱକପ୍‌ ବିଜେତା ଭାରତ ମଙ୍ଗଳବାର ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସରେ ଶୀର୍ଷସ୍ଥାନ ବଜାୟ ରଖିଛି। ଗତ ମାର୍ଚ୍ଚରେ ଭାରତ ପ୍ରଥମ ଦଳ ଭାବେ…

ପରାଜୟ ସହିପାରୁନାହାନ୍ତି TMC ସମର୍ଥକ! ବିଜୟ ଶୋଭାଯାତ୍ରା ବେଳେ ଭାଜପା କର୍ମୀଙ୍କୁ ନିର୍ମମ ହତ୍ୟା

କୋଲକାତା,୫।୫: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ପୁଣି ଥରେ ରକ୍ତାକ୍ତ ହୋଇଛି ରାଜ୍ୟର ରାଜନୀତି। ନ୍ୟୁଟାଉନ ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା…

ଟିକେଟ ଲାଗି ୫ କୋଟି ଦାବି କରୁଥିଲା ଟିଏମ୍‌ସି, ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ପୂର୍ବତନ କ୍ରିକେଟର

କୋଲକାତା,୫ା୫: ୫ କୋଟି ଟଙ୍କା ନ ଦେବାରୁ ହାଓ୍ବରାର ଶିବପୁର ନିର୍ବାଚନ ମଣ୍ଡଳୀରୁ ମୋତେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ ଦେବାକୁ ମନା କରିଥିଲା। ପଶ୍ଚିମବଙ୍ଗ ବିଧାନସଭା…

କୋଟିଆରେ ସ୍ଥାପନ ହେଲା ଦେବୀ ସୁଭଦ୍ରାଙ୍କ ରଥର ଚକ

କୋରାପୁଟ/ ପଟାଙ୍ଗି , ୫/୫(ଅମିତାଭ ବେହେରା/ ଶରତ ଧଳ ) ମଙ୍ଗଳବାର ପୂର୍ବାହ୍ନରେ କୋରାପୁଟ ଜିଲାର ସୀମାନ୍ତ କୋଟିଆ ଜଗନ୍ନାଥ ମନ୍ଦିରରେ ଦେବୀ ସୁଭଦ୍ରାଙ୍କ ରଥର ଚକ…

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା ବଞ୍ଚାଇ ପାରିଲାନି ପୋଲିସ, ଦିଅର ଅଟକ

ହିଞ୍ଜିଳିକାଟୁ, ୫।୫(ଦ୍ବିତୀକୃଷ୍ଣ ପଣ୍ଡା): ପ୍ରେମ ବିବାହ କରି ନିଜ ଅଧିକାର ପାଉ ନଥିବା ଜଣେ ଯୁବତୀ ୨ବର୍ଷିୟା ଶିଶୁକନ୍ୟାକୁ ଧରି ଶାଶୁଘର ଆଗରେ ଧାରଣା ଦେଇଥିବା ବେଳେ…

ବଜ୍ରପାତ ନେଲା ଜୀବନ

ନନ୍ଦପୁର,୫।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ(ଲମତାପୁଟ ବ୍ଲକ) ବନମାଳୀପୁଟ ପଞ୍ଚାୟତ ସଦର ମହକୁମାରରେ ମଙ୍ଗଳବାର ବଜ୍ରପାତ ଘଟି ଗୋଟିଏ ଗାଈ ଏବଂ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri