Posted inଫୁରସତ

ଜଙ୍ଘରେ ମୁହଁ ଲାଗିଥିବା ମଣିଷ

ମଧ୍ୟ ଚାଇନା, ହୁନାନ ପ୍ରାନ୍ତସ୍ଥ ୟୋଙ୍ଗଝୁ ସହରର ୪୬ ବର୍ଷୀୟ ଲି ହୁଆ। ପ୍ରାୟ ୩୦ ବର୍ଷ ତଳେ ସେ ଅଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‌ ନାମକ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଗଲେ। ଆଉ ତାଙ୍କ ମେରୁଦଣ୍ଡ ଆଗପଟକୁ ମୋଡି ହୋଇ ମୁହଁ ଜଙ୍ଘ ସହ ଲାଗିଗଲା। ସେହି ଅବସ୍ଥାରେ ସେ ଦୀର୍ଘ ୩୦ ବର୍ଷ ରହି ଆସୁଥିଲେ। ସେ ପାଲଟିଯାଇଥିଲେ ଜଣେ ‘ଫୋଲ୍ଡିଂ ମ୍ୟାନ’। ଖାଇବା ପିଇବା ପୋଷାକ ପିନ୍ଧିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା। ତାଙ୍କ ପାଖରେ ଚିକିତ୍ସା ପାଇଁ ନ ଥିଲା ଆବଶ୍ୟକ ଅର୍ଥ। ତେଣୁ ତାଙ୍କୁ ଦୀର୍ଘବର୍ଷ ଏଭଳି ରହିବାକୁ ପଡିଥିଲା। ପରେ ତାଙ୍କ ଅବସ୍ଥା ଉପରେ ନଜର ପଡିଥିଲା ଶେନଝେନ୍‌ ୟୁନିଭର୍ସିଟି ଜେନେରାଲ ହସ୍ପିଟାଲର ସ୍ପାଇନାଲ ସର୍ଜରୀ ଏବଂ ଅର୍ଥୋପେଡିକ୍ସର ପ୍ରଫେସର୍‌ ତାଓ ହୁଇରେନ୍‌ଙ୍କର। ସେ ଆଗରୁ ଏହି ରୋଗରେ ଆକ୍ରାନ୍ତ ଅନେକ ରୋଗୀଙ୍କର ଚିକିତ୍ସା କରିଥିଲେ। କିନ୍ତୁ ଲି ହୁଆଙ୍କ ଭଳି ଅବସ୍ଥା କେବେ ଦେଖି ନ ଥିଲେ। ଏଭଳି ଅବସ୍ଥା ଯୋଗୁ ତାଙ୍କ ହୃତପିଣ୍ଡ ଓ ଫୁସ୍‌ଫୁସ୍‌ ଉପରେ ବି ଚାପ ପଡୁଥିଲା। ତେଣୁ ସର୍ଜରୀ ନିହାତି ଜରୁରୀ ଥିଲା। ପ୍ର. ତାଓ ହୁଇରେନ୍‌ ଚାରୋଟି ଫେଜ୍‌ରେ ଏହି ଅପରେଶନ୍‌ କରିଥିଲେ। ମେରୁଦଣ୍ଡ ସିଧା କରିବା ଲାଗି ଏହାର କିଛିଅଂଶ ଭାଙ୍ଗିବାକୁ ବି ପଡିଥିଲା। ଅପରେଶନ୍‌ରେ ଅନେକ ବିପଦ ବି ଥିଲା। ତଥାପି ପ୍ର.ହୁଇରେନ୍‌ ଏହାକୁ ସଫଳଭାବେ କରିପାରିଥିଲେ। ଯଦ୍ଦ୍ବାରା ଲି ହୁଆ ଏବେ ଓ୍ବାକର୍‌ ଧରି ସିଧା ଠିଆ ହେବାରେ ସକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?