Posted inଫୁରସତ

ଘଣ୍ଟାରେ ବାଜେନି ୧୨ଟା

୪ ଘଣ୍ଟା ହିସାବରେ ସବୁ ଘଣ୍ଟାରେ ୧୨ ପର୍ଯ୍ୟନ୍ତ ଅଙ୍କ ଥାଏ। କିନ୍ତୁ ଏମିତି ଏକ ଅଜବ ଘଣ୍ଟା ଅଛି ଯାହାର ନାହିଁ ୧୨ ଅଙ୍କ। ଉକ୍ତ ଘଣ୍ଟାରେ କେବଳ ୧୧ ପର୍ଯ୍ୟନ୍ତ ଅଙ୍କ ରହିଛି। ଘଣ୍ଟାଟି ସୁଇଜରଲାଣ୍ଡର ସୋଲୋଥର୍ନ ସହରରେ ଅଛି। ଉକ୍ତ ସହରର ଟାଉନ ସ୍କୋୟାର୍‌ରେ ଏହି ଘଣ୍ଟା ଅଛି, ଯାହାର ମାତ୍ର ୧୧ ପର୍ଯ୍ୟନ୍ତ ଅଙ୍କ ରହିଛି। ୧୨ ଅଙ୍କ ନାହିଁ। କେବଳ ଏହି ଘଣ୍ଟା ନୁହେଁ ଏଠାରେ ଆହୁରି ବି ଅନେକ ଘଣ୍ଟାରେ ୧୨ ଅଙ୍କ ନାହିଁ। ତେଣୁ ଏହି ଘଣ୍ଟାଗୁଡିକରେ ୧୨ଟା ବାଜି ନ ଥାଏ। ଏହି ସହର ଲୋକଙ୍କର ୧୧ ଅଙ୍କ ପ୍ରତି ବହୁତ ଭଲ ପାଇବା ରହିଛି। ତେଣୁ ଏଠାରେ ପ୍ରାୟ ସବୁ ଜିନିଷ ୧୧ ଡିଜାଇନ୍‌ ଭଳି ହୋଇଥାଏ। ଏଠାରେ ଥିବା ଚର୍ଚ୍ଚ ଓ ଚାପେଲର ସଂଖ୍ୟା ବି ୧୧-୧୧ ଅଟେ। ଏହାବ୍ୟତୀତ ଏଠାକାର ସଂଗ୍ରହାଳୟ, ଐତିହାସିକ ଟାଓ୍ବାର ବି ୧୧ଟି ଅଛି। ଏଠାକାର ସେଣ୍ଟ୍‌ ଉର୍ସୁସ୍‌ର ମୁଖ୍ୟ ଚର୍ଚ୍ଚରେ ୧୧ ନମ୍ବରର ମହତ୍ତ୍ୱ ଦେଖିବାକୁ ମିଳିଥାଏ। ଉକ୍ତ ଚର୍ଚ୍ଚ ୧୧ ବର୍ଷରେ ନିର୍ମାଣ ହୋଇଥିଲା। ଏଠାରେ ତିନୋଟି ଶିଡିର ସେଟ୍‌ ରହିଛି ଆଉ ପ୍ରତି ସେଟ୍‌ରେ ୧୧ଟି ପାହାଚ ଅଛି। ଏହାବ୍ୟତୀତ ଏଠାରେ ୧୧ଟି କବାଟ ଓ ୧୧ଟି ଘଣ୍ଟି ଅଛି। ଏଠାକାର ଲୋକ ୧୧ ନମ୍ବରକୁ ଏତେ ଭଲ ପାଆନ୍ତି ଯେ, ୧୧ତମ ଜନ୍ମଦିବସକୁ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ଏହିଦିନ ଲୋକେ ୧୧ ନମ୍ବର ସହିତ ଜଡିତ ଉପହାର ବି ଦେଇଥାଆନ୍ତି। ବିଶ୍ୱାସ କରାଯାଏ ବହୁ ବର୍ଷ ପୂର୍ବେ ସୋଲୋଥର୍ନର ଲୋକେ ପରିଶ୍ରମ କରି ବି ଖୁସି ରହିପାରୁ ନ ଥିଲେ। ଦିନେ ପାହାଡରୁ କିଛି ଏଲ୍ଫ ଆସି ଲୋକଙ୍କ ଆତ୍ମବିଶ୍ୱାସ ବଢାଇଲେ। ଆଉ ଧୀରେ ଧୀରେ ସେମାନେ ଖୁସିରେ ରହିବାକୁ ଲାଗିଲେ। କୁହାଯାଏ ଏଲ୍ଫଙ୍କ ପାଖରେ ଅଲୌକିକ ଶକ୍ତି ଥିଲା ଓ ଜର୍ମାନ ଭାଷାରେ ଏଲ୍ଫର ଅର୍ଥ ହେଉଛି ୧୧। ସେବେଠାରୁ ଏଠାକାର ଲୋକେ ୧୧ ନମ୍ବରକୁ ଭଲ ପାଇ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri