ଜଗତ୍‌ସିଂହପୁର ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ୧୨୬ ବିଦ୍ୟାଳୟରେ ନାହାନ୍ତି ପ୍ରଧାନଶିକ୍ଷକ

ଜଗତ୍‌ସିଂହପୁର ଅଫିସ,୧ା୮: ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବରେ ସରକାରୀ ଉଦାସୀନତା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରୋତ୍ସାହନ ଦେଉଛି। ଯାହା ଜଗତ୍‌ସିଂହପୁର ଜିଲାରେ ଦେଖିବାକୁ ମିଳଛି। ଏହି ଜିଲାରେ ୧୬୪ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଥିବାବେଳେ ସେଗୁଡିକ ମଧ୍ୟରୁ ୧୨୬ଟିରେ ପ୍ରଧାନଶିକ୍ଷକ ନାହାନ୍ତି। ଯାହାକି ଗୁଣାତ୍ମକ ଶିକ୍ଷାଦାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ସେହିପରି କଳା ଶିକ୍ଷକ ବିଦ୍ୟାଳୟ ପିଛା ୨ ଜଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି) ଓ ଅତିରିକ୍ତ ଶିକ୍ଷକ ରହିବା କଥା। ଏହି ଅନୁଯାୟୀ ଜିଲାରେ ୩୨୮ରୁ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ୮୬ଟି ପଦବୀ ଖାଲି ପଡିଛି। ସେହିପରି ପ୍ରତି ବିଦ୍ୟାଳୟରେ ଜଣେ ହିସାବରେ ୧୬୪ ଜଣ ପିସିଏମ୍‌ (ଫିଜିକ୍ସ, କେମିଷ୍ଟ୍ରି, ମାଥମେଟିକ୍ସ) ଶିକ୍ଷକ ରହିବା ବ୍ୟବସ୍ଥା ରହିଛି। କିନ୍ତୁ ଖାଲି ପଡିଛି ୧୪। ସିବିଜେଡ୍‌ (କେମିଷ୍ଟ୍ରି, ବଟ୍‌ନି ଓ ଜୁଲୋଜୀ) ଶିକ୍ଷକ ୧୬୪ ଆବଶ୍ୟକତା ଥିବା ବେଳେ ଖାଲି ପଡିଛି ୩୨। ସଂସ୍କୃତ (କ୍ଲାସିକାଲ) ଶିକ୍ଷକ ୧୬୪ରୁ ୪୮ ଖାଲି ରହିଛି। ହିନ୍ଦୀରେ ଆବଶ୍ୟକ ୧୬୪ ଶିକ୍ଷକ ପଦବୀରୁ ୫୩ଟି ଖାଲି ପଡିଛି। ପିଇଟି (ଫିଜିକାଲ ଏଜୁକେଶନ ଟିଚର) ୧୬୪ରୁ ୫୨, କିରାଣି ୧୬୪ରୁ ୧୮, ରାତ୍ର ଜଗୁଆଳ ୧୬୪ରୁ ୩୮ଟି ପଦବୀ ଖାଲି ରହିଛି। ପିଅନ ପ୍ରତି ବିଦ୍ୟାଳୟରେ ୨ ଜଣ ହିସାବରେ ନିଯୁକ୍ତ ରହିବା କଥା। ଏହି ହିସାବରେ ୩୨୮ଟି ପଦବୀ ମଧ୍ୟରୁ ୪୨ଟି ଖାଲି ଥିବା ସୂଚନା ଦିଆଯାଇଛି। ଏହି ଚିତ୍ର ଦେଖିଲେ ଜଣାଯାଏ ଜିଲାରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକର ଅବସ୍ଥା କିପରି ଅଛି।
ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ର ସଂଖ୍ୟା କମିଲେ କିମ୍ବା ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ନ ହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ବିଦ୍ୟାଳୟ ପରିଚାଳନା ପାଇଁ ମୁଖ୍ୟତଃ ପ୍ରଧାନଶିକ୍ଷକଙ୍କ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ସୁଦ୍ଧା ତାହା କରାଯାଉନାହିଁ। ଏହି ପଦବୀରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ କିମ୍ବା ଅନ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାମଚଳା ଦାୟିତ୍ୱ ଦିଆଯାଉଛି। ଯେହେତୁ ଜଣେ ସହକାରୀ ଶିକ୍ଷକ କାମଚଳା ପ୍ରଧାନଶିକ୍ଷକ ଦାୟିତ୍ୱରେ ରହୁଛନ୍ତି ତାଙ୍କ କଥାକୁ ଅନ୍ୟ ଶିକ୍ଷକମାନେ ଗୁରୁତର ସହ ନେଉନାହାନ୍ତି। ଏ ପରିସ୍ଥିତିରେ ଦାୟିତ୍ୱରେ ରହୁଥିବା ପ୍ରଧାନଶିକ୍ଷକମାନେ ଏକପ୍ରକାର ଅସହାୟତା ପ୍ରକାଶ କରୁଛନ୍ତି। ସେହିପରି ସଂସ୍କୃତ, ହିନ୍ଦୀର, ପିଇଟି ଆଦି ଶିକ୍ଷକଙ୍କ ଅଭାବ ଯୋଗୁ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଛି। ଯେହେତୁ ଅନ୍ୟ ଶିକ୍ଷକ ଏସବୁ ବିଷୟରେ ଶିକ୍ଷାଦାନ କରିବା ସମ୍ଭବ ନୁହେଁ ତେଣୁ ଛାତ୍ରୀଛାତ୍ର ଉପଯୁକ୍ତ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ କେତେଜଣ ଛାତ୍ରାଭିଭାବକଙ୍କ ଅଭିଯୋଗ କରିଛନ୍ତି ଯେ, ସରକାର ପରୋକ୍ଷରେ ବେସରକାରୀ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦେଉଛନ୍ତି। ସରକାରୀ ବିଦ୍ୟାଳୟରେ ନିଯୁକ୍ତି ବନ୍ଦ କରିଦେଲେ ଆପେଆପେ ଛାତ୍ରାଭିଭାବକ ବେସରକାରୀ ଶିକ୍ଷାନୁଷ୍ଠାନ ମୁହାଁ ହେବେ।
ସରକାରୀ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଅଜବ ନୀତି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ୧୦ରୁ କମ ଛାତ୍ରୀଛାତ୍ର ଥିବା ସରକାରୀ ବିଦ୍ୟାଳୟଗୁଡିକୁ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁଯାୟୀ ଜିଲାର ୧୯ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ହୋଇଛି। ୨୦୧୭-୧୮ରେ ମଧ୍ୟ ୩୯ଟି ବନ୍ଦ ହୋଇଥିଲା। ଅନୁରୂପ ଭାବେ ୨୦୧୮ରେ ଜିଲାରେ ୧୬୨ଟି ବିଦ୍ୟାଳୟ ଅନ୍ୟ ଶିକ୍ଷାନୁଷ୍ଠାନରେ ମିଶିଯିବା (ମର୍ଜ) ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ସେତେବେଳେ ୬୨ଟି ମିଶି ଯାଇଥିଲା। ଅବଶିଷ୍ଟ ମଧ୍ୟରୁ ୬୦ଟି ଯଥାଶୀଘ୍ର ମିଶାଇବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଭିତରେ ୩୦ଟି ଅନ୍ୟ ଶିକ୍ଷାନୁଷ୍ଠାନରେ ମିଶି ସାରିଲାଣି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବାର ଯଥେଷ୍ଟ ସମ୍ଭାବନା ଅଛି। ଅନ୍ୟପକ୍ଷରେ ସରକାର ବେସରକାରୀ ବିଦ୍ୟାଳୟଗୁଡିକ ପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି। ବେସରକାରୀ ବିଦ୍ୟାଳୟଗୁଡିକ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରି ନ ପାରିଲେ ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶନାମା ଅଛି। କିନ୍ତୁ କାହିଁକି ଏହି ନିର୍ଦ୍ଦେଶନାମା ପାଳନ କରାଯାଉନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁହାଯାଉଛି, ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏଭଳି ଚଞ୍ଚକତା କରୁଛନ୍ତି। ସରକାରୀ ବିଦ୍ୟାଳୟଗୁଡିକରେ ପ୍ରି ନର୍ସରୀ ଖୋଲିବା ପାଇଁ ୫ ବର୍ଷ ପୂର୍ବରୁ ଚିନ୍ତା କରା ଯାଇଥିଲେ ସୁଦ୍ଧା ତାହା ଏଯାଏ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚତ୍ ପାରିନାହିଁ। ଯେଉଁ କାରଣରୁ ଛାତ୍ରାଭିଭାବକ ସେମାନଙ୍କ ପିଲାଙ୍କୁ ବେସରକାରୀ ବିଦ୍ୟାଳୟଗୁଡିକରେ ପ୍ରି-ନର୍ସରୀ ପଢାଇବାକୁ ବାଧ୍ୟ ହେଉଛନ୍ତି। ପରବର୍ତ୍ତୀ ସମୟରେ ବେସରକାରୀ ବିଦ୍ୟାଳୟଗୁଡିକ ସହ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ସମ୍ପର୍କ ବଢିଯାଉଛି। ପ୍ରଥମ ଶ୍ରେଣୀ ବେଳକୁ ଅଭିଭାବକ ଆଉ ବିଦ୍ୟାଳୟ ବଦଳାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସଙ୍କୁ ପଚାରିବାରେ ସେ କହିଥିଲେ, ପ୍ରଧାନଶିକ୍ଷକ ପଦବୀ ପୂରଣ କରିବା ଦାୟିତ୍ୱ ସରକାରଙ୍କର। ସରକାର ପଦୋନ୍ନତି ଦେଲେ ଏହି ପଦବୀ ପୂରଣ ହେବ। ପଦୋନ୍ନତିରେ ବିଳମ୍ବ ଯୋଗୁ ପ୍ରଧାନଶିକ୍ଷକ ପଦବୀ ପୂରଣ ହୋଇ ପାରୁନାହିଁ। ସେହିପରି ଅନ୍ୟ ଶିକ୍ଷକ ପଦବୀ ପୂରଣ ଦାୟିତ୍ୱ ମଧ୍ୟ ସରକାରଙ୍କ ଉପରେ ରହିଛି। ନିର୍ଦ୍ଦେଶନାମା ଆସିଲେ ସବୁ ପଦବୀ ପୂରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ-ଶନିଙ୍କ ଷଡାଷ୍ଟକ ଯୋଗରେ ୪ ରାଶିଙ୍କ ଉପରେ ଭାଙ୍ଗିପଡିବ ଦୁଃଖର ପାହାଡ଼, ଘଟିପାରେ ବଡ଼ ଦୁର୍ଘଟଣା, ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ଅକ୍ଟୋବର ୨୦୨୬ରେ ବୁଧ ଓ ଶନି ପରସ୍ପରଠାରୁ ୧୫୦ ଡିଗ୍ରୀ କୋଣରେ ଅବସ୍ଥିତ ରହିବେ। ଏହା ଫଳରେ ଷଡାଷ୍ଟକ ଯୋଗ…

ଟ୍ରେନ୍‌ ଟ୍ରାକ୍‌ ମରାମତି ଯାଞ୍ଚବେଳେ ଟ୍ରାକ୍‌ମ୍ୟାନଙ୍କୁ ଧକ୍କାଦେଲା ଦ୍ରୁତଗାମୀ ଇଣ୍ଟରସିଟି, ଚାଲିଗଲା ଜୀବନ

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନଙ୍କ…

ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସମସ୍ତେ ହାତ ଯୋଡ଼ି ପରସ୍ପରକୁ ଅଭିବାଦନ ଜଣାଇଲେ; ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବା ବେଳେ ଶୁକ୍ରବାର ସଂସଦ ଭବନରୁ ଏକ ଆକର୍ଷଣୀୟ ଭିଡିଓ ସାମ୍ନାକୁ ଆସିଛି। ମହାତ୍ମା ଗାନ୍ଧୀ…

ଗିଲ୍‌ ମାରିବେ ୧୦ ଦ୍ୱିଶତକ: ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ବ୍ୟାଟ୍‌ରୁ ଏହାର ପ୍ରମାଣ ମଧ୍ୟ…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

Video: ‘ଶିବାଜୀ ପାର୍କ, ଶିବାଜୀ ପାର୍କ…’ ଡାକି ଅଟୋ ଡ୍ରାଇଭର ସାଜିଲେ ଅଭିଜିତ ଦୀପକେ, କେଉଁ ବାର୍ତ୍ତା ଦେବାକୁ ଚାହୁଁଥିଲେ CJP ମୁଖ୍ୟ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଅକ୍ଟୋବର ୨ ଅପରାହ୍ନ ୪ଟାରେ ମୁମ୍ବାଇରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି। ଏହି ବିକ୍ଷୋଭ ଶିବାଜୀ…

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?