ଛାତ୍ରୀନିବାସରେ ପାଣି, ବିଦ୍ୟୁତ୍‌ ସେବା ଠପ୍‌: ଧାରଣାକୁ ଓହ୍ଲାଇଲେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୨୮।୮-ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଉପାସନା ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀ ପାଣି, ବିଦ୍ୟୁତ୍‌ ସମସ୍ୟାରେ ଧନ୍ଦି ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ସମାଧାନ ଦିଗରେ କଲେଜ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉନାହାନ୍ତି। ମଙ୍ଗଳବାର ସମସ୍ୟା ସୀମା ଟପିବା ପରେ ଆନ୍ଦୋଳନକୁ ଓହ୍ଲାଇ ତୀବ୍ର ପ୍ରତିବାଦ କରିଛନ୍ତି ଛାତ୍ରୀ। ଏହାକୁ ନେଇ କଲେଜ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ନାମଲେଖା ସମୟରେ ହଷ୍ଟେଲ ଫି’ ବାବଦକୁ ଜଣକ ପିଛା ୯୫୦୦ ଟଙ୍କା ଦାଖଲ କରାଯାଇଛି। ମାସିକ ରୁମ୍‌ ବାବଦକୁ ୫୫୦ ଟଙ୍କା ନିଆଯାଉଛି। ଏହାସତ୍ତ୍ୱେ ହଷ୍ଟେଲ ସମସ୍ୟାର ସମାଧାନ କରାଯାଉନାହିଁ। ଦୀର୍ଘଦିନ ହେଲା ପ୍ରକୋଷ୍ଠଗୁଡ଼ିକ ମରାମତି ହୋଇନାହିଁ। ପାଣି ସମସ୍ୟାର ସ୍ଥାୟୀ ପ୍ରତିକାର କରାଯାଉନାହିଁ। ବିଦ୍ୟୁତ୍‌ ସେବା ଠପ୍‌ ହୋଇପଡ଼ିଛି। ଠିକ୍‌ ଭାବେ ବଲ୍‌ବ ଜଳୁନାହିଁ। ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଉଛି। ଅପରିଷ୍କାର ପରିବେଶରେ ବିଷଧର ସରୀସୃପ ବିଚରଣ କରୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ କଲେଜ ଏବଂ ହଷ୍ଟେଲ କର୍ତ୍ତୃପକ୍ଷ ଏସବୁର ସମାଧାନ କରୁ ନ ଥିବାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା ସେମାନେ କହିଛନ୍ତି।
ଛାତ୍ରୀମାନେ ସକାଳ ୭ଟାରୁ ଅଧ୍ୟକ୍ଷାଙ୍କ ପ୍ରକୋଷ୍ଠ ଆଗରେ ଧାରଣାରେ ବସିରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ଫ୍ଲାଇଟ୍ ବିଳମ୍ବ ହେବାରୁ ନଷ୍ଟ ହେଲା ଚାଷୀଙ୍କ ଗଛ ! ଏୟାରଏସିଆକୁ କୋର୍ଟଙ୍କ ବଡ଼ ଝଟ୍‌କା, କ୍ଷତିପୂରଣ ଶୁଣିଲେ…

ନୂଆଦିଲ୍ଲୀ,୧୧।୬: ଏୟାର ଏସିଆ ବିମାନ କମ୍ପାନୀର ଉଡ଼ାଣ ବିଳମ୍ବ ଯୋଗୁଁ କେରଳର ଜଣେ ଚାଷୀଙ୍କ ଏକ ଗଛ ନଷ୍ଟ ହୋଇଗଲା। କେରଳର ପାଲକ୍କଡର ବାସିନ୍ଦା ଅବଦୁଲ ଅଜିଜ ହାଇବ୍ରିଡ୍…

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ ନାବାଳକ, ହଠାତ୍….

ଧର୍ମଶାଳା/ବାରବାଟି,୧୧।୬(ଶିବପ୍ରସାଦ ମହାନ୍ତି/ପ୍ରଭୁଦତ୍ତ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଚକଗୋପାଳପୁର ନିକଟ ବ୍ରାହ୍ମଣୀ ନଦୀ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଇବାକୁ…

ଅବକାରୀ ବିଭାଗର SI-ASI ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା/ରାଜନଗର,୧୧ା୬(ଜଗନ୍ନାଥ ଧଳ/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଅବକାରୀ…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ପୁଣି ଝାଲମୁଢି ଖାଇଲେ ମୋଦି: ଏଥର ଦୋକାନରେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖାଇ…

ନୂଆଦିଲ୍ଲୀ,୧୧।୬:କେନ୍ଦ୍ରରେ ମୋଦି ସରକାର ଐତିହାସିକ ୧୨ ବର୍ଷ ଶାସନ ପୂରଣ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଦୀର୍ଘ ଦିନ ପାଇଁ ରେକର୍ଡ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ଚାଲିଛି: ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେବାୟତଙ୍କ ସହ ଆଲୋଚନା

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ରଥାଯାତ୍ରା ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଗୁରୁବାର ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri