ଛାତ୍ରୀଛାତ୍ରଙ୍କୁ ମାର୍କ କମ୍‌ ମିଳିଥିବା ନେଇ ଅଭିଭାବକ ଫୋରମର ଅଭିଯୋଗ

ବାରିପଦା ଅଫିସ,୨ା୬ : ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଚତୁର୍ଥ ସେମିଷ୍ଟାର ଇଣ୍ଟରନାଲ ପରୀକ୍ଷାରେ କମ୍‌ ମାର୍କ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ରାଇରଙ୍ଗପୁର ଅଭିଭାବକ ଫୋରମର ସଭାପତି ରବୀନ୍ଦ୍ର କୁମାର ପଟ୍ଟନାୟକ, ମୟୂରଭଞ୍ଜ ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି, ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ ଓ ୟୁନାଇଟେଡ୍‌ ସିଭିଲ ସୋସାଇଟିର ଫାଗୁରାମ ମାରାଣ୍ଡି ପ୍ରମୁଖ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ.ଜୟନ୍ତ କୁମାର ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳର ଅଭିଯୋଗ ମୁତାବକ ସେମିଷ୍ଟାର ପରୀକ୍ଷାରେ ୫୦ ଶତାଂଶ, ୬୦ ଶତାଂଶ ଓ ୭୦ ଶତାଂଶ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ଇଣ୍ଟରନାଲ ପରୀକ୍ଷାରେ ୦,୧,୨ ମାର୍କ ଦିଆଯାଇଛି। ତୃଟିପୁର୍ଣ୍ଣ ମୂଲ୍ୟାୟନ ହୋଇଥିବା ସେମାନେ ଦର୍ଶାଇଥିଲେ। ତେବେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଇଛି। ଏଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଛାତ୍ରୀଛାତ୍ରଙ୍କୁ ପାସ ମାର୍କ ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। ଏଥିରେ ବ୍ୟତିକ୍ରମ ହେଲେ ରାଇରଙ୍ଗପୁର କଲେଜ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ଆଜି ପାଇଁ ସାବଧାନ ରୁହନ୍ତୁ ଏହି ଜିଲାବାସୀ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୨୮।୫: ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଝଡ଼ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

NEET Leak; ରାଜନାଥଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ, ଘୋଷଣା କରି କହିଲେ….

ନୂଆଦିଲ୍ଲୀ, ୨୮।୫: NEET ପେପର୍ ଲିକ୍ ବିବାଦ ପରେ, କେନ୍ଦ୍ର ସରକାର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁରକ୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ବିଚାର…

ରାତିରେ ନିଦ ହେଉନି କି? ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଆଜିକାଲି ବହୁତ ଲୋକ ଅନିଦ୍ରାରେ ପୀଡ଼ିତ। ବିଳମ୍ବିତ ରାତିରେ ଚେଇଁବା, ବାରମ୍ବାର ଉଠିବା ଏବଂ ସକାଳେ କ୍ଳାନ୍ତ ଅନୁଭବ କରିବା ଏକ ସାଧାରଣ କଥା ହୋଇଗଲାଣି। ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri