ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ତିହିଡ଼ି, ୮।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ପାଳିଆବିନ୍ଧା ଅଞ୍ଚଳର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ପାଳିଆ ଜେନାସାହି ଗ୍ରାମର ନିରଞ୍ଜନ ଜେନା ନାମକ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି। ଏ ନେଇ ତିହିଡ଼ି ଥାନାରେ ଏକ ମାମଲା(ନଂ.୨୫୨/୧୯) ରୁଜୁ ହୋଇଛି। ପୀଡ଼ିତା ଛାତ୍ରୀ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ପାଳିଆବିନ୍ଧା ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଏହି ଛାତ୍ରୀ ଗୁରୁବାର ରାତିରେ ନିକଟସ୍ଥ ଏକ ଦୋକାନକୁ ସାମଗ୍ରୀ କିଣିବାକୁ ଯାଇଥିଲେ। ଦୋକାନରୁ ଫେରୁଥିବା ବେଳେ ନିରଞ୍ଜନ ଛାତ୍ରୀଙ୍କ ମୁହଁରେ ହାତ ଚାପି ବଳପୂର୍ବକ ତାଙ୍କୁ ଟେକି ନେଇଥିଲେ। ସେ ଛାତ୍ରୀଙ୍କୁ ଏକ ମନ୍ଦିର ପଛପଟକୁ ନେଇ ତାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର କରିଥିତ୍ବା ଅଭିଯୋଗରେ ଦର୍ଶାଯାଇଛି। ଛାତ୍ରୀ ଜଣଙ୍କ ଲୋକଲଜ୍ଜାରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ରାତିରେ କହି ନ ଥିଲେ। ଶୁକ୍ରବାର ସକାଳେ ସେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ ମା’ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri