ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା: ନାବାଳକଙ୍କୁ ୨୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୪।୮-ଅନୁଗୋଳ ଥାନା ପଞ୍ଚମହଲା ନିକଟରେ ୨୦୧୭ ମାର୍ଚ୍ଚ ୩୧ରେ ଜଣେ ଛାତ୍ରୀଙ୍କୁ ଗଣ ବଳାତ୍କାର କରାଯାଇଥିବା ମାମଲାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଅନୁଗୋଳ ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ବାଳ ଅପରାଧ ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ମାମଲା ପରିଚାଳନା କରିଥିବା ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ମୋଟ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ୮ଟି ଦସ୍ତାବିଜ ଅନୁଧ୍ୟାନ କରି କୋର୍ଟ ଏପରି ରାୟ ଶୁଣାଇଥିବା ପିପି ପ୍ରକାଶ କରିଛନ୍ତି। ଏହି ମାମଲାରେ ମୋଟ୍‌ ୬ଜଣଙ୍କ ସମ୍ପୃକ୍ତି ଥିବା ବେଳେ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇସାରିଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ମାର୍ଚ୍ଚ ୩୧ରେ ସମ୍ପୃକ୍ତା ଛାତ୍ରୀ ମାଉସୀ ପୁଅ ଭାଇ ସହ ଯାଉଥିବା ବେଳେ ୬ ଅଭିଯୁକ୍ତ ସେମାନଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଟଙ୍କା ମାଗିଥିଲେ। ପରେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ ବଳାତ୍କାର କରିବା ସହିତ ମୋବାଇଲରେ ଭିଡିଓ ରେକର୍ର୍ଡିଂ କରିଥିଲେ। ୨୦ ହଜାର ଟଙ୍କା ନ ଦେଲେ ଇଣ୍ଟରନେଟ୍‌ରେ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ଉଭୟଙ୍କୁ ଛାଡ଼ି ଦେଇଥିଲେ। ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ପକ୍ଷରୁ ୨୦୧୭ ଏପ୍ରିଲ ୧ରେ ଅନୁଗୋଳ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ନଂ.୧୮୧/୨୦୧୭ରେ ମାମଲା ରୁଜୁ କରି ଅତି ଗୋପନର ସହ ତଦନ୍ତ ଚଳାଇ ସେହି ମାସ ୧୪ ତାରିଖରେ ଜଣେ ନାବାଳକଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ନାବାଳକଙ୍କୁ ବାଦ ଦେଇ ଅନ୍ୟ ୪ ଅଭିଯୁକ୍ତଙ୍କୁ ୨୦୧୮ ସେପ୍ଟେମ୍ବର ୨୫ରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ନିର୍ଭୟା ଘଟଣା ପରେ ପ୍ରତ୍ୟେକ କୋର୍ଟରେ ସିଆଇସିଏଲ୍‌ (ଚାଇଲ୍ଡ ଇନ୍‌ କନ୍‌ଫ୍ଲିକ୍ଟ ଉଇଥ ଲ) କୋର୍ଟ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନୁଗୋଳ କୋର୍ଟରେ ଗଠନ ହୋଇଥିବା ଏହି କୋର୍ଟ ଅଭିଯୁକ୍ତ ନାବାଳକଙ୍କୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ଓଡ଼ିଶାରେ କୌଣସି ନାବାଳକଙ୍କୁ ଚିଲଡ୍ରେନ୍‌ କୋର୍ଟଙ୍କ ଏପରି ଦଣ୍ଡାଦେଶ ପ୍ରଥମ ବୋଲି ପିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?