Posted inଜାତୀୟ

ଚୋକ୍‌ସି, ମାଲ୍ୟାଙ୍କ ସମେତ ଖିଲାପକାରୀଙ୍କୁ ଋଣ କ୍ଷମା

ନୂଆଦିଲ୍ଲୀ,୨୯।୪: ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଅନାଦାୟ ଋଣ(ଏନ୍‌ପିଏ) ସ୍ତର ବଢ଼ିବା ଆଶଙ୍କା ରହିଛି। ଏଭଳି ସ୍ଥଳେ ବୃହତ୍‌ ପରିମାଣର ଋଣ ନେଇ ପରିଶୋଧ କରି ନ ଥିବା ୫୦ ଇଚ୍ଛାକୃତ ଖିଲାପକାରୀଙ୍କ ୬୮,୬୦୭ କୋଟି ଟଙ୍କାକୁ ଭାରତୀୟ ବ୍ୟାଙ୍କଗୁଡ଼ିକ ରାଇଟ୍‌ ଅଫ୍‌ କରିବା ଏବେ ସମସ୍ତଙ୍କୁ ଚକିତ କଲା ଭଳି ବିଷୟ ପାଲଟିଛି। ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ଉପରଲିଖିତ ଋଣ ରାଇଟ୍‌ ଅଫ୍‌ କରାଯାଇଛି ବୋଲି ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମଗାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତରରେ ରିଜର୍ଭ ବ୍ୟାଙ୍କ ଏହା କହିଛିି। ମେହୁଲ ଚୋକ୍‌ସି, ବିଜୟ ମାଲ୍ୟାଙ୍କ ଭଳି ବଡ଼ବଡ଼ିଆ ଏଭଳି ବୃହତ୍‌ ପରିମାଣର ଋଣ ନେଇ ଚମ୍ପଟ ମାରିଛନ୍ତି। ତେଣୁ ବହୁ ପରିମାଣର ଋଣ ଅର୍ଥ ବ୍ୟାଙ୍କକୁ ଆଉ ଫେରିବ ବୋଲି କୁହାଯାଇ ନ ପାରେ। ସାଧାରଣତଃ ଯେଉଁ ଋଣ ଫେରିବାର ଆଉ ସମ୍ଭାବନା ନ ଥାଏ, ତାହାକୁ ବ୍ୟାଙ୍କଗୁଡିକ ସେମାନଙ୍କ ହିସାବ ଖାତାରୁ ବାଦ୍‌ ଦେଇଥାନ୍ତି। ତାକୁ ରାଇଟ୍‌ ଅଫ୍‌ କୁହାଯାଏ।
ଗୀତାଞ୍ଜଳି ଜେମ୍‌ସ ମାଲିକ ମେହୁଲ ଚୋକ୍‌ସି ଖିଲାପକାରୀ ବ୍ୟକ୍ତିଙ୍କ ତାଲିକାର ଆଗରେ ଅଛନ୍ତି। ସେ ବ୍ୟାଙ୍କଗୁଡିକରୁ ୫,୪୯୨ କୋଟି ଟଙ୍କା ଋଣ ଠକେଇରେ ସମ୍ପୃକ୍ତ ଅଛନ୍ତି। ଏବେ ଆଣ୍ଟିଗୁଆ ପଳାୟନ କରି ସେଠାରେ ରହୁଛନ୍ତି। ତାଙ୍କୁ ଭାରତ ଫେରାଇ ଆଣିବାକୁ ସରକାର ପ୍ରୟାସ କରିଥିଲେ ମଧ୍ୟ ବର୍ତ୍ତମାନ ଯାଏ ସଫଳ ହୋଇ ନାହାନ୍ତି। ସେହିଭଳି ରେଇ ଆଗ୍ରୋ ନାମକ କମ୍ପାନୀ ଉପରେ ୪, ୩୧୪ କୋଟି ଏବଂ ଓ୍ବିନ୍‌ସମ୍‌ ଡାଇମଣ୍ଡ୍‌ ଉପରେ ୪,୦୭୬ କୋଟି ଟଙ୍କାର ଋଣ ରହିଛି। ଋଣ ରାଇଟ୍‌ ଅଫ୍‌ କରାଯାଇଥିବା ଅନ୍ୟ ପ୍ରମୁଖ କମ୍ପାନୀଗୁଡିକ ମଧ୍ୟରେ ରୋଟୋମାକ୍‌ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡ୍‌ (୨,୮୫୦ କୋଟି), କୋଡୋସ୍‌ କେମି ଲିମିଟେଡ (୨,୩୨୬ କୋଟି), ରୁଚି ସୋୟା (୨,୨୧୨ କୋଟି), ଜୁମ୍‌ ଡେଭଲପର ପ୍ରାଇଭେଟ ଲିମିଟେଡ୍‌ର (୨,୦୧୨ କୋଟି) ଋଣ ଟଙ୍କା ରହିଛି।
ଏହି ତାଲିକାର ନବମ ସ୍ଥାନରେ ଥିବା ବିଜୟ ମାଲ୍ୟାଙ୍କ କିଙ୍ଗ୍‌ଫିସର ଏୟାରଲାଇନ୍ସ ଉପରେ ୧,୯୪୩ ଟଙ୍କା ଋଣ ରହିଛି। ଏହାକୁ ମଧ୍ୟ ରାଇଟ୍‌ ଅଫ୍‌ କରାଯାଇଛି।

ମାଲ୍ୟା ଏବେ ଲଣ୍ଡନରେ ରହୁଥିବା ବେଳେ ତାଙ୍କୁ ମଧ୍ୟ ଭାରତ ଫେରାଇ ଆଣିବା ଲାଗି ଚେଷ୍ଟା ଜାରି ରହିଛି। ଅନ୍ୟପକ୍ଷରେ ଫରଏଭର ପ୍ରିସିୟସ ଜୁଏଲେରି ଆଣ୍ଡ୍‌ ଡାଇମଣ୍ଡ୍‌ ପ୍ରାଇଭେଟ ଲିମିଟେଡ୍‌ର ୧,୯୬୨ କୋଟି ଟଙ୍କା, ଡେକାନ କ୍ରନିକଲ୍‌ ହୋଲ୍ଡିଂ ଲିମିଟେଡ୍‌ର ୧,୯୧୫ କୋଟି ଟଙ୍କାର ଋଣକୁ ମଧ୍ୟ ବ୍ୟାଙ୍କଗୁଡ଼ିକ ଏବେ ହିସାବ ବାହାରେ ରଖିଥିବା ରିପୋର୍ଟରୁ ଜଣାପଡ଼ିିଛି। ଚୋକ୍‌ସିଙ୍କ ଅନ୍ୟ ଦୁଇ ଫାର୍ମ ଗିଲ୍‌ ଇଣ୍ଡିଆ ଏବଂ ନକ୍ଷତ୍ର ବ୍ରାଣ୍ଡ୍‌ ଉପରେ ଯଥାକ୍ରମେ ୧,୪୪୭ କୋଟି ଓ ୧,୧୦୯ କୋଟି ଟଙ୍କା ରହିଛି। ରେଇ ଆଗ୍ରୋ ଲିମିଟେଡ୍‌ର ଝୁନ୍‌ଝୁନ୍‌ଓ୍ବାଲା ବ୍ରଦର୍ସ ଏବେ ଇଡି ସ୍କାନରରେ ରହିଛନ୍ତି। ଓ୍ବିନ୍‌ସମ୍‌ ଡାଇମଣ୍ଡ ପ୍ରମୋଟରଙ୍କ ବିରୋଧରେ ସିବିଆଇ ଏବଂ ଇଡି ତଦନ୍ତ ଜାରି ରଖିଛନ୍ତି। ତାଲିକାର ୪ ନମ୍ବର ଖିଲାପକାରୀ ରୋଟୋମାକ୍‌ କମ୍ପାନୀର ପ୍ରମୋଟର ବିକ୍ରମ କୋଠାରିଙ୍କ ପୁଅ ରାହୁଲ କୋଠାରିଙ୍କୁ ସିବିଆଇ ଗିରଫ କରିଛି। ଋଣ ଖିଲାପକାରୀଙ୍କ ତାଲିକା ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ କିଛି ମାସ ତଳେ ସଂସଦରେ ଦାବି ଉଠାଇଥିଲେ। ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କଗୁଡ଼ିକ ସେଣ୍ଟ୍ରାଲ ରିପୋଜିଟୋରି ଅଫ୍‌ ଇନଫରମେଶନ ଅନ୍‌ ଲାର୍ଜ କ୍ରେଡିଟ୍‌ (ସିଆର୍‌ଆଇଏଲ୍‌ସି) ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କକୁ ବଡ଼ ଖିଲାପକାରୀଙ୍କ ଋଣ ରାଇଟ୍‌ ଅଫ୍‌ ସମ୍ପର୍କିତ ରିପୋର୍ଟ ଦେଇଥିଲେ। ସୂଚନା ଅଧିକାର କର୍ମୀ ସାକେତ ଗୋଖଲୀ ବଡ଼ ଋଣ ଖିଲାପକାରୀଙ୍କ ତଥ୍ୟ ଦେବାକୁ କେନ୍ଦ୍ରୀୟ ବ୍ୟାଙ୍କକୁ ଫେବୃୟାରୀ ୧୬ରେ ଅନୁରୋଧ କରିଥିଲେ। ଏହି ସୂଚନା ଉପଲବ୍ଧ ନ ଥିବା ସେହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ କହିଥିଲା। ହେଲେ ପରେ ଏପ୍ରିଲ ୨୪ରେ ଆର୍‌ବିଆଇ ଲିଖିତ ଭାବେ ଉତ୍ତର ରଖି ଏ ସମ୍ପର୍କିିତ ତଥ୍ୟ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?