ଚିଲିକାରେ ଗ୍ରୀଷ୍ମକାଳୀନ ପକ୍ଷୀ ଗଣନାରୌଦ୍ରତାପ ସତ୍ତ୍ୱେ ୧୦୬ ପ୍ରଜାତିର ୩୮ହଜାର ପକ୍ଷୀଙ୍କ ସମାଗମ

ବାଲୁଗାଁ,୨୮ା୫(ଡି.ଏନ.ଏ.): ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ନୀଳାମ୍ବୁ ଚିଲିକାରେ ୧୦୬ ପ୍ରଜାତିର ୩୮ ହଜାର ୨୭୧ଟି ପକ୍ଷୀ ଅବସ୍ଥାନ କରିଛନ୍ତି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିବା ଗ୍ରୀଷ୍ମକାଳୀନ ପକ୍ଷୀଗଣନା ରିପୋର୍ଟରୁ ଏହା ଜଣାଯାଇଛି ା ଗତବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି ା ଗତବର୍ଷ ଏହି ସମୟରେ ୯୭ ପ୍ରଜାତିର ୫୦,୫୪୧ ପକ୍ଷୀ ଥିଲେ।
ଚଳିତବର୍ଷ ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜ ଅଞ୍ଚଳରେ ଗ୍ରୀଷ୍ମକାଳୀନ ପକ୍ଷୀଗଣନା ଗତ ୨୧ ତାରିଖରେ ଅନୁଷ୍ଠିତ ହୋଇଥିଲା ା ବାଲୁଗାଁ, ଟାଙ୍ଗୀ, ସାତପଡ଼ା, ଚିଲିକା ଓ ରମ୍ଭା ରେଞ୍ଜର ସମସ୍ତ କର୍ମଚାରୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ସୋମବାର ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୩୮ହଜାର ୨୭୧ ପକ୍ଷୀଙ୍କ ସମାଗମ ହୋଇଛି ା ସେଥିମଧ୍ୟରୁ ବିଦେଶାଗତ ୫୩ ପ୍ରଜାତିର ୨୮୯୩୨ ଥିବାବେଳେ ସ୍ଥାନୀୟ ମଧ୍ୟ ୫୩ ପ୍ରଜାତିର ୯୩୩୯ଟି ପକ୍ଷୀ ଅଛନ୍ତି। ମୋଟ ପକ୍ଷୀସଂଖ୍ୟା ମଧ୍ୟରୁ ନଳବଣରେ କେବଳ ୯୨୪୬ ପକ୍ଷୀ ସମାଗମ ହୋଇଛନ୍ତି। ସର୍ବାଧିକ ସଂଖ୍ୟାରେ ଓପୋନ୍‌ ବିଲ୍‌ ଷ୍ଟର୍କ (ଗେଣ୍ଡାଳିଆ) ପ୍ରଜାତି ଥିବାବେଳେ ଦେଶୀୟ ପାଣିକୂଆ ପ୍ରଜାତିର ଅଧିକ ସଂଖ୍ୟାରେ ଦୃଷ୍ଟିଗୋଚର ହୋଇଛି। ଟାଙ୍ଗୀ ରେଞ୍ଜର ଭୂଷଣ୍ଡପୁର ଓ ମଙ୍ଗଳାଯୋଡି ଚିଲିକା ଅଞ୍ଚଳରେ ସର୍ବାଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ବିକାଶ ରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ କର୍ମଚାରୀମାନେ ୨୧ ତାରିଖ ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରତି ଗ୍ରୁପକୁ ଗୋଟିଏ ଲେଖାଏ ଡଙ୍ଗା, ବାଇନାକୁଲାର, ଓ୍ବାକିଟକି, ଜିପିଏସ୍‌ ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଥିଲା। ଶୀତଦିନେ ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରେ ହିମ ବୃଷ୍ଟି ଯୋଗୁ ଅସହ୍ୟ ଶୀତରୁ ରକ୍ଷା ପାଇବା ଏବଂ ଉପଯୁକ୍ତ ଖାଦ୍ୟ, ବାସସ୍ଥାନ ଅନ୍ବେଷଣରେ ପକ୍ଷୀମାନେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାରେ ଅବସ୍ଥାନ କରିଥାନ୍ତି। ମାର୍ଚ୍ଚ ପହିଲା ଆଡ଼କୁ ଗ୍ରୀଷ୍ମ ଅନୁଭୂତ ହେବା ମାତ୍ରେ ଏହି ପକ୍ଷୀମାନେ ପୁନର୍ବାର ନିଜ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ତେବେ କେତେକ ପ୍ରଜାତିର ପକ୍ଷୀ ସ୍ବବାସସ୍ଥାନକୁ ନ ଫେରି ଚିଲିକାକୁ ଆଦରି ରହିଯାନ୍ତି। ପ୍ରତିବର୍ଷ ମେ’ ମାସରେ ଏହି ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟା ନିର୍ଦ୍ଧାରଣ ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଗଣନା କରାଯାଇଥାଏ।
୫ବର୍ଷରେ ଗ୍ରୀଷ୍ମକାଳୀନ ପକ୍ଷୀ ସାରଣୀ
ମସିହା ମୋଟ ପକ୍ଷୀ ସଂଖ୍ୟା ପ୍ରଜାତି
୨୦୧୫ ୪୩୫୯୩ ୧୦୮
୨୦୧୬ ୪୩୧୫୬ ୧୨୧
୨୦୧୭ ୪୧୫୬୯ ୧୧୩
୨୦୧୮ ୫୦୫୪୧ ୯୭
୨୦୧୯ ୩୮୨୭୧ ୧୦୬


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ଝଗଡ଼ପଲ୍ଲୀକୁ ହରାଇ ଗୋକର୍ଣ୍ଣପୁର ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଅଧୀନ ଗୋଲଣ୍ଡା ଗ୍ରାମରେ ଚାଲିଥିବା ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri