ଚିଟ୍‌ଫଣ୍ଡ ଠକେଇ: ପ୍ରଶାସନିକ ଅବହେଳାରୁ ଟଙ୍କା ଫେରି ପାଉ ନାହାନ୍ତି ଜମାକାରୀ

ବାରିପଦା ଅଫିସ,୧୮।୯- ମୟୂରଭଞ୍ଜ ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥା କାର୍ଯ୍ୟାଳୟମାନ ଖୋଲି ଅଧିକ ସୁଧ ଓ ଅନ୍ୟାନ୍ୟ ସୁବିଧା ଦେବାର ପ୍ରଲୋଭନ ଦେଖାଇ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ। ଏହାପରେ ସଂସ୍ଥାର କାର୍ଯ୍ୟାଳୟ ସବୁ ବନ୍ଦ କରି ରାତାରାତି ଉଭାନ ହୋଇଯାଇଥିଲେ। ଠକେଇର ଶିକାର ହୋଇଥିବା ଜମାକାରୀମାନେ ଥାନାଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ସରକାରଙ୍କ ପକ୍ଷରୁ ସଂସ୍ଥାର ମୁଖ୍ୟମାନଙ୍କୁ ଗିରଫ କରାଯାଇଥିଲା। ତେବେ ଜମାକାରୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରି ପାଇବେ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିଲେ। ଅନ୍ୟପକ୍ଷେ ରାଜ୍ୟ ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ କର୍ପସ ପାଣ୍ଠି ଗଠନ କରିଥିଲେ। କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ମୟୂରଭଞ୍ଜ ଜିଲାରେ ପ୍ରଶାସନିକ ଅବହେଳା କାରଣରୁ ଜମାକାରୀମାନେ ସେମାନଙ୍କ ଜମାଟଙ୍କା ଫେରି ପାଇବାରେ ବିଳମ୍ବ ହେଉଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ, କ୍ଷୁଦ୍ର ଜମାକାରୀଙ୍କ ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ଆବେଦନ କରିଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରେ ୧୯୭ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣ ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇପାରି ନାହାନ୍ତିି। ବଡ଼ସାହି ତହସିଲର ୨ଜଣ, ବେତନଟୀ ତହସିଲର ୨, କପ୍ତିପଦା ତହସିଲର ୪ ଓ ଠାକୁରମୁଣ୍ଡା ତହସିଲର ଜଣେ ଜମାକାରୀଙ୍କ ତଥ୍ୟ ଉପରୋକ୍ତ ତହସିଲ କର୍ତ୍ତୃପକ୍ଷ ପ୍ରଦାନ କରିନାହାନ୍ତି। ଏଣୁ ଜମାକାରୀମାନେ ସେମାନଙ୍କ ଜମା ଟଙ୍କା ଫେରି ପାଇ ନାହାନ୍ତି। ସେହିପରି ତୃତୀୟ ଓ ଚତୁର୍ଥ ରିପୋର୍ଟରେ ୪ ହଜାର ୫୦ କ୍ଷୁଦ୍ର ଜମାକାରୀ ସେମାନଙ୍କ ଜମାଟଙ୍କା ଫେରି ପାଇବା ପାଇଁ କମିଶନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏମାନଙ୍କ ପାଇଁ ଜିଲା ତହବିଲକୁ ୨ କୋଟି ୯ ଲକ୍ଷ ୩୧ ହଜାର ୨୬୦ ଟଙ୍କା ଆସିଥିଲା। ସେମାନଙ୍କ ମଧ୍ୟରୁ ୨୬୭୩ ଜଣଙ୍କୁ ୧ କୋଟି ୪୩ ଲକ୍ଷ ୨୯ ହଜାର ୩୭୭ ଟଙ୍କା ପ୍ରଦାନ କରାଯାଇଛି। ହେଲେ ତହସିଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅଦ୍ୟାବଧି ଅନ୍ୟମାନେ ଜମାଟଙ୍କା ଫେରି ପାଇନାହାନ୍ତି। ସୂଚନା ଅନୁଯାୟୀ, ବଡସାହି ତହସିଲର ୧୪୭ ଜଣ , ବହଳଦା ତହସିଲର ୧୧, ବାଙ୍ଗିରିପୋଷି ତହସିଲର ୩୩, ବେତନଟୀ ତହସିଲର ୩୨୩, ବିଶୋଇ ତହସିଲର ୧୦, ବାରିପଦା ତହସିଲର ୧୧୩, ଗୋପବନ୍ଧୁନଗର ତହସିଲର ୩୩, ଜାମଦା ତହସିଲର ୯, ଯଶିପୁର ତହସିଲର ୩, କପ୍ତିପଦା ତହସିଲର ୭୨, କରଞ୍ଜିଆ ତହସିଲର ୩୮, ଖୁଣ୍ଟା ତହସିଲର୧୦, କୁଳିଅଣା ତହସିଲର ୩୫, ମୋରଡା ତହସିଲର ୭୯, ରରୁଆଁ ତହସିଲର ୧୪, ରାସଗୋବିନ୍ଦପୁର ତହସିଲର ୧୧୯, ରାଇରଙ୍ଗପୁର ତହସିଲର ୩୩, ଶାମାଖୁଣ୍ଟା ତହସିଲର ୫୬, ସାରସକଣା ତହସିଲର ୨୫, ଶୁକୃଳି ତହସିଲର ୩୫, ଶୁଳିଆପଦା ତହସିଲର ୧୪, ଉଦଳା ତହସିଲର ୫୪ ଓ ଠାକୁରମୁଣ୍ଡା ତହସିଲର ୫୭ ଜଣ କ୍ଷୁଦ୍ର ଜମାକାରୀମାନଙ୍କ ତଥ୍ୟ ଉପରୋକ୍ତ ତହସିଲ ପକ୍ଷରୁ ଅଦ୍ୟାବଧି ଜିଲା ପ୍ରଶାସନକୁ ପ୍ରଦାନ କରାଯାଇ ନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତାଗିଦ କରାଯିବା ସତ୍ତ୍ୱେ ମଧ୍ୟ ତହସିଲ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇ ନ ଥିବା ଜଣାପଡିଛି। ଏ ନେଇ ଜିଲା ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳି ପାରିି ନ ଥିବା ବେଳେ ଜଣେ ତହସିଲଦାର ନିଜ ନାମ ପ୍ରକାଶ ନ କରିବାକୁ କହି କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକେ ସଚେତନ ହୋଇ ନାହାନ୍ତି। ସେମାନେ ଏପର୍ଯ୍ୟନ୍ତ ସେମାନଙ୍କ ତଥ୍ୟ ଦେଇ ନାହାନ୍ତି। ଫଳରେ ତହସିଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ବିଳମ୍ବ ହେଉଛି ବୋଲି କହିଛନ୍ତିି। ଏଥିପାଇଁ ତହସିଲ କର୍ତ୍ତୃପକ୍ଷ ଯେତିକି ଦାୟୀ ଜମାକାରୀମାନେ ମଧ୍ୟ ସେତିକି ଦାୟୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri