ଚିକେନ୍‌ ପଟିଆଲା

ଖାଦ୍ୟ ପାଇଁ ରାଜ୍ୟ ତଥା ବାହାରେ ବେଶ୍‌ ପରିଚିତ ରେଶମ ସହର ବ୍ରହ୍ମପୁର। ଗ୍ରାହକଙ୍କ ଚାହିଦା ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ସହରରେ ଖୋଲିଛି ଅନେକ ସ୍ବାଦିଷ୍ଠ ରେଷ୍ଟୁରାଣ୍ଟ। ସେଥିମଧ୍ୟରେ ଏକ ନିଆରା ଖାଦ୍ୟ ପ୍ରସ୍ତୁତକାରୀ ରେଷ୍ଟୁରାଣ୍ଟ ହେଉଛି ବ୍ରହ୍ମପୁର ଦଳୁଆ ସାହି କ୍ୟାଣ୍ଟନମେଣ୍ଟ ରୋଡ ଏସ୍‌ବିଆଇ ସାନ୍ଧ୍ୟ ବ୍ରାଞ୍ଚ ନିକଟରେ ଥିବା କିକ୍‌ ରେଷ୍ଟ୍ରୋ। ନିରାମିଷ ତଥା ଆମିଷ ବିଭିନ୍ନ ପ୍ରକାର ଡିଶ୍‌ ପାଇଁ ଏହା ଅଳ୍ପ ଦିନରେ ବେଶ ସୁନାମ ଅର୍ଜନ କରିଛି। ବିଶେଷ କରି ଚିକେନରେ ପ୍ରସ୍ତୁତ ବିଭିନ୍ନ ଡିଶ୍‌୍‌ର ଚାହିଦା ଅଧିକ ରହିଛି। ଏହି ରେଷ୍ଟୁରାଣ୍ଟର ଚାହିଦାଯୁକ୍ତ ତଥା ସ୍ବତନ୍ତ୍ର ଡିଶ୍‌୍‌ ହେଉଛି ଚିକେନ ପଟିଆଲା। ଏହି ଡିଶ୍‌ର ପ୍ଲେଟ ପିଛା ମୂଲ୍ୟ ୧୯୯ଟଙ୍କା ରହିଛି। ଏହାର ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ରେଷ୍ଟୁରାଣ୍ଟ ଆସିଷ୍ଟାଣ୍ଟ କୁକ୍‌ କାହ୍ନା ରଣା କହନ୍ତି…..

ଆବଶ୍ୟକ ସାମଗ୍ରୀ:

କଞ୍ଚା ଅଣ୍ଡା: ୨ଟା
ଚିକେନ-୬୦୦ଗ୍ରାମ
ପିଆଜ କାଜୁ ପେଷ୍ଟ(ୟେଲୋ ଗ୍ରେଭି):
ଏକ ଚାମଚ(ବଡ ଚାମଚ)
ମରିଚଗୁଣ୍ଡ: ଦେଢ ଚାମଚ(୧ ୧/୨ ଚାମଚ)
ଧନିଆ ପାଉଡର: ୧/୨ ଚାମଚ
ଜିରା ପାଉଡର: ୧/୨ ଚାମଚ
କସ୍ତୁରୀ ମେଥି(ମେଥି ପତ୍ର): ଏକ ଚୁଟ୍‌କି
ଲହୁଣି: ୧/୨ ଚାମଚ
କଟା ରସୁଣ: ୧/୨ ଚାମଚ
ଲୁଣ: ସ୍ବାଦ ଅନୁସାରେ
ଚିନି: ଅଳ୍ପ
ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଛୋଟ ଛୋଟ ପିସ୍‌ କରି କାଟି ରଖିବେ। ଚୁଲା ଉପରେ କଡେଇ ବସାଇ ତେଲ ପକାଇବେ। ତେଲ ଗରମ ହେବା ପରେ ଦୁଇଟି ଅଣ୍ଡାକୁ ଫଟାଇ ପକାଇ ଅମ୍‌ଲେଟ୍‌ ପ୍ରସ୍ତୁତ କରିବେ। ଏହାକୁ ଗୋଟିଏ ପ୍ଲେଟକୁ ବାହାର କରିନେବେ। ଏହାପରେ ଅନ୍ୟ ଏକ କଡେଇରେ ଅଳ୍ପ ତେଲ ନେବେ। ତେଲ ଗରମ ହେବା ପରେ କଟା ରସୁଣ, ମେଥିପତ୍ର ଓ ପିଆଜ ପକାଇ ଫ୍ରାଏ କରିବେ। ଏହା ପରେ ପୂର୍ବରୁ ଧୁଆହୋଇ ରଖାଯାଇଥିବା ଚିକେନକୁ ସେଥିରେ ପକାଇ ଫ୍ରାଏ କରି କିଛି ସମୟ ଛାଡିଦେବେ। ଏହାପରେ ସେଥିରେ ୟେଲୋ ଗ୍ରେଭି(ପିଆଜ କାଜୁ ପେଷ୍ଟ) ଛୋଟ ଚାମଚରେ ଦୁଇ ଚାମଚ ପକାଇ ଅଳ୍ପ ପାଣି ଦେବେ। ସେଥିରେ ମରିଚ ଗୁଣ୍ଡ, ଜିରା ପାଉଡର, ଧନିଆ ପାଉଡର ଅଧା ଚାମଚ ପକାଇ ଫ୍ରାଏ କରିବେ। ଶେଷରେ ଅଳ୍ପ ଚିନି ପକାଇ ଏକ ପ୍ଲେଟକୁ ବାହାର କରିବେ। ପୁଣି ଅନ୍ୟ ଏକ କଡେଇକୁ ଗରମ କରି ଅଳ୍ପ ରସୁଣ, ମେଥି ଫ୍ରାଏ କରିବା ପରେ ବଳକା ୟେଲୋ ଗ୍ରେଭି, ଜିରା ପାଉଡର, ଧନିଆ ପାଉଡର, ଲହୁଣି ପକାଇ ଝୋଳ ସଦୃଶ ହେବା ପରେ ଚିନି ପକାଇ ପ୍ଲେଟକୁ ବାହାର କରିନେବେ। ଅନ୍ୟ ଏକ ପ୍ଲେଟରେ ପୂର୍ବରୁ ପ୍ରସ୍ତୁତ ଅଣ୍ଡା ଅମ୍‌ଲେଟ୍‌ ଉପରେ କଷା ଚିକେନକୁ ଦେଇ ରୋଲ ଭଳି ଗୋଡାଇବେ। ରୋଲକୁ ମଧ୍ୟଭାଗରୁ ଛୋଟ ଛୋଟ ପିସ୍‌ କରି କାଟି ତା’ ଉପରେ ପ୍ରସ୍ତୁତ ମସଲା ଝୋଳକୁ ପକାଇବେ। ଏହାଉପରେ ସ୍ବତନ୍ତ୍ର ପ୍ଲେଟକୁ ବାହାର କରି ଅମୂଲ କ୍ରିମ ପକାଇ ଧନିଆ ପତ୍ର ଦେଇ ପରଷିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri