ଚାଷୀଙ୍କୁ ସ୍ବାବଲମ୍ବୀ କରୁଛି ‘ମୋ ମାଛ ପୋଖରୀ’

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ମାଛ ଚାଷ ଓ ଉପତ୍ାଦନ କ୍ଷେତ୍ରରେ ଏହି ବ୍ଲକ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ରହିଛି। ମାଛ ଚାଷ କରି ଚାଷୀମାନେ ଆତ୍ମନିର୍ଭରଶୀଳ ହେବା ସହିତ ରୋଜଗାରକ୍ଷମ ହୋଇପାରିଛନ୍ତି। ରାଜ୍ୟ ସରକାରଙ୍କ ମତ୍ସ୍ୟ ଉନ୍ନୟନ ଯୋଜନାରେ ‘ମୋ ମାଛ ପୋଖରୀ’ ମାଧ୍ୟମରେ ମଧୁର ଜଳରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ଲକ ମତ୍ସ୍ୟ ବିଭାଗ ପକ୍ଷରୁ ୩୧ ଜଣ ମତ୍ସ୍ୟଚାଷୀଙ୍କୁ ଏହି ଯୋଜନାରେ ୧୪୮.୬୮ ହେକ୍ଟର ଜମି(ଶାରଦ ୨) ଯୋଗାଇ ଦିଆଯାଇଥିବା ବେଳେ ପୋଖରୀ ଖୋଳାଯାଇ ମାଛ ଚାଷ କରାଯାଇଛି। ସର୍ବନିମ୍ନ ୧୮ ଗୁଣ୍ଠ ଜମିରେ ପୋଖରୀ ଖୋଳାଯାଇ ୫୦ ଡିସିମିଲ ଓ ସର୍ବାଧିକ ୭ ଏକର ଜମିରେ ପୋଖରୀ ଖୋଳାଯାଇ ୫ ଏକର ଜମିର ଜଳଭାଣ୍ଡରେ ମାଛଚାଷ ଲାଗି ବ୍ୟବସ୍ଥା ଅଛି। ହେକ୍ଟର ପିଛା ୮.୫୦ ଲକ୍ଷ ଟଙ୍କାର ଯୋଜନା ଥିବାବେଳେ ପ୍ରତି ଚାଷୀଙ୍କ ପାଇଁ ୪.୨୫ ଲକ୍ଷ ଟଙ୍କାର ସବ୍‌ସିଡି ବ୍ୟବସ୍ଥା ମଧ୍ୟ ରହିଛି।
ଉଲ୍ଲେଖନୀୟ ଯେ, ଚଳିତବର୍ଷ ମତ୍ସ୍ୟ ପୋଖରୀ ଖୋଳିବା ପାଇଁ ବ୍ଲକର ୨୦ରୁ ଊର୍ଦ୍ଧ୍ୱ ଚାଷୀ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଏଥିସହ ସେମାନଙ୍କର ଶାରଦ(୨) ଜମିର କାଗଜପତ୍ର ମତ୍ସ୍ୟ ଅଧିକାରୀଙ୍କ ପୋଖରୀ ଯାଞ୍ଚ ନିମନ୍ତେ ଜମା ଦେଇଥିବା ଜଣାପଡ଼ିଛି। ମଧୁର ଜଳରେ ମାଛ ଚାଷ ଏକ ଲାଭଦାୟକ ବ୍ୟାପାର। ଏହାଛଡ଼ା ପୋଖରୀ ହୁଡା, ଆଡିରେ ମଧ୍ୟ ସମନ୍ନିତ କୃଷି ତଥା ପରିବା ଚାଷ କରି ଚାଷୀମାନେ ବାର୍ଷିକ ହେକ୍ଟର ପିଛା ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କମାଇ ପାରୁଛନ୍ତି। ସମନ୍ନିତ କୃଷିରୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଥିବା ଅଗ୍ରଣୀ ଚାଷୀ ଅରଣ୍ଡୁଆର ଅରୁଣ କୁମାର ମହାନ୍ତି ଓ ବ୍ରାହ୍ମଣଗଁାର ସଞ୍ଜୀବ କୁମାର ମହାପାତ୍ର କହିଛନ୍ତି। ସେହିପରି ଭେଡ଼ା ଅଞ୍ଚଳ କୁହାଯାଉଥିବା କ୍ଷେମପୁର ଗ୍ରାମର ଯୁବ ମତ୍ସ୍ୟଚାଷୀ ବ୍ରଜକିଶୋର ମଲ୍ଲିକ ନିଜର ୩୨ ଗୁଣ୍ଠ ଜମିରେ ମଧୁର ଜଳ ପୋଖରୀ ଖୋଳି ମାଛ ଓ ପରିବା ଚାଷ କରିଛନ୍ତି। ଏହି ଚାଷ ତାଙ୍କ ପରିବାରକୁ ଦାନ ଯୋଗାଇବା ସହ ସ୍ବାବଲମ୍ବୀ କରିଛି ବୋଲି ସେ କହନ୍ତି। ଏହି ଯୋଜନାରେ ବରଣ୍ଡୁଆ ଗ୍ରାମର ଅଗ୍ରଣୀ ଚାଷୀ ନାରାୟଣ ପଣ୍ଡା ନିଜ ପୋଖରୀରୁ ମାଛ ଓ ଯାଅଁାଳ ଉତ୍ପାଦନ କରି ଜିଲାରେ ଜଣେ ଅଗ୍ରଣୀ ଚାଷୀ ଭାବେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏ ସମ୍ପର୍କରେ ବ୍ଲକ ମତ୍ସ୍ୟ ଅଧିକାରୀ ଗଦାଧର ରାଉତଙ୍କୁ ପଚାରିବାରୁ କହିଛନ୍ତି, ୨୦୧୭-୧୮ ଆର୍ଥିକ ବର୍ଷରେ ୧୫ରୁ ଊର୍ଦ୍ଧ୍ୱ ଓ ୨୦୧୮-୧୯ ବର୍ଷରେ ୩୧ ଚାଷୀଙ୍କୁ ମୋ ମାଛ ପୋଖରୀ ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ସବ୍‌ସିଡି ସହିତ ସମ୍ପୂର୍ଣ୍ଣ ଋଣ ଦିଆଯାଇଛି। ଏହା ଏକ ଲାଭଦାୟକ ଚାଷ ବୋଲି ସେ ମତ ରଖିବା ସହିତ ତାଙ୍କ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ପରିବାରର ପିଲାଙ୍କୁ ଚିହ୍ନଟ କରାଯାଇ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଜାହାଜ ‘ଲିଆକି ଫ୍ରିଡମ’ ଉପରେ ଆମେରିକାର ଆକ୍ରମଣ? MEA କଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୩।୬: ଓମାନ ଉପକୂଳରେ ‘ଲିଆକି ଫ୍ରିଡମ’ନାମକ ଜାହାଜ ଭାରତୀୟ କ୍ରୁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ପ୍ରକାଶ ପାଇବା ପରେ, ଜାହାଜ ଉପରେ ଆକ୍ରମଣର ଗୁଜବ…

ଅଭିଷେକ ବାନାର୍ଜୀଙ୍କ ଘରେ ବେଙ୍ଗଲ ପୋଲିସର ଚଢାଉ, ଚିନ୍ତାରେ ମମତା!

କୋଲକାତା,୧୩।୬: ଶନିବାର ସକାଳେ ସାଲବୋନି ପୋଲିସ ଷ୍ଟେଶନର କର୍ମଚାରୀ ଏବଂ କୋଲକାତା ପୋଲିସର ଏକ ବଡ଼ ଦଳ ତୃଣମୂଳ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ…

ପାକିସ୍ତାନକୁ ରାଜନାଥଙ୍କ ଖୋଲ ଚେତାବନୀ

ନୂଆଦିଲ୍ଲୀ,୧୩।୬: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସିନ୍ଧୁ ନଦୀର ଜଳ ଆତଙ୍କବାଦର ପୃଷ୍ଠପୋଷକଙ୍କ ପାଖରେ ପହଞ୍ଚିବାକୁ ଦିଆଯିବ ନାହିଁ।…

ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ: ବେତନ ବଦଳରେ ଲାଗୁ ହେବ…

ଭୁବନେଶ୍ୱର,୧୩।୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ…

ଭୟଙ୍କର ଦୁର୍ଘଟଣା: ଲ୍ୟାଣ୍ଡିଂ ସମୟରେ ଭାରତୀୟ ବାୟୁସେନାର AN-32 ବିମାନ କ୍ରାସ

ଗୁଆହାଟି,୧୩।୬: ଶନିବାର ଆସାମର ଜୋରହାଟରେ ଥିବା ଭାରତୀୟ ବାୟୁସେନା (IAF) ବାୟୁସେନାର ବାୟୁସେନା ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ AN-32 ପରିବହନ ବିମାନ…

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri