ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା

ରୂପ୍‌ସା, ୨୧।୫(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲାର ସଦର, ବାଲିଆପାଳ, ବସ୍ତା, ଭୋଗରାଇ ସମେତ ବିଭିନ୍ନ ବ୍ଲକରେ ଏଯାଏ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ପ୍ରତିକୂଳ ପରିସ୍ଥିତିରେ ଚାଷୀ ରବି ଧାନ ଅମଳ କରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଅନୁବନ୍ଧିତ ବିଭିନ୍ନ ସେବା ସମବାୟ ସମିତିରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରି କରି ନ ପାରି ଚାଷୀକୁଳ ଦଲାଲଙ୍କୁ କୁଇଣ୍ଟାଲ ପ୍ରତି ମାତ୍ର ୧ହଜାର ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମୁନାଫାଖୋର ବ୍ୟବସାୟୀମାନେ ଚାଷୀଙ୍କ ଅସହାୟତାର ସୁଯୋଗ ନେଇ କମ୍‌ ଦରରେ ଧାନ କିଣି ବାହାର ରାଜ୍ୟକୁ ପଠାଇ ବେଶ୍‌ ଫାଇଦା ଉଠାଉଥିବା ଦେଖିବାକୁ ମିଳିଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି, ଧାରକରଜ, ଋଣ କରି ଦି’ପଇସା ଲାଭ ପାଇବା ଆଶାରେ ଚାଷ କରିଥିବା ଚାଷୀଙ୍କୁ ଏବେ ରବି ଧାନ ବିକ୍ରି ପାଇଁ ଚିନ୍ତା ଘାରିଛି।
ଜିଲା ଅନ୍ତର୍ଗତ ବସ୍ତା, ବାଲିଆପାଳ ଓ ଭୋଗରାଇ ଅଞ୍ଚଳର ଜନସାଧାରଣ ମୁଖ୍ୟତଃ ଖରିଫ୍‌, ରବିଧାନ ଓ ରବି ଫସଲ ଉପରେ ନିର୍ଭରଶୀଳ। ବସ୍ତା ବ୍ଲକର ଚାଷ ଉପଯୋଗୀ ଜମି ୨୦ହଜାର ୧୬୯ ହେକ୍ଟର ମଧ୍ୟରୁ ଚଳିତବର୍ଷ ୫ହଜାର ୫୫୨ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିଲା। ୮୫୦ ହେକ୍ଟର ଜମିରେ ମୁଗ, ବିରି ଓ ୧୪ଶହ ୮୦ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଥିଲା। ସମିତି ମାଧ୍ୟମରେ ସରକାରୀ ଦାମ୍‌ ଅନୁଯାୟୀ ରବି ଧାନ ବିକ୍ରି ପାଇଁ ଚାଷୀମାନଙ୍କ ନାମ ପଞ୍ଜୀକରଣ ହୋଇଥିଲା। ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଏଯାବତ୍‌ ସରକାରୀ ଧାନମଣ୍ଡି ଖୋଲିବାରେ ବିଫଳ ହୋଇଥିବାରୁ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ପ୍ରତିକ୍ରିୟା: ଗଡ଼ପଦା ପଞ୍ଚାୟତର ଚାଷୀ ସତ୍ୟନାରାୟଣ ଚଣ୍ଡ କହନ୍ତି, ଭୋଟ ହାତେଇବା ପାଇଁ ନିର୍ବାଚନ ବେଳେ ସବୁ ରାଜନୈତିକ ଦଳ କୁମ୍ଭୀରକାନ୍ଦଣା କାନ୍ଦୁଥିଲେ। ହେଲେ ଚାଷୀଙ୍କ ସୁବିଧା ପାଇଁ କାହାରି ଦରଦ ନାହଁ। ସରକାରୀ ଦାମ୍‌ରେ ଧାନ ବିକ୍ରି ନ ହେଲେ ବହୁ ପରିମାଣରେ କ୍ଷତି ସହିବାକୁ ପଡ଼ିବ। ରାଉତପଡ଼ା ସମିତି ଚେୟାରମ୍ୟାନ୍‌ ହରେନ୍ଦ୍ର କୁମାର ଦାସ କୁହନ୍ତି, ରବି ଧାନ ବିକ୍ରି ପାଇଁ ୨୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ନାମ ପଞ୍ଜୀକୃତ କରାଯାଇଛି। ହେଲେ ଯୋଗାଣ ବିଭାଗ ପକ୍ଷରୁ ସମିତି ମାଧ୍ୟମରେ ଧାନ କ୍ରୟ ପାଇଁ ଏଯାବତ୍‌ ସରକାରୀ ନିର୍ଦ୍ଦେଶନାମା ଆସିନାହଁି। ବାରମ୍ବାର ଅଭିଯୋଗ ପରେ ବି ଧାନକିଣା ଦିଗରେ ବିଭାଗୀୟ ପଦକ୍ଷେପ ନିଆଯାଉନାହଁି। ଜିଲା ଯୋଗାଣ ଅଧିକାରୀ ଆର୍‌.ଏନ୍‌. ପୃଷ୍ଟିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ଆସନ୍ତା ୨୯ ତାରିଖରେ ବିଭିନ୍ନ ସମିତିରେ ଧାନକିଣା ଲାଗି ମଣ୍ଡି ଖୋଲାଯିବ। ସରକାରୀ ନିୟମାନୁଯାୟୀ ରବି ଧାନ କ୍ରୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri