ବସ୍ତା, ୩୦।୧୨(ସ୍ବ.ପ୍ର.)-ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚାକିରି କରାଇଦେବାକୁ କହି ଟଙ୍କା ଠକି ନେଇ ପଳାଉଥିବା ଜଣେ ଯୁବକ ଲୋକଙ୍କ ଦ୍ୱାରା ଧରାପଡ଼ି ଗିରଫ ହୋଇଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୪୪୯/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି।
ପ୍ରକାଶ ଯେ, ବସ୍ତା ଥାନା ମୁଣ୍ଡିମାରି ଗ୍ରାମ ନିବାସୀ ପର୍ଶୁରାମ ବେହେରାଙ୍କ ପୁଅ ହିମାଂଶୁଙ୍କୁ ଚାକିରି କରାଇଦେବାକୁ କହି ଖନ୍ତାପଡ଼ା ଥାନା ବାଉଶଁମୁହାଁ ଗ୍ରାମର ମହେଶ୍ୱର ବାରିକଙ୍କ ପୁଅ କାଶୀନାଥ ୨୦ ହଜାର ଟଙ୍କା ଅଗ୍ରିମ ନେଇଥିଲେ। ୪୦ହଜାରରୁ ଅବଶିଷ୍ଟ ୨୦ହଜାର ଟଙ୍କା ନିଯୁକ୍ତିପତ୍ର ପ୍ରଦାନ ବେଳେ ନେବେ ବୋଲି କହିଥିଲେ। ତଦନୁଯାୟୀ ଅଭିଯୁକ୍ତ କାଶୀନାଥ ନିଯୁକ୍ତିପତ୍ର ଦେଇ ଆସନ୍ତା ୨୦୨୦ ଜାନୁୟାରୀ ୨ରେ ଚାକିରିରେ ଯୋଗଦେବାକୁ ହିମାଂଶୁଙ୍କୁ କହିଥିଲେ। ମାତ୍ର ନିଯୁକ୍ତିପତ୍ର ନେଇ ସନ୍ଦେହ ପ୍ରକାଶ ପାଇବାରୁ ହିମାଂଶୁ ତାଙ୍କର ସାଙ୍ଗମାନଙ୍କ ସହ ମିଶି ଖୋଳତାଡ କରିବା ପରେ ନିଯୁକ୍ତି ପତ୍ର ସମ୍ପୂର୍ଣ୍ଣ ଜାଲ ବୋଲି ଜଣାପଡ଼ିଥିଲା। ରବିବାର ସନ୍ଧ୍ୟାରେ ଅଭିଯୁକ୍ତ କାଶୀନାଥ ହିମାଂଶୁଙ୍କଠାରୁ ୨୦ହଜାର ଟଙ୍କା ନେବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା। ଏହା ପରେ ତାଙ୍କୁ ଅମର୍ଦ୍ଦା ରୋଡ଼ ଫାଣ୍ଡି ଅଧିକାରୀ ରସାନନ୍ଦ ବେହେରାଙ୍କୁ ହସ୍ତାନ୍ତର କରାଯାଇଥିଲା।
Posted inHome, ଆମ ଜିଲା ଖବର, ବାଲେଶ୍ୱର View All
ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର
ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…
ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ
ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…
ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍ର ୪ ଗିରଫ…
ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…
୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ
ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…
ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ
ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…
ଆକ୍ସନ ମୁଡ୍ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…
ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…
ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…
ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…
ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ
ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…
Archives

