Posted inଖେଳ

ଚାଇନିଜ୍‌ ସ୍ପନସରଶିପ୍‌କୁ ବର୍ତ୍ତମାନ ହଟାଇ ହେବନାହିଁ: ଧୁମଲ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ବର୍ତ୍ତମାନ ପାଇଁ ଚାଇନିଜ ସ୍ପନସରଶିପ୍‌କୁ ହଟାଯାଇପାରିବ ନାହିଁ। ଚୁକ୍ତି ମିଆଦ ଶେଷ ହେବା ପରେ ବିକଳ୍ପ ଚିନ୍ତା କରାଯାଇ ପାରେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୋଷାଧ୍ୟକ୍ଷ ଅରୁଣ ଧୁମଲ ପ୍ରକାଶ କରିଛନ୍ତି। ଭିଭୋ ବର୍ତ୍ତମାନ ଆଇପିଏଲର ଟାଇଟଲ ପ୍ରାୟୋଜକ ରହିଛି। ଚାଇନାର ଏହି କମ୍ପାନୀ ଯୋଗୁ ଭାରତକୁ ଆର୍ଥିକ ଫାଇଦା ମିଳୁଛି। ଚଳିତ ସପ୍ତାହ ପ୍ରଥମଭାଗରେ ସୀମାନ୍ତବର୍ତ୍ତୀ ଗଲଓ୍ବାନ ଉପତ୍ୟକାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଦେଶରେ ଚାଇନା ବିରୋଧୀ ମନୋଭାବ ଦେଖାଦେଇଛି। ୪ ଦଶନ୍ଧି ପରେ ସୀମାନ୍ତ ଅଞ୍ଚଳରେ ଏଭଳି ଉତ୍ତେଜନା ପ୍ରଥମେ ଦେଖିବାକୁ ମିଳିଛି। ସଂଘର୍ଷରେ ଅତିକମ୍‌ରେ ୨୦ ଭାରତୀୟ ସୈନ୍ୟ ପ୍ରାଣ ହରାଇଛନ୍ତି। ଏହି କାରଣରୁ ଚାଇନା ଉତ୍ପାଦକୁ ବର୍ଜନ କରିବା ଲାଗି ଆହ୍ବାନ ଦିଆଯାଇଛି। କିନ୍ତୁ ଧୁମଲ ଯୁକ୍ତି କରିଛନ୍ତି ଚାଇନିଜ କମ୍ପାନୀଗୁଡ଼ିକ ଆଇପିଏଲ୍‌ ଭଳି ଭାରତୀୟ ଇଭେଣ୍ଟଗୁଡ଼ିକୁ ସ୍ପନସର କରୁଛନ୍ତି। ଏହାଦ୍ୱାରା ଦେଶର ସ୍ବାର୍ଥ ସାଧନ ହୋଇପାରୁଛି। ବିସିସିଆଇ ଭିଭୋଠାରୁ ବାର୍ଷିକ ୪୪୦ କୋଟି ଟଙ୍କା ପାଉଛି। ଏହି କମ୍ପାନୀ ସହିତ ୨୦୨୨ ପର୍ଯ୍ୟନ୍ତ ଚୁକ୍ତି ହୋଇଛି। ଜଣେ ଭାବାବେଗ ହୋଇପଡ଼ିଲେ ତାତ୍ତ୍ୱିକ ଦୃଷ୍ଟିକୋଣ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ଚାଇନା ଦୃଷ୍ଟିରୁ ଏକ ଚାଇନିଜ୍‌ କମ୍ପାନୀକୁ ସମର୍ଥନ କରିବା ଅବା ଭାରତର ସ୍ବାର୍ଥ ପାଇଁ ଏକ ଚାଇନିଜ କମ୍ପାନୀରୁ ସହାୟତା ନେବା ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ଧୂମଲ କରିଛନ୍ତି। ଆମେ ଚାଇନିଜ କମ୍ପାନୀଗୁଡ଼ିକୁ ସେମାନଙ୍କ ଉତ୍ପାଦ ଭାରତରେ ବିକ୍ରି କରିବା ଲାଗି ଅନୁମତି ଦେଇଛେ। ଭାରତୀୟ ଗ୍ରାହକମାନଙ୍କଠାରୁ ସେମାନେ ଯାହା ଆୟ କରୁଛନ୍ତି ସେଥିରୁ କିଛି ଅଂଶ ବିସିସିଆଇ(ବ୍ରାଣ୍ଡ୍‌ ପ୍ରମୋଶନ ଭାବେ)କୁ ଦେଉଛନ୍ତି। ବୋର୍ଡ ଏହି ଅର୍ଥରୁ ୪୨ ପ୍ରତିଶତ ଟିକସ ଆକାରରେ ଭାରତ ସରକାରଙ୍କୁ ଦେଉଛନ୍ତି ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ଭିଭୋ ଭଳି ଓପୋ ମୋବାଇଲର ଚାହିଦା ରହିଛି। ଗତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି କମ୍ପାନୀ ଭାରତୀୟ କ୍ରିକେଟ ଦଳର ପ୍ରାୟୋଜକ ରହିଆସିଥିଲା। ପରେ ଏହି ଚାଇନିଜ କମ୍ପାନୀ ସ୍ଥାନରେ ବେଙ୍ଗାଲୁରୁସ୍ଥିତ ଏଜୁକେଶନାଲ ଟେକ୍ନୋଲୋଜି ବାଇଜୁସ୍‌ ପ୍ରାୟୋଜକ ହୋଇଛି। ଧୁମଲ ଏକଥା ମଧ୍ୟ କହିଛନ୍ତି ଯେ, ଚାଇନିଜ ସାମଗ୍ରୀ ଉପରେ କମ୍‌ ନିର୍ଭରଶୀଳ ହେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ଏହି କମ୍ପାନୀଗୁଡ଼ିକୁ ଭାରତରେ ବ୍ୟବସାୟ ପାଇଁ ଅନୁମତି ରହିଛି ଆଇପିଏଲ ଭଳି ଇଣ୍ଡିଆନ ବ୍ରାଣ୍ଡ୍‌ ଆଇପିଏଲ୍‌କୁ ସ୍ପନସର କଲେ କୌଣସି ଅସୁବିଧା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ୨ ମାସର ଚାଉଳ, ବାକି ୩ ମାସକୁ ନେଇ…

ଅମରପାଲି,୩ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବହଳପଦର ପଞ୍ଚାୟତରେ ନୂତନ ରାଶନ କାର୍ଡ ପାଇବା ସତ୍ତ୍ୱେ ହିତାଧିକାରୀମାନେ ୫ ମାସ ଧରି ଚାଉଳ ପାଉ ନ…

ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…

ପାଟନା,୩।୯: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି…

କରିଲୋପାଟଣା କଲେଜ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ବିବାଦ: ରେକର୍ଡ ଯାଞ୍ଚ

ମାର୍ଶାଘାଇ,୩ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଘଟଣାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପ…

ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ: ଏବେ କରୁଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି…

୫. ୮ କୋଟିଙ୍କୁ ମିଳିବ ରୋଜଗାର! ବାଇକ ଟ୍ୟାକ୍ସିକୁ ନେଇ ସବୁ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଲେ ଗଡ଼କରୀ

ନୂଆଦିଲ୍ଲୀ,୩।୯: ଦେଶରେ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ଆହୁରି ସହଜ ଓ ରୋଜଗାରମୁଖୀ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଉପରେ ଜୋର ଦେଉଛନ୍ତି। କେନ୍ଦ୍ରୀୟ ସଡ଼କ…

ମହାକାଳପଡ଼ାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ଜାହାଜ ନିର୍ମାଣ କାରଖାନା, ଏମ୍‌ପି-ବିଧାୟକଙ୍କ ଉଦ୍ୟମକୁ ନେଇ…

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ସଭାଗୃହଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ…

ଘରୋଇ କଳହରୁ କରୁଣ ପରିଣତି: ସ୍ତ୍ରୀଙ୍କୁ ପ୍ରେଟୋଲ ଢାଳି ଜାଳିଦେଲେ ସ୍ବାମୀ

ପୁରୀ,୩।୯(ଅଜିତ କୁମାର ମହାନ୍ତି): ପୁରୀ ଜିଲା କୁମ୍ଭାରପଡା ଥାନା ଅଞ୍ଚଳରେ ପାରିବାରିକ କହଳକୁ ନେଇ ଏକ କରୁଣ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସ୍ବାମୀସ୍ତ୍ରୀଙ୍କ ପବିତ୍ର…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri