Posted inଖେଳ

ଚାଇନିଜ୍‌ ସ୍ପନସରଶିପ୍‌କୁ ବର୍ତ୍ତମାନ ହଟାଇ ହେବନାହିଁ: ଧୁମଲ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ବର୍ତ୍ତମାନ ପାଇଁ ଚାଇନିଜ ସ୍ପନସରଶିପ୍‌କୁ ହଟାଯାଇପାରିବ ନାହିଁ। ଚୁକ୍ତି ମିଆଦ ଶେଷ ହେବା ପରେ ବିକଳ୍ପ ଚିନ୍ତା କରାଯାଇ ପାରେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୋଷାଧ୍ୟକ୍ଷ ଅରୁଣ ଧୁମଲ ପ୍ରକାଶ କରିଛନ୍ତି। ଭିଭୋ ବର୍ତ୍ତମାନ ଆଇପିଏଲର ଟାଇଟଲ ପ୍ରାୟୋଜକ ରହିଛି। ଚାଇନାର ଏହି କମ୍ପାନୀ ଯୋଗୁ ଭାରତକୁ ଆର୍ଥିକ ଫାଇଦା ମିଳୁଛି। ଚଳିତ ସପ୍ତାହ ପ୍ରଥମଭାଗରେ ସୀମାନ୍ତବର୍ତ୍ତୀ ଗଲଓ୍ବାନ ଉପତ୍ୟକାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଦେଶରେ ଚାଇନା ବିରୋଧୀ ମନୋଭାବ ଦେଖାଦେଇଛି। ୪ ଦଶନ୍ଧି ପରେ ସୀମାନ୍ତ ଅଞ୍ଚଳରେ ଏଭଳି ଉତ୍ତେଜନା ପ୍ରଥମେ ଦେଖିବାକୁ ମିଳିଛି। ସଂଘର୍ଷରେ ଅତିକମ୍‌ରେ ୨୦ ଭାରତୀୟ ସୈନ୍ୟ ପ୍ରାଣ ହରାଇଛନ୍ତି। ଏହି କାରଣରୁ ଚାଇନା ଉତ୍ପାଦକୁ ବର୍ଜନ କରିବା ଲାଗି ଆହ୍ବାନ ଦିଆଯାଇଛି। କିନ୍ତୁ ଧୁମଲ ଯୁକ୍ତି କରିଛନ୍ତି ଚାଇନିଜ କମ୍ପାନୀଗୁଡ଼ିକ ଆଇପିଏଲ୍‌ ଭଳି ଭାରତୀୟ ଇଭେଣ୍ଟଗୁଡ଼ିକୁ ସ୍ପନସର କରୁଛନ୍ତି। ଏହାଦ୍ୱାରା ଦେଶର ସ୍ବାର୍ଥ ସାଧନ ହୋଇପାରୁଛି। ବିସିସିଆଇ ଭିଭୋଠାରୁ ବାର୍ଷିକ ୪୪୦ କୋଟି ଟଙ୍କା ପାଉଛି। ଏହି କମ୍ପାନୀ ସହିତ ୨୦୨୨ ପର୍ଯ୍ୟନ୍ତ ଚୁକ୍ତି ହୋଇଛି। ଜଣେ ଭାବାବେଗ ହୋଇପଡ଼ିଲେ ତାତ୍ତ୍ୱିକ ଦୃଷ୍ଟିକୋଣ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ଚାଇନା ଦୃଷ୍ଟିରୁ ଏକ ଚାଇନିଜ୍‌ କମ୍ପାନୀକୁ ସମର୍ଥନ କରିବା ଅବା ଭାରତର ସ୍ବାର୍ଥ ପାଇଁ ଏକ ଚାଇନିଜ କମ୍ପାନୀରୁ ସହାୟତା ନେବା ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ଧୂମଲ କରିଛନ୍ତି। ଆମେ ଚାଇନିଜ କମ୍ପାନୀଗୁଡ଼ିକୁ ସେମାନଙ୍କ ଉତ୍ପାଦ ଭାରତରେ ବିକ୍ରି କରିବା ଲାଗି ଅନୁମତି ଦେଇଛେ। ଭାରତୀୟ ଗ୍ରାହକମାନଙ୍କଠାରୁ ସେମାନେ ଯାହା ଆୟ କରୁଛନ୍ତି ସେଥିରୁ କିଛି ଅଂଶ ବିସିସିଆଇ(ବ୍ରାଣ୍ଡ୍‌ ପ୍ରମୋଶନ ଭାବେ)କୁ ଦେଉଛନ୍ତି। ବୋର୍ଡ ଏହି ଅର୍ଥରୁ ୪୨ ପ୍ରତିଶତ ଟିକସ ଆକାରରେ ଭାରତ ସରକାରଙ୍କୁ ଦେଉଛନ୍ତି ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ଭିଭୋ ଭଳି ଓପୋ ମୋବାଇଲର ଚାହିଦା ରହିଛି। ଗତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି କମ୍ପାନୀ ଭାରତୀୟ କ୍ରିକେଟ ଦଳର ପ୍ରାୟୋଜକ ରହିଆସିଥିଲା। ପରେ ଏହି ଚାଇନିଜ କମ୍ପାନୀ ସ୍ଥାନରେ ବେଙ୍ଗାଲୁରୁସ୍ଥିତ ଏଜୁକେଶନାଲ ଟେକ୍ନୋଲୋଜି ବାଇଜୁସ୍‌ ପ୍ରାୟୋଜକ ହୋଇଛି। ଧୁମଲ ଏକଥା ମଧ୍ୟ କହିଛନ୍ତି ଯେ, ଚାଇନିଜ ସାମଗ୍ରୀ ଉପରେ କମ୍‌ ନିର୍ଭରଶୀଳ ହେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ଏହି କମ୍ପାନୀଗୁଡ଼ିକୁ ଭାରତରେ ବ୍ୟବସାୟ ପାଇଁ ଅନୁମତି ରହିଛି ଆଇପିଏଲ ଭଳି ଇଣ୍ଡିଆନ ବ୍ରାଣ୍ଡ୍‌ ଆଇପିଏଲ୍‌କୁ ସ୍ପନସର କଲେ କୌଣସି ଅସୁବିଧା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri