Posted inଫୁରସତ

ଚାଇନାର ହାଇଟେକ୍‌ ଭିକାରି, କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ମାଗୁଛନ୍ତି ଭିକ

ଚାଇନାର ସବୁ ଜିନିଷ ଯେମିତି ହାଇଟେକ୍‌, ଏଠାକାର ଭିକାରି ବି ସେମିତି ହାଇଟେକ୍‌। ଏମାନଙ୍କ ଭିକ ମାଗିବା ଅନ୍ଦାଜ ହିଁ କିଛି ଭିନ୍ନ। ସେମାନେ ଏବେ ଭିକ ମାଗୁଛନ୍ତି କ୍ୟୁଆର୍‌ କୋଡ୍‌ ମାଧ୍ୟମରେ। କଥାଟି ଅଜବ ଲାଗୁଥିବ। ହେଲେ ଏହା ସତ। ଚାଇନାର ଏକ କମ୍ପାନୀ ଭିକାରିଙ୍କୁ କ୍ୟୁଆର୍‌ କୋଡ୍‌ ଉପଲବ୍ଧ କରାଇଛନ୍ତି। ଯାହା ମାଧ୍ୟମରେ ଭିକାରିମାନେ ଇ-ଓ୍ବାଲେଟ୍‌ ବ୍ୟବହାର କରି ଲୋକଙ୍କଠାରୁ ଭିକ ମାଗିପାରିବେ। ଏହି ଭିକାରିଙ୍କୁ ଲୋକ ଭିକଦେବା ପାଇଁ କ୍ୟୁଆର୍‌ କୋଡ ସ୍କାନ କରିବାକୁ ହେବ। ଏହାଦ୍ୱାରା ଭିକ ଦେଉଥିବା ବ୍ୟକ୍ତିଙ୍କ ବିବରଣୀ କମ୍ପାନୀ ନିକଟକୁ ଚାଲିଯାଏ। ଏହା ବଦଳରେ କମ୍ପାନୀ ଭିକାରିଙ୍କୁ ନିଜ ତରଫରୁ ଟଙ୍କା ଦେଇଥାଏ, ଯାହା ସିଧା ତାଙ୍କ ଇ-ଓ୍ବାଲେଟ୍‌କୁ ଚାଲିଯାଏ। କ୍ୟୁଆର୍‌ କୋଡ୍‌ ଜାରି କରିଥିବା କମ୍ପାନୀ ମଧ୍ୟରେ ଅଲିବାବା କା ଅଲି ପେ ଓ ଓ୍ବି ଚାଟ୍‌ ଭଳି ଇ-ଓ୍ବାଲେଟ୍‌ ସାମିଲ ଅଛି। ପର୍ଯ୍ୟଟନସ୍ଥଳ ବ୍ୟତୀତ ରେଷ୍ଟୁରାଣ୍ଟ ଆଖପାଖରେ ଏହି ଭିକାରି ଦେଖିବାକୁ ମିଳୁଛନ୍ତି, ଯେଉଁମାନଙ୍କ ପାଖରେ କ୍ୟୁଆର୍‌ କୋଡ୍‌ ଓ ଡିଜିଟାଲ ପେମେଣ୍ଟ ସିଷ୍ଟମ୍‌ ଅଛି। ଯେଉଁମାନେ ଆଗରୁ ଖୁଚୁରା ପଇସା ନ ଥିବା କହି ଖସି ଚାଲିଯାଉଥିଲେ। ଏବେ ଏହି ପଦ୍ଧତି ଦ୍ୱାରା ସ୍କାନ କରି ଖୁଚୁରା ପଇସା ଭିକାରିଙ୍କୁ ଅନ୍‌ ଦି ସ୍ପଟ୍‌ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri