Posted inଖେଳ

ଚାଇନା ସାମଗ୍ରୀ ବର୍ଜନ କରିବ ଭାରୋତ୍ତୋଳନ ମହାସଂଘ

ନୂଆଦିଲ୍ଲୀ, ୨୩ା୬ (ପି.ଟି.): ଚାଇନା ତିଆରି ସାମଗ୍ରୀ ତ୍ରୁଟିଯୁକ୍ତ ଦର୍ଶାଇ ଏହାକୁ ବର୍ଜନ କରିବ ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଲ୍‌ଏଫ୍‌)। ଗତ ସପ୍ତାହରେ ଇଷ୍ଟର୍ନ ଲଦାଖରେ ଚାଇନା ସୈନ୍ୟଙ୍କ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହେବା ପରେ ମହାସଂଘ ଏହି ପଦକ୍ଷେପ ନେଇଛି। ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଗତବର୍ଷ ଚାଇନିଜ୍‌ କମ୍ପାନୀ ‘ଜେକେସି’ରୁ ବାର୍‌ବେଲ୍ଟ ଏବଂ ଓ୍ବେଟ୍‌ ପ୍ଲେଟ ସମେତ ଚାରୋଟି ଓ୍ବେଟ୍‌ଲିଫ୍ଟିଂ ସେଟ୍‌ ମଗାଇଥିଲା। ଏଥିରେ ତ୍ରୁଟି ଥିବାରୁ ଓ୍ବେଟଲିଫ୍ଟରମାନେ ଏହାକୁ ବ୍ୟବହାର କରିପାରୁ ନାହାନ୍ତି। ମହାସଂଘର ସାଧାରଣ ସମ୍ପାଦକ ସହଦେବ ଯାଦବ କହିଛନ୍ତି, ଆମେ ଚାଇନାର ସମସ୍ତ ପ୍ରକାର ଚାଇନିଜ୍‌ ସାମଗ୍ରୀ ବର୍ଜନ କରିବା ଉଚିତ୍‌। ଚାଇନା ତିଆର କୌଣସି ସାମଗ୍ରୀ ବ୍ୟବହାର ନ କରିବା ଲାଗି ଆମେ ନିଷ୍ପତ୍ତି ନେଇଛୁ। ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଏହାର ନିଷ୍ପତ୍ତି ସମ୍ପର୍କରେ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ (ସାଇ)କୁ ଅବଗତ କରିଛି। ଭବିଷ୍ୟତରେ ମଧ୍ୟରେ ଆମେ ଚାଇନା ସେଟ୍‌ ବ୍ୟବହାର କରିବୁ ନାହିଁ। ଭାରତ କିମ୍ବା ଅନ୍ୟ ଦେଶର କମ୍ପାନୀର ସେଟ୍‌ ମଗାଇବୁ। ଜାତୀୟ କୋଚ୍‌ ବିଜୟ ଶର୍ମା କହିଛନ୍ତି ଚଳିତ ମାସ ପ୍ରାରମ୍ଭରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ କୋହଳ ହେବା ପରେ ଭାରୋତ୍ତୋଳକମାନେ ଯେତେବେଳେ ଟ୍ରେନିଂ ଆରମ୍ଭ କଲେ ସେତେବେଳେ ପ୍ଲେଟଗୁଡ଼ିକ ନିମ୍ନମାନର ଥିବା ଦେଖିବାକୁ ମିଳିଥିଲା। ସେଗୁଡ଼ିକୁ ବ୍ୟବହାର କରି ହେବ ନାହିଁ। କ୍ୟାମ୍ପରେ ଯୋଗ ଦେଇଥିବା ସମସ୍ତ ଓ୍ବେଟ୍‌ଲିଫ୍ଟର ଚାଇନାକୁ ବିରୋଧ କରୁଛନ୍ତି। ସେମାନେ ଟିକ୍‌ ଟକ୍‌ ଭଳି ଚାଇନିଜ୍‌ ଆପ୍‌ର ବ୍ୟବହାର ବନ୍ଦ କରିଛନ୍ତି। ଏପରିକି ଅନ୍‌ଲାଇନ୍‌ରେ କିଛି ମଗାଇଲେ ସମଗ୍ରୀଟି କେଉଁଠାରେ ତିଆରି ହୋଇଛି ତାହା ଯାଞ୍ଚ କରି ଦେଖୁଛନ୍ତି। ତେବେ ଚାଇନାରୁ କାହିଁକି ଓ୍ବେଟ୍‌ ଲିଫ୍ଟିଂ ସରଞ୍ଜାମ ମଗା ଯାଇଥିଲା ବୋଲି ପଚରାଯିବାରେ ଶର୍ମା କହିଥିଲେ ଟୋକିଓ ଅଲିମ୍ପିକ୍ସରେ ଚାଇନା ସରଞ୍ଜାମ ବ୍ୟବହାର କରିବାକୁଥିବାରୁ ଆମ ଲିଫ୍ଟରମାନେ ଯେପରି ଏଥିସହିତ ଆଗୁଆ ଅଭ୍ୟସ୍ତ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଥିଲୁ। ଅଲିମ୍ପିକ ଟ୍ରେନିଂ ପାଇଁ ବର୍ଷକ ପୂର୍ବେ ଆମେ ଚାଇନାର ୪ ସେଟ୍‌ ମଗାଇଥିଲୁ। ମାତ୍ର ଲକ୍‌ଡାଉନ୍‌ କୋହଳ ପରେ ଟ୍ରେନିଂ ଆରମ୍ଭ ହେବାବେଳେ ଆମେ ଏଗୁଡ଼ିକର ବ୍ୟବହାର କରି ନାହୁଁ। ଚାଇନିଜ ସମଗ୍ରୀକୁ ସମସ୍ତ ଲିଫ୍ଟରମାନେ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି। ଶର୍ମା କହିଛନ୍ତି ଚାଇନାରୁ ଆମେ ପ୍ରଥମ ଥର କ୍ରୀଡ଼ା ସରଞ୍ଜାମ ମଗାଇଥିଲୁ। ଦେଖିଲୁ ତାହା ଅତ୍ୟନ୍ତ ନିମ୍ନ ମାନର। ଆମ ଓ୍ବେଟ୍‌ଲିଫ୍ଟରମାନେ ବର୍ତ୍ତମାନ ସ୍ବିଡେନ ତିଆର ସରଞ୍ଜାମରେ ଟ୍ରେନିଂ ନେଉଛନ୍ତି। ଅଧିକାଂଶ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବିଡିଶ କମ୍ପାନୀ ‘ଏଲିକୋ’ ନିର୍ମିତ ସରଞ୍ଜାମ ବ୍ୟବହାର କରିଥାନ୍ତି। ମୁଖ୍ୟ ଟ୍ରେନିଂ ପାଇଁ ସାଇ ଆମକୁ ଏଥିରୁ ୧୦ ସେଟ୍‌ ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?