ଚନ୍ଦ୍ର ଓ ସାମୁଦ୍ରିକ ଜୀବ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପୂର୍ଣ୍ଣମୀ ଜହ୍ନର ରୁପେଲି ଆଲୋକରେ ଆକାଶ ଯେତେବେଳେ ଆଲୋକିତ ହୋଇଯାଏ ସେତେବେଳେ ମୋତେ ଭାରି ଖୁସି ଲାଗେ। ଚନ୍ଦ୍ର କେମିତି ପୃଥିବୀର ଭୂମିରୂପକୁ ବଦଳାଇପାରେ ତାହା ଆମେ ଭୁଲିଯାଇଛୁ କାରଣ ଆମ ପାଖରେ ଅନେକ କୃତ୍ରିମ ଆଲୋକ ରହିଛି। କିନ୍ତୁ ଚନ୍ଦ୍ର ପୃଥିବୀ ଚାରିପାଖରେ ପରିକ୍ରମା କରୁଥିବାରୁ ଏହା ଶହ ଶହ ପ୍ରଜାତିର ଜୀବଙ୍କ ଜୀବନ, ଖାଦ୍ୟ, ଆଶ୍ରୟ ଓ ପ୍ରଜନନଚକ୍ରକୁ ପ୍ରଭାବିତ କରି ପୃଥିବୀର ପର୍ଯ୍ୟାବରଣକୁ ବଦଳାଇଦେଇ ପାରୁଛି। ସମୁଦ୍ର ଜୁଆର ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଯୋଗୁ ସୃଷ୍ଟି ହେଉଛି। ପୂର୍ଣ୍ଣମୀ ଓ ଅମାବାସ୍ୟାରେ ଚନ୍ଦ୍ର ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ସହ ଏକ ସରଳରେଖାରେ ରହେ ସେତେବେଳେ ସମୁଦ୍ର ଉପରେ ଏହାର ଆକର୍ଷଣ ଶକ୍ତି ବୃଦ୍ଧିପାଏ ଓ ବଡ ଜୁଆର ଆସିଥାଏ। କିନ୍ତୁ ଅଷ୍ଟମୀ ତିଥିରେ ଅର୍ଦ୍ଧଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟଙ୍କ ସିଧାରେ ରହେନି। ଏହାଦ୍ୱାରା ଭଟ୍ଟା ଆସେ। କିନ୍ତୁ ଜୁଆର ଉପରେ ଉପକୂଳରେ ରହୁଥିବା ଜୀବମାନଙ୍କ ଜୀବନଚକ୍ର ନିର୍ଭର କରିଥାଏ। ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ କାଲିଫର୍ନିଆର ସମୁଦ୍ରକୂଳ ବାଲିରେ ଛୋଟ ଛୋଟ ରୁପେଲି ଗ୍ରୁନିୟନ ମାଛ ଭର୍ତ୍ତି ହୋଇଯାନ୍ତି। ଏମାନେ ବାଲିରେ ଗାତ ଖୋଳି ଏହା ମୁହଁରେ ପ୍ରଜନନ କ୍ରିୟା ସମ୍ପାଦନ କରିବା ପରେ ଗାତ ଭିତରେ ଅଣ୍ଡା ଦେଇଥାନ୍ତି। ଏହାର ଠିକ୍‌ ୧୦ ଦିନ ପରେ ଅଣ୍ଡାରୁ ଛୁଆ ଫୁଟି ଜୁଆରରେ ସମୁଦ୍ରକୁ ଭାସିଯାଏ। ଏହି ସମଗ୍ର ପ୍ରକ୍ରିୟା ଚନ୍ଦ୍ର ଦ୍ୱାରା ହିଁ ସଂଘଟିତ ହୋଇଥାଏ। କେତେକ ପ୍ରଜାତିର ସାମୁଦ୍ରିକ କଇଁଛ କୂଳକୁ ଆସି ବାଲିରେ ଅଣ୍ଡା ଦେବା ଲାଗି ପୂର୍ଣ୍ଣମୀ ଦିନର ଉଚ୍ଚ ଜୁଆରକୁ ଅପେକ୍ଷା କରିଥାନ୍ତି। ସାମୁଦ୍ରିକ ଆନେଲିଡ୍‌ ପୋକ, ପ୍ଲାଟିନେରିସ ଡୁମେରିଲି (ପୋକ ବିଶେଷ) ଭଳି ସାମୁଦ୍ରିକ ଜୀବ ଚନ୍ଦ୍ରର ବିଭିନ୍ନ ପର୍ଯ୍ୟାୟରେ ବା ବିଭିନ୍ନ ତିଥିରେ ଅଦ୍ଭୁତଭାବେ ସେମାନଙ୍କ ପ୍ରଜନନଚକ୍ର ସମ୍ପାଦନ କରିଥାନ୍ତି। ସମୁଦ୍ରର ନିମ୍ନଦେଶରେ ଏମାନେ ବାସ କରନ୍ତି। ପୂର୍ଣ୍ଣମୀରେ ବୟସ୍କ ପୋକର ଯୌନକୋଷ ପରିପକ୍ୱ ହୋଇଥାଏ। ଏହାର ଠିକ୍‌ ୧୪ ଦିନ ପରେ ଅମାବାସ୍ୟା ତିଥିରେ ଏବଂ ସୂର୍ଯ୍ୟାସ୍ତର ଚାରିଘଣ୍ଟା ପରେ ଏମାନେ ସମୁଦ୍ର ଉପରକୁ ଭାସିଆସି ଏକ ସମୟରେ ଅଣ୍ଡା ଓ ଶୁକ୍ରାଣୁ ଛାଡିଥାନ୍ତି। ଅଣ୍ଡାଦେବା ପରେ ପୋକଗୁଡିକ ମରିଯାନ୍ତି ଏବଂ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରର ନିମ୍ନଦେଶରେ ଏକ ନୂଆ ବଂଶ ସୃଷ୍ଟି ହୋଇଥାଏ।
ବହୁ ସାମୁଦ୍ରିକ ଜୀବଙ୍କର ଜୈବିକ ଘଡ଼ି ଚନ୍ଦ୍ରର ତିଥିଚକ୍ର ସହ ବଦଳିଥାଏ। କ୍ଷୁଦ୍ର ଜୀବ ଜୁପ୍ଲାଙ୍କଣ୍ଟନ୍‌ ଦଳ ପ୍ରତି ରାତିରେ ସମୁଦ୍ର ତଳୁ ଉପରକୁ ପହଁରି ପହଁରି ଆସି ଶୈବାଳ ଖାଇଥାନ୍ତି। ଏତିକିବେଳେ ଏମାନେ ବି ବହୁ ଜୀବଙ୍କ ଶିକାର ହୁଅନ୍ତିି। ଭୋର ହେବା କ୍ଷଣିି ଜୁପ୍ଲାଙ୍କଣ୍ଟନ ଦଳ ପୁଣି ସମୁଦ୍ର ତଳକୁ ଚାଲିଯାନ୍ତି। ସେମାନଙ୍କର ଏହି କାର୍ଯ୍ୟକଳାପ ସୂର୍ଯ୍ୟଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। କିନ୍ତୁ ମେରୁ ଅଞ୍ଚଳରେ ଯେଉଁଠି ଶୀତଦିନେ ସୂର୍ଯ୍ୟ ମାସ ମାସ ଧରି ଦେଖାଯାଏନି, ସେଠାରେ ଜୁପ୍ଲାଙ୍କଟନ ଚନ୍ଦ୍ର ଅନୁସାରେ କାର୍ଯ୍ୟ କରିଥାଏ। ମେରୁ ଅଞ୍ଚଳରେ ଯେତେବେଳେ ପୂର୍ଣ୍ଣମୀ ହୁଏ ସେତେବେଳେ ଚନ୍ଦ୍ର ଆକାଶରେ ବେଶ୍‌ କିଛିଦିନ ରହିଥାଏ। ଜୁପ୍ଲାଙ୍କଟନ ଶିକାରୀ ଜୀବଙ୍କଠାରୁ ବଞ୍ଚିିବା ଲାଗି ଚନ୍ଦ୍ର ଦୃଶ୍ୟମାନ ହେବା ଅବଧି ମଧ୍ୟରେ ପାଣିରେ ବୁଡି ରହିଥାନ୍ତି ଓ ଅସ୍ତ ବା ଅଦୃଶ୍ୟ ହେବା ପରେ ବାହାରନ୍ତି।
ଅଣ୍ଡାଦେବା କିମ୍ବା ଖାଇବା ସମୟରେ ଶାମୁକା ତା’ ଖୋଳ ଖୋଲିଥାଏ। ଏହି ଜୀବ ଚନ୍ଦ୍ର ଦ୍ୱାରା ପ୍ରଭାବିତ ହୁଏ। ଆକାଶରେ ଚନ୍ଦ୍ର ତିଥି ଅନୁସାରେ ବଢ଼ୁଥିବା ବା ଛିଡ଼ୁଥିବା ସମୟରେ ଶାମୁକା ତା’ର ଖୋଳକୁ କେତେ ଖୋଲେ ବା ବନ୍ଦ କରେ ସେ ସମ୍ପର୍କରେ ଫ୍ରାନ୍ସର ଗବେଷକମାନେ ଅନୁଧ୍ୟାନ କରିଥିଲେ। ଅନ୍ଧକାର ପକ୍ଷରେ ଅମାବାସ୍ୟା ପର୍ଯ୍ୟନ୍ତ ଶାମୁକା ତା’ ଖୋଳକୁ କ୍ରମଶଃ ଖୋଲୁଥିବା ବେଳେ ଶୁକ୍ଳପକ୍ଷରେ ପୂର୍ଣ୍ଣିମା ପର୍ଯ୍ୟନ୍ତ କ୍ରମଶଃ ବନ୍ଦ କରିଥାଏ। ଇଣ୍ଟର୍‌ଟାଇଡାଲ ଜୋନ୍‌ (ଜୁଆରବେଳେ ପାଣି ଭର୍ତ୍ତି ହେଉଥିବା ଓ ଛାଡିଲେ ଶୁଖିଲା ପଡୁଥିବା ସ୍ଥାନ)ରେ ସ୍ପେକ୍ଲଡ୍‌ ସି ଲାଇସ୍‌ ବାଲିରେ ଗାତ ଖୋଳି ତା’ ଭିତରେ ରହନ୍ତି। ଏମାନେ ମଧ୍ୟ ପୂର୍ଣ୍ଣମୀ ଓ ଅମାବାସ୍ୟାରେ ଜୁଆରର ସ୍ରୋତ ତୀବ୍ର ରହିଲେ ଅଧିକ ସକ୍ରିୟ ରହିଥାନ୍ତି। ଭଟ୍ଟା ସମୟରେ ପୂରା ଶାନ୍ତ ପଡିିଯାନ୍ତି। ସ୍ୟାଣ୍ଡ୍‌ହପର୍ସ ଉପକୂଳ ବାଲି ଭିତରେ ରୁହନ୍ତି। ସେମାନେ ସୂର୍ଯ୍ୟାଲୋକ ଓ ଚନ୍ଦ୍ରାଲୋକ ମଧ୍ୟରେ ପ୍ରଭେଦ ବାରି ପାରନ୍ତି। ସେମାନେ ସମୁଦ୍ର ଓ ଉପକୂଳ ମଧ୍ୟରେ ଦିନବେଳା ବ୍ୟତୀତ ଚନ୍ଦ୍ରାଲୋକରେ ମଧ୍ୟ ଠିକ୍‌ ଦିଗରେ ଯିବା ଲାଗି ସକ୍ଷମ ହୋଇଥାନ୍ତି।
ଶତପଦୀ ପରି ଦେଖାଯାଉଥିବା ସାମୁଦ୍ରିକ ବ୍ରିସ୍‌ଲ ଓ୍ବର୍ମ ପ୍ଲାଟିନେରିସ୍‌ ଡୁମେରିଲି ଶୈବାଳ ଖାଇ ବଞ୍ଚନ୍ତି। ଅମାବାସ୍ୟା ପରେ ଏହି ପୋକ ସମୁଦ୍ରଜଳର ଉପର ସ୍ତରକୁ ଆସିଥାନ୍ତି ଓ ସଙ୍ଗମ ସମୟରେ ଗୋଲାକାର ହୋଇ ନାଚ କରନ୍ତି। ଚନ୍ଦ୍ରାଲୋକରେ ପରିବର୍ତ୍ତନ ହେଲେ ଏମାନଙ୍କ ଅଣ୍ଡା ଦେବା ଧାରାରେ ପରିବର୍ତ୍ତନ ହୋଇଥାଏ। ଫିଡ୍‌ଲର କଙ୍କଡ଼ା ଉପରେ ବି ଅନୁଧ୍ୟାନ କରାଯାଇଥିଲା। ଏହାକୁ ପରୀକ୍ଷାଗାରରେ ସ୍ଥିର ଆଲୋକ ଓ ତାପମାତ୍ରା ମଧ୍ୟରେ ରଖାଯାଇଥିଲେ ବି ଯେଉଁ ସମୟରେ ଜୁଆର ଆସିବା କଥା ସେହି ସମୟରେ ଏହି ଜୀବ ସବୁଠୁ ଅଧିକ ସକ୍ରିୟତା ପ୍ରକାଶ କରିଥିଲା। ଏହି ଜୀବ ମଧ୍ୟରେ ରହିଥିବା ଲୁନାର କ୍ଲକ୍‌ ଚନ୍ଦ୍ର ସହ ଏକ ସମୟରେ କାର୍ଯ୍ୟ କରିଥାଏ। ଏଥିଲାଗି ଏହି ଜୀବ ଜୁଆର ସମୟରେ ଜୁଆରର ଗତିକୁ ଜାଣିପାରେ। ଏଭଳି ପ୍ରତିକ୍ରିୟା ପ୍ରକାଶ କରିବା ଏହି ଜୀବର ଏକ ସ୍ବତନ୍ତ୍ରତା। ଗାଲାପାଗୋସ୍‌ ମେରାଇନ୍‌ ଇଗୁଆନାର ଚନ୍ଦ୍ରଘଡ଼ି ଏକଦମ୍‌ ଠିକ୍‌ଭାବେ କାର୍ଯ୍ୟ କରିଥାଏ। ସମ୍ଭବତଃ ଏହା କଠିନ ସମୟରେ ତାକୁ ବଞ୍ଚିବାରେ ସହାୟକ ହୋଇଥାଏ। କାରଣ, ଚନ୍ଦ୍ରଘଡ଼ି ଦ୍ୱାରା ବେଳାଭୂମିର ଖାଦ୍ୟ ସ୍ଥାନରେ ଏମାନେ ପ୍ରଥମେ ଓ ଶୀଘ୍ର ପହଞ୍ଚି ଯାଇଥାନ୍ତି।
ପ୍ରତି ଡିସେମ୍ବରର ପୂର୍ଣ୍ଣମୀ ରାତିରେ ପୃଥିବୀର ସବୁଠାରେ ବିଶେଷ କରି ଅଷ୍ଟ୍ରେଲିଆର ସୌନ୍ଦର୍ଯ୍ୟମୟୀ ଉପକୂଳରେ ପ୍ରବାଳମାନେ ଏକ ସମୟରେ ଅଧିକ ପରିମାଣରେ ଅଣ୍ଡା ଓ ଶୁକ୍ରାଣୁ ମୁକ୍ତ କରିଥାନ୍ତି। ଏହି ସମୟରେ ଏଗୁଡିକ ପାଟଳ ରଙ୍ଗର ଛୋଟ ଗୋଲାକାର ପିଣ୍ଡୁଳା ହୋଇ ଭାସୁଥାନ୍ତି। ଏହି ସମୟରେ ତାପମାନ, ଲବଣତା ଓ ଉପଲବ୍ଧ ଖାଦ୍ୟ ଏହି ପ୍ରକ୍ରିୟାକୁ ବଢାଇ ଦେଇଥାଏ। ଏହି ପ୍ରକ୍ରିୟା ଉପରେ ଚନ୍ଦ୍ରାଲୋକର ପ୍ରଭାବ ରହିଛି ବୋଲି ଗବେଷକମାନେ ଜାଣି ପାରିଛନ୍ତି। ଆକାଶ ମେଘୁଆ ରହିଲେ ଚନ୍ଦ୍ରାଲୋକ ପଡେନି ଓ ଏଥିପାଇଁ ଏମାନେ ବହୁ ସମୟରେ ଅଣ୍ଡା ଦେଇ ନ ଥାନ୍ତି। ବେଳେବେଳେ ଏମାନେ ଆଗାମୀ ପୂର୍ଣ୍ଣମୀକୁ ଅପେକ୍ଷା କରି ରହିଯାନ୍ତି। କେବଳ ପ୍ରବାଳଗୁଡିକର ଏଭଳି ଆଲୋକସମ୍ବେଦୀ ସ୍ନାୟୁକୋଷ ରହିଛି ତାହା ନୁହେଁ, ଏମାନଙ୍କ ମଧ୍ୟରେ ଏକ ପ୍ରକାର ଜିନ୍‌ ମଧ୍ୟ ରହିଛି। ଏହି ଜିନ୍‌ ଚନ୍ଦ୍ରର କ୍ଷୟ ଓ ବୃଦ୍ଧି ସହ ତାଳଦେଇ ପ୍ରବାଳର ସକ୍ରିୟତାରେ ପରିବର୍ତ୍ତନ କରିବା ସହ ପ୍ରଜନନକୁ ବି ନିୟନ୍ତ୍ରଣ କରିଥାଏ।
ପାଲୋଲୋ କୀଟ ବିଶ୍ୱରେ ସବୁଆଡେ ଉଷ୍ମ ସମୁଦ୍ର ଜଳରେ ରହନ୍ତି। ଏମାନେ ଏକାଠି ଠିକ୍‌ ସମୟରେ ଅଣ୍ଡା ଓ ଶୁକ୍ରାଣୁ ଛାଡିଥାନ୍ତି। ଏହି ଜୀବ ଜୀବନର ଅଧିକାଂଶ ସମୟ ପ୍ରବାଳପ୍ରାଚୀରରେ କିମ୍ବା ସମୁଦ୍ର ତଳେ ରହି ଖାଦ୍ୟ ସଂଗ୍ରହ କରିଥାନ୍ତି। କିନ୍ତୁ ଅକ୍ଟୋବର ମାସରେ ପଡ଼ୁଥିବା ପୂର୍ଣ୍ଣମୀ ତିଥିର ପ୍ରଥମ ଦୁଇଦିନ ଏମାନଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଏମାନଙ୍କ ଶରୀରର ପଛଭାଗ ଅଣ୍ଡା କିମ୍ବା ଶୁକ୍ରାଣୁର ଥଳି ପାଲଟିଯାଏ। ଏହାପରେ ଏହି ଭାଗଟି ଶରୀରରୁ ଅଲଗା ହୋଇଯାଇ ଚନ୍ଦ୍ରାଲୋକ ଆଡକୁ ପହଁରି ପହଁରି ସମୁଦ୍ର ଉପର ଭାଗକୁ ଆସିଯାନ୍ତି। ଠିକ୍‌ ଗୋଟିଏ ମାସ ପରେ ଏମାନେ ଅଧିକ ସଂଖ୍ୟାରେ ଏଭଳି କାର୍ଯ୍ୟ ପୁଣି କରିଥାନ୍ତି।
ଅନେକ ଜୀବଙ୍କ ପାଇଁ ଚନ୍ଦ୍ରାଲୋକ ପ୍ରବ୍ରାଜନ ଓ ସ୍ଥାନ ପରିବର୍ତ୍ତନ ଲାଗି ଖୁବ୍‌ ଆବଶ୍ୟକ। ଚନ୍ଦ୍ରର ହ୍ରାସବୃଦ୍ଧିର ବିଭିନ୍ନ ପର୍ଯ୍ୟାୟରେ ଜାପାନର ସେସର୍ମା କଙ୍କଡ଼ା ଏକାଠି ପାହାଡର ଗଡ଼ାଣିଆ ସ୍ଥାନରେ ଶୀଘ୍ର ଶୀଘ୍ର ସମୁଦ୍ରାଭିମୁଖୀ ନଈ ଆଡକୁ ଯାଇ ସେଠାରେ ଅଣ୍ଡା ଦେଇଥାନ୍ତି। ଖ୍ରୀଷ୍ଟ୍‌ମାସ ଆଇଲାଣ୍ଡ୍‌ କଙ୍କଡ଼ା ଦ୍ରୁତଗତିରେ ସଙ୍ଗମ ଓ ଅଣ୍ଡା ଦେବା ଲକ୍ଷ୍ୟରେ ଜଙ୍ଗଲରୁ ସମୁଦ୍ର ଆଡକୁ ମାଡି ଚାଲନ୍ତି। ଏହାର ସମ୍ପର୍କ ଚନ୍ଦ୍ରାଲୋକର ତୀବ୍ରତା ସହ ରହିଛି ବୋଲି ଜଣାଯାଇଛି। ଅନ୍ୟ ପ୍ରଜାତିର ଜୀବଙ୍କ ଲାଗି ସମୁଦ୍ର ପଥରେ ଯିବା ଲାଗି ସଙ୍କେତ ଭାବେ କାର୍ଯ୍ୟ କରେ ଚନ୍ଦ୍ରାଲୋକ। ମାଇଗ୍ରେଟିଂ ଚମ୍‌ ସାଲମନ ପୂର୍ଣ୍ଣମୀରେ ଅଗଭୀର ଜଳରେ ଶୀଘ୍ର ପହଁରିଥାଏ। କାରଣ ଧ୍ରୁବତାରା ଭଳି ଚନ୍ଦ୍ର ଏମାନଙ୍କୁ ବାଟ କଢ଼େଇ ନେବାରେ ସାହାଯ୍ୟ କରେ। ଆଲ୍‌ବାଟ୍ରୋସ୍‌ (ଏକ ବଡ଼ ସାମୁଦ୍ରିକ ପକ୍ଷୀ) ଓ ଷ୍ଟ୍ରେକ୍‌ଡ୍‌ ଶିୟରଓ୍ବାଟର୍ସ ଚନ୍ଦ୍ରାଲୋକରେ ଭଲଭାବେ ଅଧିକ ସମୟ ଧରି ଉଡିପାରନ୍ତି। ପ୍ରାୟତଃ ଏମାନେ ଚନ୍ଦ୍ରାଲୋକରେ ଭଲଭାବେ ଦୂରରୁ ଦେଖିପାରନ୍ତି। ବାରୁସ୍‌ ପିଟ୍ରେଲ୍‌ ଭାରତ ମହାସାଗରର ରିୟୁନିୟନ ଆଇଲାଣ୍ଡରେ ପ୍ରଜନନ କରିଥାନ୍ତି। ପ୍ରଜନନ ପୂର୍ବରୁ ଓ ପରେ ଏମାନେ ଦିନରେ ହିଁ ଯାତ୍ରା କରିଥାନ୍ତି। ପ୍ରଜନନ କ୍ରିୟା ଆରମ୍ଭ କରିବା ପୂର୍ବରୁ ଏମାନେ ସାଢ଼େ ୧୨ ଘଣ୍ଟା ଯାଏ ଅପେକ୍ଷା କରିଥାନ୍ତି। ସବୁବେଳେ ଏହି ପକ୍ଷୀ ଏକାବେଳକେ ଯାତ୍ରାକରି ପ୍ରଜନନ ସ୍ଥଳରେ ଠିକ୍‌ ପୂର୍ଣ୍ଣମୀରେ ହିଁ ପହଞ୍ଚିଥାନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri