ଘୋଷଣାରେ ସୀମିତ ନ ରହୁ ପୁନରୁଦ୍ଧାର

ଦେଓଗାଁ,୧୩ା୩(ଡି.ଏନ.ଏ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଅନ୍ତର୍ଗତ ସାଗରପାଲିସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ ଚାଲୁ ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ବଜେଟରେ ଚିନିକଳ ଚାଲୁ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ୬୦ ଲକ୍ଷ ଟଙ୍କା ପ୍ରସ୍ତାବ ରଖାଯାଇଛି। ଚିନିକଳକୁ ପିପିପି ମୋଡରେ ଚାଲୁ କରିବାପାଇଁ ପ୍ରୟାସ କରାଯାଉଛି। ତେବେ କିଛି ମାସପରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି। ଏଣୁ ଏହା ସରକାରଙ୍କ ନିର୍ବାଚନୀ ଚାଲ ନୁହେଁ କି ବୋଲି ସାମାଜିକ ଗଣମାଧ୍ୟମରେ ଲୋକେ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି ା
ପ୍ରଥମ ପର୍ଯ୍ୟାୟରେ ଚିନିକଳ ଚାଲୁ ପାଇଁ ସରକାର ୯୨ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ବରାଦ ପାଇଁ ପ୍ରସ୍ତାବରେ ରଖିଛନ୍ତି। ତେବେ ତିନି ବର୍ଷ ପାଇଁ ଚାଲୁ ରଖିବାକୁ ହେଲେ ନୋଲସ ନୋ ପ୍ରଫିଟରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜିଲା ସମବାୟ ଚିନିକଳ କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ା ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚିନିକଳ ପୁନଃ ଚାଲୁ କରିବାପାଇଁ ସମବାୟ ବିଭାଗର ରାଜ୍ୟସ୍ତରୀୟ ବରିଷ୍ଠ କର୍ମଚାରୀ ଏବଂ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟିକୁ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ହେଲେ ତାହା ଫାଇଲ ତଳେ ଚାପିହୋଇ ରହିଗଲା ା ନିର୍ବାଚନ ଆସିଲେ ସରକାରଙ୍କୁ ବିଜୟାନନ୍ଦ ସମବାୟ ଚିନିକଳ କଥା ମନେ ପଡେ ବୋଲି ବିରୋଧୀ କହୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସ୍ଥାନୀୟ ଶାସକ ଦଳ ବିଧାୟକ ପ୍ରାର୍ଥୀ ବିଜୟ ହେଲେ ଚିନିକଳ ନିଶ୍ଚିତ ଚାଲୁ କରାଯିବ ବୋଲି କହିଥିଲେ ା ହେଲେ ଫଳାଫଳ ଘୋଷଣା ପରେ ସେହି ପ୍ରସଙ୍ଗ ନୀରବି ଗଲା। ଏଣୁ ଏବେ ଆଖୁଚାଷୀ ଏଥର ଚିନିକଳ ଚାଲିବା ନେଇ ନିଶ୍ଚିତ ହୋଇ ପାରୁ ନାହାନ୍ତି। ରାଜ୍ୟ ସରକାର ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଚିନିକଳକୁ ପୁନଃ ଚାଲୁ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସେମାନେ ଯାହା କହନ୍ତି….

ଚିନିକଳ ପୁନଃଚାଲୁ ପାଇଁ ବିଧାନସଭାରେ ଦାବି ଉଠାଇଥିଲି। ଏନେଇ ଆଗରୁ ସମସ୍ତ ଅଧିକାରୀଙ୍କୁ ଡକାଇ ଆଲୋଚନା କରିଥିଲି ା ଏବେ କେବଳ ଲୋକଦେଖାଣିଆ ପ୍ରୟାସ କରାଯାଉଛି ା ସରକାର ଚିନିକଳ ପାଇଁ ୩ଥର ଟେଣ୍ଡର ଡାକିଥିଲେ। ହେଲେ କେହି ବିଡର ବାହାରୁ ନ ଥିବାରୁ ଚଳାଇବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ଏଣୁ ସରକାରଙ୍କ ଆନ୍ତରିକତା ରହିଥିବା ମୁଁ ମନେ କରୁନାହିଁ।
ନରସିଂହ ମିଶ୍ର , ବିଧାୟକ ବଲାଙ୍ଗୀର
ଚିନିକଳ ଚାଲୁଥିବା ସମୟରେ ଅଞ୍ଚଳର ଆଖୁଚାଷୀ ଉପକୃତ ହେଉଥିଲେ। ଏହା ବନ୍ଦ ହୋଇପଡିବା ପରେ ଅଞ୍ଚଳର ଅର୍ଥନୈତିକହାନୀ ଘଟିଛି। ଏଣୁ ଏକମାତ୍ର ଏହି କୃଷିଭିତ୍ତିକ ଶିଳ୍ପକୁ ପୁନଃ ଚାଲୁ କରାଗଲେ ଆଖୁ ଚାଷୀ ସମେତ ଅଞ୍ଚଳବାସୀ ଉପକୃତ ହୁଅନ୍ତେ।
ଦୟାନିଧି ଖମାରୀ, ପଞ୍ଚାୟତ
ସମିତି ଅଧ୍ୟକ୍ଷ ଦେଓଗାଁ ବ୍ଲକ।
ବିଜୟାନନ୍ଦ ସମବାୟ ଚିନିକଳ ବନ୍ଦ ହେବାପରେ ପ୍ରାୟ ୩ଶହ କର୍ମଚାରୀ ବେରୋଜଗାର ହୋଇପଡଛନ୍ତି। ଅନେକ କର୍ମସଂସ୍ଥାନ ଅନ୍ବେଷଣରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି। ଏହି ଶିଳ୍ପ ପୁନଃ ଚାଲୁ କରିବା ଦିଗରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ଆରମ୍ଭ କରିଛନ୍ତି ତାହା କାର୍ଯ୍ୟରେ ପରିଣତ ହେଲେ ଅଞ୍ଚଳବାସୀ ଉପକୃତ ହେବେ ା
ସୁବଳ ଚରଣ ରଣା, କର୍ମଚାରୀ ସଂଘ ଉପଦେଷ୍ଠା ସଦସ୍ୟ, ଦେଓଗାଁ ା
ଚିନିକଳ ବନ୍ଦ ହେବା ପରଠାରୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ପଡିଛି ା ଏବେ କେତେକ ଚାଷୀ ବିନା ପ୍ରୋତ୍ସାହନରେ ଆଖୁ ଚାଷ ଜାରି ରଖିଛନ୍ତି। ହେଲେ ବଜାର ସୁବିଧା ନ ପାଇ କେବଳ ଗୁଡ ତିଆରି କରି ଅଭାବୀ ଦରରେ ବିକ୍ରି କରୁଛନ୍ତି ା ଏଣୁ ଆଖୁ ଚାଷୀଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ଏହି ଚିନିକଳ ସରକାର ପୁନଃ ଚାଲୁ କରିବାର ଆବଶ୍ୟକତା ରହିଛି ା
ଅନ୍ତର୍ଯ୍ୟାମୀ ଭୋଇ, ଅଗ୍ରଣୀ ଚାଷୀ,କରୁଆଁଝର ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri