ଘରେ ପଶି ୭ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ସମ୍ପତ୍ତି ଲୁଟ୍‌ : ଚୋରି ସମୟରେ ଅଭିଯୋଗ ଶୁଣି ଆସିଲାନି ପୋଲିସ

ରଣପୁର,୧।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କାର୍ଯ୍ୟାଳୟ ରାସ୍ତାର ଜଣେ ବିଚାରପତିଙ୍କ ସରକାରୀ ବାସଭବନ ସମ୍ମୁଖସ୍ଥ ରାଜ କିଶୋର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ବୁଧବାର ବିିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ୨୫୦ ଗ୍ରାମ ସୁନା ଅଳଙ୍କାର ଓ ୪୫ ହଜାର ଟଙ୍କା ଚୋରି କରି ନେଇଛନ୍ତି। ପ୍ରାୟ ୭ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଚୋରମାନେ ବୁଧବାର ରାତିରେ ରାଜକିଶୋରଙ୍କ ବାରିପଟ ଝରକାର ଗ୍ରିଲ ଭାଙ୍ଗି ଘରେ ପଶିଥିଲେ। ରାଜକିଶୋର ଓ ତାଙ୍କ ସ୍ତ୍ରୀ ଗାଁକୁ ଯାଇଥିବାବେଳେ ଘରେ ବଡପୁଅ ତଥା ଶିକ୍ଷକ ଚିତ୍ତରଞ୍ଜନ, ବୋହୂ ଓ ନାତୁଣୀ ଥିଲେ । ଚୋରମାନେ ରାଜକିଶୋରଙ୍କ ଶୋଇବା ଘରେ ପଶି ଗଡରେଜ ଆଲମିରା ଭାଙ୍ଗି ସୁନାଗହଣା ଓ ଟଙ୍କା ଲୁଟି ନେଇଥିଲେ। ପରେ ଅନ୍ୟ ଏକ ବଖରାରେ ପଶି ଚୋରି କରିଥିଲେ। ସେମାନେ ଚୋରି କରୁଥିବାବେଳେ ପୁଅ ବୋହୂ ଉଠି ଏହା ଜାଣି ପାରିଥିଲେ। ତେବେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସବୁ ଜାଣି ଚୁପ ରହି ବାହାରକୁ ଆସି ନଥିଲେ। କିନ୍ତୁ ରଣପୁର ଥାନାକୁ ଫୋନ କରି ଚୋରି ବିଷୟରେ ଜଣାଇଥିଲେ । ଘରଠାରୁ ଥାନା ପ୍ରାୟ ଦେଢ଼ କିମି ଦୂର ହୋଇଥିଲେ ମଧ୍ୟ ପୋଲିସ ଆସି ନ ଥିଲା । ପୋଲିସ ଠାରୁ ନିରାଶ ହେବା ପରେ ୬କିମି ଦୂର କଙ୍କିଆରେ ରହୁଥିବା ସାନ ଭାଇ ମନୋରଞ୍ଜନଙ୍କୁ ଜଣାଇଥିଲେ । ଖବର ପାଇ ମନୋରଞ୍ଜନ ତୁରନ୍ତ ପହଞ୍ଚତ୍ଥିଲେ । ହେଲେ ସେତେବେଳକୁ ଚୋରମାନେ ଚାଲି ଯାଇଥିଲେ । ସାନ ଭାଇ ଆସି ରାତିରେ ରଣପୁର ଥାନାରେ ପହଞ୍ଚତ୍ କବାଟ ବାଡେଇ ଥିଲେ । ହେଲେ କେହି ଥାନାର କବାଟ ଖୋଲି ନ ଥିଲେ। ସକାଳେ ଆସି ସେ ଅଭିଯୋଗ କରିଥିଲେ । ହେଲେ ପୋଲିସ ତଦନ୍ତ ପାଇଁ ବି ଗଲା ନାହିଁ । ଶେଷରେ ଜଣେ ବିଜେଡି ନେତାଙ୍କ ଚାପରେ ପୋଲିସ ତଦନ୍ତ କଲା । ନଂ.୧୩୨/୧୯ରେ ମାମଲା ରୁଜୁ କଲା । ଅପରାହ୍ନ ୫ଟାରେ ସାଇଁଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ଆସି ଅନୁସନ୍ଧାନ କରି ଫେରିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri