ଘରକୁ ଥଣ୍ଡା ରଖିବାକୁ ହେଲେ…

ରାଦିନେ ଗରମ ବଢ଼ିବା ସହ ତାପମାତ୍ରା ବଢ଼ିଚାଲିଛି। ଏମିତିରେ ଘରେ ରହିବା କଷ୍ଟକର ହୋଇପଡୁଛି। ପ୍ରାୟ ଲୋକ ଏଥିଲାଗି ଘରେ ଏସି ଲଗାଉଛନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଘରେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତୁ ଯାହାର ଭଲ ଉପାୟ ହେଲା ବୃକ୍ଷ ଲଗାଇବା। ଏହାଦ୍ୱାରା ଗରମରୁ ମୁକ୍ତି ମିଳିପାରିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସ୍ନେକ୍‌ପ୍ଲାଣ୍ଟ
ଏହା ଏକ ପ୍ରକାର ଗଛ। ଅନ୍ୟ ଗଛ ଭଳି ସ୍ନେକ୍‌ ପ୍ଲାଣ୍ଟ ରାତିରେ ଅକ୍ସିଜେନ୍‌ ଛାଡ଼ିଥାଏ ଓ ତାପମାନକୁ କମାଇଥାଏ। କେବଳ ଏହା ନୁହେଁ, ଏହି ଗଛ ନାଇଟ୍ରୋଜେନ୍‌ ଅକ୍‌ସାଇଡ୍‌,ଟ୍ରାଇକ୍ଲୋର ଏଥିଲିନ୍‌,ଟୋଲ୍ୟୁନି ଆଦି ଗ୍ୟାସ୍‌କୁ ଶୋଷିଥାଏ ବାୟୁକୁ ଶୁଦ୍ଧ କରିଥାଏ।
ଫିଚୁସ ଟ୍ରି
ଏହା ବିପିଂ ଫିଗ୍‌ ନାମରେ ଜଣାଶୁଣା। ଏହା ରୁମ୍‌ର ବାୟୁକୁ ସଫା କରିଥାଏ। ଗରମକୁ ଶୋଷିନେଇଥାଏ। ଏହାର ଦେଖାଶୁଣା କରିବା ବହୁତ ସହଜ ହୋଇଥାଏ। ଏହା କମ୍‌ ଆଲୋକ ଏବଂ କମ୍‌ ପାଣିରେ ମଧ୍ୟ ବଞ୍ଚିପାରେ।
ବେବି ରବର ପ୍ଲାଣ୍ଟ
ଯେତେବେଳେ ଏହି ପ୍ଲାଣ୍ଟର କଥା ଆସେ ଯାହା ରୁମ୍‌କୁ ଥଣ୍ଡା ରଖେ ଓ ବାୟକୁ ପ୍ରଦୂଷଣ ମୁକ୍ତ କରିଥାଏ। ଏଥିରେ ପ୍ରତିଦିନ ପାଣି ଦେବା ଆବଶ୍ୟକ ହୁଏ ନାହିଁ। ଏହାକୁ ଭଲ ମାଟି ଓ ଫିଲ୍ଟର୍ଡ ଲାଇଟର ଆବଶ୍ୟକ ହୋଇଥାଏ।
ଫର୍ନ
ବୈଜ୍ଞାନିକଙ୍କ ମତରେ ଫର୍ନ ବାୟୁମଣ୍ଡଳକୁ ଓଦାଳିଆ ରଖିବାରେ ସାହାଯ୍ୟକରେ। ରୁମ୍‌ର ବାୟୁକୁ ସଫା ରଖିବା ସହ ଗରମ୍‌କୁ କମ୍‌ କରିଥାଏ। ଏହାକୁ ଆପଣ ନିଜ ବାଲ୍‌କୋନୀରେ ରଖନ୍ତୁ। ଏହା ବହୁତ ଭଲ ଦେଖାଯାଇଥାଏ।
ଗୋଲ୍‌ଡେନ ପୋଥାସ
ଆପଣ ଏହାକୁ ସିଲ୍‌ଭର କିମ୍ବା ଡେଭିଲ୍ସ ଏବି କୁହାଯାଏ। ଏହାର ଘଞ୍ଚ ପତ୍ର ଆପଣଙ୍କ ରୁମ୍‌ର ଶୋଭା ବଢ଼ାଇଥାଏ। ଏହା ବାୟୁମଣ୍ଡଳର ଦୂଷିତ ବାୟୁକୁ ଶୁଦ୍ଧ କରିଥାଏ। ଘରକୁ ଥଣ୍ଡା ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri