ଘରକୁ ଥଣ୍ଡା ରଖିବାକୁ ହେଲେ…

ରାଦିନେ ଗରମ ବଢ଼ିବା ସହ ତାପମାତ୍ରା ବଢ଼ିଚାଲିଛି। ଏମିତିରେ ଘରେ ରହିବା କଷ୍ଟକର ହୋଇପଡୁଛି। ପ୍ରାୟ ଲୋକ ଏଥିଲାଗି ଘରେ ଏସି ଲଗାଉଛନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଘରେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତୁ ଯାହାର ଭଲ ଉପାୟ ହେଲା ବୃକ୍ଷ ଲଗାଇବା। ଏହାଦ୍ୱାରା ଗରମରୁ ମୁକ୍ତି ମିଳିପାରିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସ୍ନେକ୍‌ପ୍ଲାଣ୍ଟ
ଏହା ଏକ ପ୍ରକାର ଗଛ। ଅନ୍ୟ ଗଛ ଭଳି ସ୍ନେକ୍‌ ପ୍ଲାଣ୍ଟ ରାତିରେ ଅକ୍ସିଜେନ୍‌ ଛାଡ଼ିଥାଏ ଓ ତାପମାନକୁ କମାଇଥାଏ। କେବଳ ଏହା ନୁହେଁ, ଏହି ଗଛ ନାଇଟ୍ରୋଜେନ୍‌ ଅକ୍‌ସାଇଡ୍‌,ଟ୍ରାଇକ୍ଲୋର ଏଥିଲିନ୍‌,ଟୋଲ୍ୟୁନି ଆଦି ଗ୍ୟାସ୍‌କୁ ଶୋଷିଥାଏ ବାୟୁକୁ ଶୁଦ୍ଧ କରିଥାଏ।
ଫିଚୁସ ଟ୍ରି
ଏହା ବିପିଂ ଫିଗ୍‌ ନାମରେ ଜଣାଶୁଣା। ଏହା ରୁମ୍‌ର ବାୟୁକୁ ସଫା କରିଥାଏ। ଗରମକୁ ଶୋଷିନେଇଥାଏ। ଏହାର ଦେଖାଶୁଣା କରିବା ବହୁତ ସହଜ ହୋଇଥାଏ। ଏହା କମ୍‌ ଆଲୋକ ଏବଂ କମ୍‌ ପାଣିରେ ମଧ୍ୟ ବଞ୍ଚିପାରେ।
ବେବି ରବର ପ୍ଲାଣ୍ଟ
ଯେତେବେଳେ ଏହି ପ୍ଲାଣ୍ଟର କଥା ଆସେ ଯାହା ରୁମ୍‌କୁ ଥଣ୍ଡା ରଖେ ଓ ବାୟକୁ ପ୍ରଦୂଷଣ ମୁକ୍ତ କରିଥାଏ। ଏଥିରେ ପ୍ରତିଦିନ ପାଣି ଦେବା ଆବଶ୍ୟକ ହୁଏ ନାହିଁ। ଏହାକୁ ଭଲ ମାଟି ଓ ଫିଲ୍ଟର୍ଡ ଲାଇଟର ଆବଶ୍ୟକ ହୋଇଥାଏ।
ଫର୍ନ
ବୈଜ୍ଞାନିକଙ୍କ ମତରେ ଫର୍ନ ବାୟୁମଣ୍ଡଳକୁ ଓଦାଳିଆ ରଖିବାରେ ସାହାଯ୍ୟକରେ। ରୁମ୍‌ର ବାୟୁକୁ ସଫା ରଖିବା ସହ ଗରମ୍‌କୁ କମ୍‌ କରିଥାଏ। ଏହାକୁ ଆପଣ ନିଜ ବାଲ୍‌କୋନୀରେ ରଖନ୍ତୁ। ଏହା ବହୁତ ଭଲ ଦେଖାଯାଇଥାଏ।
ଗୋଲ୍‌ଡେନ ପୋଥାସ
ଆପଣ ଏହାକୁ ସିଲ୍‌ଭର କିମ୍ବା ଡେଭିଲ୍ସ ଏବି କୁହାଯାଏ। ଏହାର ଘଞ୍ଚ ପତ୍ର ଆପଣଙ୍କ ରୁମ୍‌ର ଶୋଭା ବଢ଼ାଇଥାଏ। ଏହା ବାୟୁମଣ୍ଡଳର ଦୂଷିତ ବାୟୁକୁ ଶୁଦ୍ଧ କରିଥାଏ। ଘରକୁ ଥଣ୍ଡା ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri