ଘର ଘର ବୁଲି ସଚେତନ କରୁଛନ୍ତି ସରପଞ୍ଚ

ହାଟଡ଼ିହୀ, ୨।୫(ଡି.ଏନ୍‌.ଏ.)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହାଟଡ଼ହୀ ପଞ୍ଚାୟତ ସରପଞ୍ଚ ଅନସୂୟା ସେଠୀ ଘରକୁ ଘର ବୁଲି କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ବାହାରକୁ ଗଲେ ମାସ୍କ ପିନ୍ଧିବା, ପୁରୁଷ ଲୋକମାନେ ଘରକୁ ଫେରିବା ସମୟରେ ସାବୁନରେ ହାତ ଧୋଇ ଘରକୁ ଯିବାକୁ ଅନୁରୋଧ କରିଛନ୍ତି। ପିଲାମାନଙ୍କୁ ଏକା ସାଙ୍ଗରେ ଖେଳିବା ତଥା ତାସ, ପଶା, ଆଦି ନ ଖେଳିବାକୁ କହିଛନ୍ତି। ସେ ପ୍ରଥମ ଦିନରେ ପଞ୍ଚାୟତର ଅଣା, ମଠ ଡାହି, ତରାଗଡ଼ିଆ, ଓ ଦ୍ୱିତୀୟ ଦିନରେ କୁଣ୍ଡିସାହି, ମୁଦୁଲିସାହି,ଖାଣ୍ଟପଦା ଆଦି ଗ୍ରାମରେ ଘର ଘର ବୁଲି ସଚେତନତାର ବାର୍ତ୍ତା ଦେଇଛନ୍ତି। କୌଣସି ଜରୁରୀ କାମ ନ ପଡିଲେ ବାହାର କୁ ନ ବାହାରିବା, ସାମାଜିକ ଦୂରତା ରଖି ଚଳିବା ପାଇଁ ଲୋକଙ୍କୁ କହିଥିଲେ। ପଞ୍ଚାୟତ ତରଫରୁ ଲୋକଙ୍କୁ ବିଭିନ୍ନ ସରକାରୀ ସାହାଯ୍ୟ ସହାୟତା ଯୋଗେଇ ଦିଆଯାଇଛି। ଅପରପକ୍ଷେ ହାଟଡିହୀ ଦମକଳ ବାହିନୀ ତରଫରୁ ଛେନାପଦି ବଜାରକୁ ସାନିଟାଇଜ୍‌ କରାଯାଇଛି ବୋଲି ସେ କହିଥିଲେ। ଏହି ସମୟରେ କିଛି ଲୋକଙ୍କ ଅସୁବିଧା ମଧ୍ୟ ସେ ପଚାରି ବୁଝିବା ସହ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସରପଞ୍ଚଙ୍କ ସହ ଗ୍ରାମର ଆଶା କର୍ମୀ ମାଳତୀ ସାହୁ, ବିଜୟ ବିଶ୍ୱାଳ, ରାଜେନ୍ଦ୍ର ବାରିକ, କୃଷ୍ଣଚନ୍ଦ୍ର ରାଉତ, ବିଭୂତି ଭୂଷଣ ଜେନା, ରୁଦ୍ର ପ୍ରସାଦ ସାହୁ, ମନୋଜ କୁମାର ସାହୁ, ରାଧେଶ୍ୟାମ ପତି, ଛବିନ୍ଦ୍ର ପେରେଇ, ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର: ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ

ନୂଆପଡ଼ା,୨୨ା୮(ମକାରୁ ବେମାଲ):ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର

ନୂଆପଡ଼ା,୨୧ା୮(ମକାରୁ ବେମାଲ): ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ତ୍ରୀ ଫେରି ଆସିବ ବୋଲି ଦେଇଥିଲେ ନରବଳି

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର): ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri