Posted inଭଦ୍ରକ

ଘନକୁହୁଡ଼ି ବୋଟ୍‌କୁ କଲା ଦିଗହରା

ଚାନ୍ଦବାଲି, ୧୮।୧(ଡି.ଏନ.ଏ.)-ଘନକୁହୁଡ଼ି କାରଣରୁ ଶୁକ୍ରବାର ସକାଳେ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରୁ ଭଦ୍ରକ ଜିଲା ଚାନ୍ଦବାଲିକୁ ଆସୁଥିବା ଏକ ସରକାରୀ ବୋଟ୍‌ ଧାମରା ମୁହାଣ ନିକଟରେ ଦିଗହରା ହୋଇଯାଇଥିଲା। ସକାଳ ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଥିଲା। ଏହାର ପ୍ରାୟ ୫ ଘଣ୍ଟା ପରେ ଧାମରା ମେରାଇନ ଥାନା ଓ ରାଜନଗର ଥାନା ପୋଲିସ ପକ୍ଷରୁ ସମୁଦ୍ରରେ ବୋଟ୍‌କୁ ଠାବ କରାଯିବା ସହ ସମସ୍ତ ୨୫ ଜଣ ଯାତ୍ରୀ ଓ ୫ ବୋଟ୍‌ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ସଂସ୍ଥା(ଆଇଡବ୍ଲ୍ୟଟି)ର ଏକ ମୋଟର ବୋଟ୍‌ ଏମ୍‌ଏଲ୍‌ ମା’ଗଙ୍ଗଳା ସକାଳ ୬ଟା ବେଳେ ୨୫ ଯାତ୍ରୀଙ୍କୁ ନେଇ ତାଳଚୁଆ ଘାଟରୁ ଚାନ୍ଦବାଲିକୁ ଯିବା ପାଇଁ ଧାମରା ଘାଟକୁ ଆସୁଥିଲା। ସେଥିରେ ୫ ଜଣ ବୋଟ୍‌ କର୍ମଚାରୀ ଥିଲେ। ଘନକୁହୁଡ଼ି ଯୋଗୁ ଧାମରା ମୁହାଣରେ ବୋଟ୍‌ଟି ବାଟହୁଡ଼ି ବିପରୀତ ଦିଗରେ ମୁହାଣରୁ ସମୁଦ୍ର ମଧ୍ୟକୁ ପ୍ରାୟ ୧୦ କି.ମି. ଦୂରକୁ ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ବୋଟ୍‌ରେ ଥିବା କର୍ମଚାରୀ ଓ ଯାତ୍ରୀ ମୋବାଇଲ ଯୋଗେ ସହାୟତା ପାଇଁ ମେରାଇନ ଥାନାକୁ ଯୋଗାଯୋଗ କରିଥିଲେ। ୫ ଘଣ୍ଟା ଧରି ଯାତ୍ରୀମାନେ ସମୁଦ୍ରରେ ଫଶି ରହିଥିଲେ। ପୂର୍ବାହ୍ନ ୧୧ଟା ବେଳେ ଧାମରା ମେରାଇନ ଥାନାର ୬ କର୍ମଚାରୀ ଏକ ସ୍ପିଡ୍‌ବୋଟ୍‌ ସହାୟତାରେ ସେମାନଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଯାଇଥିଲେ। ଦିଗହରା ବୋଟ୍‌ କାଲାମ ଦ୍ୱୀପ ଓ ଉଡ଼ାବାଲି ଚଢ଼ା ମଝି ଅଞ୍ଚଳରେ ଲଙ୍ଗର ପକାଇ ଅଟକି ରହିଥିଲା। ମେରାଇନ ବୋଟ୍‌ ଉକ୍ତ ବୋଟ୍‌କୁ ବାଟ କଢ଼ାଇ ଆଣିବା ସହ ସମସ୍ତ ଯାତ୍ରୀଙ୍କୁ ଧାମରାଈ ଜେଟିକୁ ଅଣାଯାଇଥିଲା। ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଧାମରା ମେରାଇନ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

୧୩ ଲକ୍ଷ ଫଲୋଅର୍ସ ଥିବା TikTok ଷ୍ଟାରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ଇସଲାମାବାଦ,୧୭।୮: ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି।…

ଶ୍ରାବଣ ସୋମବାରରେ ବଡ଼ ଅଘଟଣ, ଦଳାଚକାଟାରେ ଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ, ଅନେକେ ଆହତ

ଲଖିସରାଇ,୧୭।୮: ବିହାରର ଲଖିସରାଇରୁ ଏକ ବଡ଼ ଖବର ଆସୁଛି। ପ୍ରସିଦ୍ଧ ଅଶୋକ ଧାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟରେ ଏକ ବଡ଼ ଘଟଣା ଘଟିଛି। ଭକ୍ତମାନେ…

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri