Odisha Elections 2024

ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବଙ୍କ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତ: ବଢ଼ିବ ଜିଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା

ଜଗତ୍‌ସିଂହପୁର ଅଫିସ, ୧୭ା୧୦: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ ନିର୍ମାଣ ନେଇ ଦାବି ହୋଇ ଆସୁଥିଲା। ଅତୀତରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାଏ କାମ ଆରମ୍ଭ ହୋଇନାହିଁ। ତେବେ ବିଲ୍ଡିଂ ନିର୍ମାଣ ନେଇ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି। ତୁରନ୍ତ କାମ ଆରମ୍ଭ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଜଗତ୍‌ସିଂହପୁର ଜିଲା ଦାୟିତ୍ୱରେ ଥିବା ନୋଡାଲ ଅଫିସର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ସେ ୧୫ ତାରିଖରୁ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତରେ ଆସି ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଜଗତ୍‌ସିଂହପୁର ରାସ୍ତା ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ଦିଆଯାଇଛି। ଏଥିସହ ଚିକିତ୍ସାଳୟ ପରିସରରେ ଥିବା ୱେଟିଂ ରୁମ୍‌କୁ ସିଲିଂ କରିବା, ଏସି ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ଯଥେଷ୍ଟ ନୁହେଁ ବୋଲି ସଚିବ ଜେନା ଅନୁଭବ କରିବା ସହ ଏହି ସଂଖ୍ୟା ବଢାଇବା ପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଏହି ୨ ଦିନ ଭିତରେ ସେ ଜିଲାର ଏକାଧିକ ବ୍ଲକ ଅଞ୍ଚଳ ପରିଦର୍ଶନ କରି ସରକାରଙ୍କ ଉନ୍ନୟନମୂଳକ ଯୋଜନାର ବାସ୍ତବ ରୂପାୟନ ଉପରେ ଅନୁଧ୍ୟାନ କରିଛନ୍ତି।
ଜେନା ୧୫ ତାରିଖ ରାତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ୧୩ଟି ଫ୍ଲାଗସିପ୍‌ ପ୍ରୋଗ୍ରାମ ଯଥା ମମତା ଯୋଜନା, ଭତ୍ତା, ନିରାମୟ, ସମଗ୍ର ଶିକ୍ଷା, ରୁରାଲ ହାଉସିଂ ଇତ୍ୟାଦିର କାର୍ଯ୍ୟାନ୍ବୟନ, ଏହା କିପରି କାର୍ଯ୍ୟ କରୁଛି ଓ ଏହାର ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉତ୍ସର୍ଗୀକୃତ ବିଦ୍ୟୁତ ଯୋଗାଣ, ବ୍ଲକର କଷ୍ଟସାଧ୍ୟ ଅଞ୍ଚଳରେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗାଇବା, ନିରାମୟ ଯୋଜନାରେ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଉପରେ ଆଲୋଚନା ହୋଇଥିଲା। ଚାଷୀଙ୍କୁ ସାର, କୀଟନାଶକ, ଫନୀ କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ କ୍ଷତିପୂରଣ, ଅଧିକ ନଡିଆ ଚାରା ବଣ୍ଟନ, ମତ୍ସ୍ୟ ଚାଷ କରୁଥିବା ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଠିକ ଭାବେ ପରାମର୍ଶ ଦେବା, ମମତା ଯୋଜନାରେ ଗର୍ଭବତୀଙ୍କୁ ୧ମ ଓ ୨ୟ କିସ୍ତି ପ୍ରୋତ୍ସାହନ ରାଶି ପ୍ରଦାନ ଓ ଏହାର ପ୍ରକୃତ ଉପଯୋଗିତା, ଅଙ୍ଗନୱାଡୀ କର୍ମୀ ଓ ହେଲପର୍‌ଙ୍କୁ ପ୍ରୋତ୍ସାହନ, ଗ୍ରାମ୍ୟ ଗୃହ ନିର୍ମାଣ, ଉଠା ଜଳ ସେଚନ ଦ୍ୱାରା ଅଗଭୀର ନଳକୂପ ଖନନ, ମିଶନ ଶକ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସୁରକ୍ଷା ଉପକରଣ ଓ ପ୍ରୋତ୍ସାହନ ରାଶି ପ୍ରଦାନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା, ଏସ୍‌ସି-ଏସ୍‌ଟି ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ଉପରେ ସମୀକ୍ଷା କରିଥିଲେ।
ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଶାସନ ସଚିବଙ୍କ ସହ କ୍ଷେତ୍ର ପରିଦର୍ଶନ ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣ ଯୋଜନାଗୁଡିକର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲାପାଳ ସଚିବଙ୍କୁ ଅବଗତ କରାଇଥିଲେ। ପ୍ରଥମେ ସଚିବ ଜଗତ୍‌ସିଂହପୁର ବ୍ଲକର ଶାଳଜଙ୍ଗାଠାରେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ, ବିଦ୍ୟାଳୟ କାନ୍ଥରେ କଳାତ୍ମକ ଚିତ୍ର ଅଙ୍କନ ଉପରେ ଗୁରୁତ୍ୱ, ଉନ୍ନତ ଶିକ୍ଷାଦାନ ନିମନ୍ତେ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବାଲିକୁଦା ଓ ଏରସମା ବ୍ଲକ ଗସ୍ତ କରିଥିଲେ। ଏରସମା ବ୍ଲକ ସୋମପୁର ପଞ୍ଚାୟତ ହଂସୁଆ ନଦୀ ପୋଲ ପରିଦର୍ଶନ, ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିର୍ମିତ ରାସ୍ତାର ଅବସ୍ଥା ଅନୁଧ୍ୟାନ କରିଥିଲେ। ସୋମପୁର ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ପ୍ରଗତି କଇଁଚ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପଦାର୍ଥ ପରିଦର୍ଶନ କରିବା ସହିତ ସୁଲଭ ମୂଲ୍ୟରେ ବିକ୍ରୟ ବ୍ୟବସ୍ଥା, ଏରସମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ପ୍ରମୁଖ ଶାସନ ସଚିବଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଅନୁପ ପାଣିଗ୍ରାହୀ, ଜିଲାପାଳ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ, ଜିଲା ଶ୍ରମ ଅଧିକାରୀ ବାବା ଆନନ୍ଦ ଦାସ, ଓରମାସ ଉପକାର୍ଯ୍ୟାଧିକାରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ବାଲିକୁଦା ବିଡିଓ କଲ୍ୟାଣୀ ପଟ୍ଟନାୟକ, ସିଡିପିଓ ସରଳା ଦେଈ, ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ପ୍ରମୁଖ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ୨ୟ ଦିନରେ ରଘୁନାଥପୁର, ତିର୍ତ୍ତୋଲ ବ୍ଲକ ଗସ୍ତ କରିଥିଲେ । ମଣିଜଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହି ପରିସରରେ ଥିବା ୩ଟି ଇଲେକ୍ଟ୍ରି ସବ୍‌ଷ୍ଟେସନ୍‌ ଉଠାଇବା ପାଇଁ ସେସୁ ପାରାଦୀପ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜଗତ୍‌ସିଂହପୁର ସହରରେ ଥିବା ପରିଷଦର ନୂତନ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

ପୋଲିଂ ଟିମରେ କର୍ତ୍ତବ୍ୟରତ ଶିକ୍ଷକଙ୍କ ମୃତ୍ୟୁ

ବଲାଙ୍ଗୀର, ୧୯ା୫( ସୁନୀଲ କୁମାର ମହାନ୍ତି): ନିର୍ବାଚନ ପାଇଁ ପୋଲିଂ ଡ୍ୟୁଟିରେ ଥିବା ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିକ୍ଷକଙ୍କ ନାଁ ସୁଶୀଲ...

ରାତି ପାହିଲେ ନିର୍ବାଚନ: ପୁରୁଷୋତ୍ତମପୁରର ୧୪୭ ବୁଥ୍‌ରେ ୧ ଲକ୍ଷ ୪୧ ହଜାର ୭୬୬ ଜଣ କରିବେ ମତଦାନ

ପୁରୁଷୋତ୍ତମପୁର,୧୯ା୫(ସିମାଞ୍ଚଳ ମିଶ୍ର): ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ରବିବାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର...

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri