Posted inଜାତୀୟ

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ ଏମ୍‌ପି ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ସୂତ୍ରରୁ ଜଣାପଡ଼ିଛି। ଆଗାମୀ ୬/୭ ଦିନ ମଧ୍ୟରେ ଦଳ ଭାଙ୍ଗିପାରେ। ଏହି ଚର୍ଚ୍ଚା ଯଦି ବାସ୍ତବ ରୂପ ନିଏ, ତେବେ ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ହେବ। ୨୦୨୨ରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାର ଗୋଟିଏ ଗୋଷ୍ଠୀ ଦଳରୁ ବାହାରିଯିବାରୁ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିଯାଇଥିଲା। ଏବେ ଶିବସେନା(ୟୁବିଟି)ରୁ ସାଂସଦମାନଙ୍କୁ ଅନ୍ୟ ଦଳକୁ ନେଇଯିବା ପାଇଁ ଉଦ୍ୟମ ଚାଲିଥିବାବେଳେ ଏକନାଥ ଶିନ୍ଦେଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖୁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଦଳର ଦ୍ୱାର ଖୋଲା ରହିଛି ବୋଲି ମଙ୍ଗଳବାର ଶିବସେନା ନେତା ପ୍ରତାପ ସରନାଏକ କହିଛନ୍ତି।
ଶିବସେନା(ୟୁବିଟି) ଏମ୍‌ପି ସଞ୍ଜୟ ଦେଶମୁଖ ସୋମବାର କେନ୍ଦ୍ରମନ୍ତ୍ରୀ ତଥା ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ନେତା ପ୍ରତାପରାଓ ଯାଦବଙ୍କୁ ଭେଟିଥିଲେ। ଏହାର ଦିନକ ପୂର୍ୱରୁ ଉଦ୍ଧବ ଡାକିଥିବା ବୈଠକରେ ଶିବସେନା (ୟୁବିଟି)ର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ମାତ୍ର ୪ ଜଣ ଯୋଗ ଦେଇଥିଲେ। ଯେଉଁମାନେ ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଆଦର୍ଶ ଏବଂ ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ନେତୃତ୍ୱ ଉପରେ ବିଶ୍ୱାସ କରନ୍ତି, ସେମାନଙ୍କୁ ଦଳରେ ସ୍ୱାଗତ କରାଯିବ। ଆଗାମୀ ଦିନରେ ଯଦି ସେମାନେ ଏକନାଥ ଶିନ୍ଦେଙ୍କ ଦଳରେ ସାମିଲ ହେବାକୁ ଚାହାନ୍ତି, ତେବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସରନାଏକ କହିଛନ୍ତି।
ଯେତେବେଳେ ଆମ ଦିନ ଆସିବ, ଦଳ କିପରି ଭାଙ୍ଗେ, ତାହା ଦେଖାଇଦେବୁ ବୋଲି ଦଳ ଭାଙ୍ଗିବା ଚର୍ଚ୍ଚାକୁ ନେଇ ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ଦଳର କେତେଜଣ ଲୋକ ସଭା ସଦସ୍ୟ ଭାଜପା ନେତୃତ୍ୱାଧୀନ ଏନ୍‌ଟିଏକୁ ଯିବା କଳ୍ପନାଜଳ୍ପନାକୁ ରାଉତ ଖଣ୍ଡନ କରିଛନ୍ତି। ଦଳରେ ଏବେ କୌଣସି ସଙ୍କଟ ନାହିଁ। ଯଦି କୌଣସି ସଙ୍କଟ ଆସେ ତାହାର ସମାଧାନ କରାଯିବ ବୋଲି ପାର୍ଲାମେଣ୍ଟ ହାଉସ୍‌ କମ୍ପ୍ଲେକ୍ସଠାରେ ରାଉତ ଖବରଦାତାମାନଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ…

ପ୍ରଶଂସା ସାଉଁଟିଛନ୍ତି ପୁରୁଷୋତ୍ତମପୁର ସବ୍‌ଇନ୍ସପେକ୍ଟର , ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଆଜି…

ପୁରୁଷୋତ୍ତମପୁର,୧୭ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ସିନିୟର ସବଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ରଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆଇ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

ଗଞ୍ଜାମ,୧୭ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସାହିରେ ଧୂମ୍‌ଧାମରେ ଚାଲିଛି ଅଗ୍ର୍ୟ ପୂଜ୍ୟ ଗଜାନନଙ୍କ ପୂଜା। ଆକର୍ଷଣୀୟ ମେଢ଼ ଅତ୍ୟାଧୁନିକ ଆଲୋକ ମାଳାରେ ସହର ଝଲସି ଉଠୁଛି।…

ହୃଦ୍‌ଘାତରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଭବାନୀପାଟଣା,୧୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ (୬୩)ଙ୍କ ବୁଧବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ନିଜ…

ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ…

ମହାକାଳପଡ଼ା,୧୭ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଭାବେ ଜଣାଶୁଣା। ଏହି ଉପକୂଳବର୍ତ୍ତୀ ନଦୀ ସମୁଦ୍ର ଧାରେ ଧାରେ ପ୍ରାକୃତିକ…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?