ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବଙ୍କ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତ: ବଢ଼ିବ ଜିଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା

ଜଗତ୍‌ସିଂହପୁର ଅଫିସ, ୧୭ା୧୦: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ ନିର୍ମାଣ ନେଇ ଦାବି ହୋଇ ଆସୁଥିଲା। ଅତୀତରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାଏ କାମ ଆରମ୍ଭ ହୋଇନାହିଁ। ତେବେ ବିଲ୍ଡିଂ ନିର୍ମାଣ ନେଇ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି। ତୁରନ୍ତ କାମ ଆରମ୍ଭ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଜଗତ୍‌ସିଂହପୁର ଜିଲା ଦାୟିତ୍ୱରେ ଥିବା ନୋଡାଲ ଅଫିସର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ସେ ୧୫ ତାରିଖରୁ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତରେ ଆସି ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଜଗତ୍‌ସିଂହପୁର ରାସ୍ତା ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ଦିଆଯାଇଛି। ଏଥିସହ ଚିକିତ୍ସାଳୟ ପରିସରରେ ଥିବା ୱେଟିଂ ରୁମ୍‌କୁ ସିଲିଂ କରିବା, ଏସି ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ଯଥେଷ୍ଟ ନୁହେଁ ବୋଲି ସଚିବ ଜେନା ଅନୁଭବ କରିବା ସହ ଏହି ସଂଖ୍ୟା ବଢାଇବା ପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଏହି ୨ ଦିନ ଭିତରେ ସେ ଜିଲାର ଏକାଧିକ ବ୍ଲକ ଅଞ୍ଚଳ ପରିଦର୍ଶନ କରି ସରକାରଙ୍କ ଉନ୍ନୟନମୂଳକ ଯୋଜନାର ବାସ୍ତବ ରୂପାୟନ ଉପରେ ଅନୁଧ୍ୟାନ କରିଛନ୍ତି।
ଜେନା ୧୫ ତାରିଖ ରାତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ୧୩ଟି ଫ୍ଲାଗସିପ୍‌ ପ୍ରୋଗ୍ରାମ ଯଥା ମମତା ଯୋଜନା, ଭତ୍ତା, ନିରାମୟ, ସମଗ୍ର ଶିକ୍ଷା, ରୁରାଲ ହାଉସିଂ ଇତ୍ୟାଦିର କାର୍ଯ୍ୟାନ୍ବୟନ, ଏହା କିପରି କାର୍ଯ୍ୟ କରୁଛି ଓ ଏହାର ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉତ୍ସର୍ଗୀକୃତ ବିଦ୍ୟୁତ ଯୋଗାଣ, ବ୍ଲକର କଷ୍ଟସାଧ୍ୟ ଅଞ୍ଚଳରେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗାଇବା, ନିରାମୟ ଯୋଜନାରେ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଉପରେ ଆଲୋଚନା ହୋଇଥିଲା। ଚାଷୀଙ୍କୁ ସାର, କୀଟନାଶକ, ଫନୀ କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ କ୍ଷତିପୂରଣ, ଅଧିକ ନଡିଆ ଚାରା ବଣ୍ଟନ, ମତ୍ସ୍ୟ ଚାଷ କରୁଥିବା ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଠିକ ଭାବେ ପରାମର୍ଶ ଦେବା, ମମତା ଯୋଜନାରେ ଗର୍ଭବତୀଙ୍କୁ ୧ମ ଓ ୨ୟ କିସ୍ତି ପ୍ରୋତ୍ସାହନ ରାଶି ପ୍ରଦାନ ଓ ଏହାର ପ୍ରକୃତ ଉପଯୋଗିତା, ଅଙ୍ଗନୱାଡୀ କର୍ମୀ ଓ ହେଲପର୍‌ଙ୍କୁ ପ୍ରୋତ୍ସାହନ, ଗ୍ରାମ୍ୟ ଗୃହ ନିର୍ମାଣ, ଉଠା ଜଳ ସେଚନ ଦ୍ୱାରା ଅଗଭୀର ନଳକୂପ ଖନନ, ମିଶନ ଶକ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସୁରକ୍ଷା ଉପକରଣ ଓ ପ୍ରୋତ୍ସାହନ ରାଶି ପ୍ରଦାନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା, ଏସ୍‌ସି-ଏସ୍‌ଟି ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ଉପରେ ସମୀକ୍ଷା କରିଥିଲେ।
ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଶାସନ ସଚିବଙ୍କ ସହ କ୍ଷେତ୍ର ପରିଦର୍ଶନ ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣ ଯୋଜନାଗୁଡିକର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲାପାଳ ସଚିବଙ୍କୁ ଅବଗତ କରାଇଥିଲେ। ପ୍ରଥମେ ସଚିବ ଜଗତ୍‌ସିଂହପୁର ବ୍ଲକର ଶାଳଜଙ୍ଗାଠାରେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ, ବିଦ୍ୟାଳୟ କାନ୍ଥରେ କଳାତ୍ମକ ଚିତ୍ର ଅଙ୍କନ ଉପରେ ଗୁରୁତ୍ୱ, ଉନ୍ନତ ଶିକ୍ଷାଦାନ ନିମନ୍ତେ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବାଲିକୁଦା ଓ ଏରସମା ବ୍ଲକ ଗସ୍ତ କରିଥିଲେ। ଏରସମା ବ୍ଲକ ସୋମପୁର ପଞ୍ଚାୟତ ହଂସୁଆ ନଦୀ ପୋଲ ପରିଦର୍ଶନ, ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିର୍ମିତ ରାସ୍ତାର ଅବସ୍ଥା ଅନୁଧ୍ୟାନ କରିଥିଲେ। ସୋମପୁର ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ପ୍ରଗତି କଇଁଚ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପଦାର୍ଥ ପରିଦର୍ଶନ କରିବା ସହିତ ସୁଲଭ ମୂଲ୍ୟରେ ବିକ୍ରୟ ବ୍ୟବସ୍ଥା, ଏରସମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ପ୍ରମୁଖ ଶାସନ ସଚିବଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଅନୁପ ପାଣିଗ୍ରାହୀ, ଜିଲାପାଳ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ, ଜିଲା ଶ୍ରମ ଅଧିକାରୀ ବାବା ଆନନ୍ଦ ଦାସ, ଓରମାସ ଉପକାର୍ଯ୍ୟାଧିକାରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ବାଲିକୁଦା ବିଡିଓ କଲ୍ୟାଣୀ ପଟ୍ଟନାୟକ, ସିଡିପିଓ ସରଳା ଦେଈ, ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ପ୍ରମୁଖ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ୨ୟ ଦିନରେ ରଘୁନାଥପୁର, ତିର୍ତ୍ତୋଲ ବ୍ଲକ ଗସ୍ତ କରିଥିଲେ । ମଣିଜଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହି ପରିସରରେ ଥିବା ୩ଟି ଇଲେକ୍ଟ୍ରି ସବ୍‌ଷ୍ଟେସନ୍‌ ଉଠାଇବା ପାଇଁ ସେସୁ ପାରାଦୀପ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜଗତ୍‌ସିଂହପୁର ସହରରେ ଥିବା ପରିଷଦର ନୂତନ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?