ଗୋଚର ଜମିରେ କାହ୍ନୁଚରଣ କଲେଜ: ୩ ମାସ ମଧ୍ୟରେ ଜିଲାପାଳ ନେବେ ପଦକ୍ଷେପ

ଯାଜପୁର ଅଫିସ,୨୩ା୨: କଲେଜଗୁଡ଼ିକର ଜମି ସମ୍ବନ୍ଧୀୟ ଅବସ୍ଥା ଜାଣିବାକୁ ସପ୍ତାହେ ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ(ଆର୍‌ଡିଇ) ପକ୍ଷରୁ ତଥ୍ୟଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ତଥ୍ୟ ଭୁବନେଶ୍ୱର ଆରଡିଇ ଅଧୀନରେ ଗଢି ଉଠିଥିବା ସମସ୍ତ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟକ୍ଷଙ୍କୁ ବିଧାନସଭା ପ୍ରଶ୍ନସଂଖ୍ୟା ୪୭୩ ଆଧାରରେ ନୋଟିସ ହୋଇଥିଲା। ତେବେ ବାରମ୍ବାର ଏନେଇ ନୋଟିସ ହୋଇଥିଲେ ହେଁ ପ୍ରାୟ କଲେଜଗୁଡ଼ିକରୁ ତଥ୍ୟ ଦାଖଲ ନ ହେବାରୁ ଆରଡିଓ ଭୁବନେଶ୍ୱର ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା। ଯେଉଁ କଲେଜ କର୍ତ୍ତୃପକ୍ଷ ଏହି ତଥ୍ୟ ଦାଖଲ କରି ନ ଥିବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ତେବେ ଯାଜପୁର ଜିଲା କୋରେଇ କାହ୍ନୁଚରଣ କଲେଜରେ ଏଭଳି ଏକ ଜମି ବିବାଦୀୟ ତଥ୍ୟ ଜଣାପଡ଼ିଛି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ୩ମାସ ମଧ୍ୟରେ ଗୋଚର ଜମିର କିସମ ପରିବର୍ତ୍ତନ(ଡି-ରିର୍ଜଭେସନ)କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।

ଯାଜପୁର ଜିଲା କୋରେଇ ବ୍ଲକରେ ସ୍ଥାପିତ ହୋଇଥିବା କାହ୍ନୁଚରଣ ମହାବିଦ୍ୟାଳୟ ତରଫରୁ ଗୋଚର ଜମିରେ ମାଟି ପକାଇବାକୁ କେନ୍ଦ୍ରକରି କ୍ଷତିଗ୍ରସ୍ତ ଚାଷୀ ୨୦୧୬ରେ ଏକ ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁପି(ସି)ପିଆଇଏଲ ନଂ. ୩୨୫୮/୨୦୧୬ ଆଣ୍ଡ ମିସ କେସ ନଂ ୩୦୮୦/୨୦୧୬) ଦାୟର କରିଥିଲେ। ଏହାକୁ ହାଇକୋର୍ଟ ବିଚାରକୁ ନେଇ ଧନେଶ୍ୱର ମାୈଜାର ରଖିତ ଖାତା ନମ୍ବର ୫୬୦, ପ୍ଲଟ ନମ୍ବର ୧୧୦(ଏରିଆ ଏ୬.୩୬୦ଡି) ଓ ପ୍ଲଟ ନମ୍ବର ୧୩୫(ଏରିଆ ଏ୬Q.୮୭୦ଡି) ଉପରେ ପୂର୍ବାବସ୍ଥା ବଜାୟ ରଖିବା ସହିତ କୌଣସି ନିର୍ମାଣ ନ କରିବାକୁ ୨୦୧୬ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଥିଲେ। ଏହାପରେ ଏହି ଜନସ୍ବାର୍ଥ ମାମଲାର ଫଇସଲା କରିବାକୁ ଯାଇ ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ୩ା୨ା୨୦୨୦ତାରିଖରେ ଏକ ଆଦେଶନାମା ଜାରି ହୋଇଥିଲା। ଉକ୍ତ ଆଦେଶ ନାମାରେ ମାନ୍ୟବର ହାଇକୋର୍ଟ ଯାଜପୁର ଜିଲାପାଳ ଓ ବ୍ୟାସନଗର ତହସିଲଦାରଙ୍କୁ ୩ମାସ ମଧ୍ୟରେ ନିୟାମାବଳୀ ଅନୁଯାୟୀ ଗୋଚର ଜମିର ପୁନଃ କିସମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, କାହ୍ନୁଚରଣ କଲେଜ ୧୯୮୭ରେ ପ୍ରତିଷ୍ଠା ହୋଇଥିଲା। ସରକାରଙ୍କ ନିୟମାନୁସାରେ ଗୋଚର ଜମିରେ କୌଣସି ଉନ୍ନୟନମୁଳକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଏଠାରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କିପରି ଭାବେ ଗୋଚର ଜମିରେ ନିର୍ମାଣ ପାଇଁ ଅନୁମତି ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାବାଦ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ସୁକିନ୍ଦା ତହସିଲଦାର(ବର୍ତ୍ତମାନ ବ୍ୟାସନଗର ତହସିଲ)୨୮ା୧୧ା୨୦୦୫ରେ ପତ୍ରସଂଖ୍ୟା. ୩୬୧୨ ମାଧ୍ୟମରେ କଲେଜର ସମ୍ପାଦକଙ୍କୁ ଜଣାଇଥିଲେ ଯେ, କାହ୍ନୁଚରଣ କଲେଜକୁ ଲିଜ୍‌ ସୂତ୍ରରେ ଜାଗା ଯୋଗାଇ ଦିଆଯାଇଛି। ଏହା ଓପିଏଚ୍‌ଇ ମକଦ୍ଦମା ସଂଖ୍ୟା ୯୦/୯୮-୯୯ ମାଧ୍ୟମରେ ମୌଜା ଧନେଶ୍ୱର ଖାତା ନଂ. ୫୬୦, ପ୍ଲଟ ନଂ. ୧୧୦, ୧୩୫ ଓ ପ୍ଲଟ ନଂ.୪୮୯(ଏରିଆ ଏ୦.୫୦ଡି)କୁ ମିଶାଇ ସମୁଦାୟ ଏ୧୦.୧୩ଡି କିସମ ଗୋଚର ଜମି ଯୋଗାଇ ଦିଆଗଲା। କିନ୍ତୁ ଏହି ଓପିଏଲ୍‌ଇ ମୋକଦ୍ଦମା ୯୦/୯୮-୯୯ ସମ୍ବନ୍ଧରେ ବ୍ୟାସନଗର ତହସିଲକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗା ଯାଇଥିଲା। ବ୍ୟାସନଗର ତହସିଲ ଆରଟିଆଇ ୪୩/୪ା୩ା୨୦୧୬ ତାରିଖରେ ଦିଆଯାଇଥିବା ତଥ୍ୟରେ ଏହି ମୋକଦ୍ଦମା ସମ୍ବନ୍ଧରେ କୌଣସି କାଗଜପତ୍ର ତହସିଲ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ। ଏହି କଲେଜ ନିର୍ମିତ ହୋଇଥିବା ଜମିଟି ସରକାରଙ୍କ ରେକର୍ଡ ଅନୁସାରେ ଗୋଚର କିସମ ଅଟେ। ଏହି ଗୋଚର ଜବରଦଖଲକୁ ଅନୁକରଣ କରି ଧନେଶ୍ୱର ମୈାଜାରେ ଦିନକୁଦିନ ସ୍ଥାନୀୟ ଲୋକମାନଙ୍କ ଗୋଚର ଜମି ଜବର ଦଖଲ ବଢିବାରେ ଲାଗିଛି ବୋଲି ତଥ୍ୟ ପ୍ରଦାନ କରାଯାଇଛି। ଏହି ମୌଜାର ୪୮୯, ୧୩୫, ୧୧୦ ଓ ୧୦ ନମ୍ବର ପ୍ଲଟ ଗୋଚର ଜମିଗୁଡ଼ିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି କବ୍‌ଜା କରି ନେଇଛନ୍ତି। ଏହାଦ୍ୱାରା ସରକାରଙ୍କ ରାଜସ୍ବ ହାନୀ ସତ୍ତ୍ୱେ ବ୍ୟାସନଗର ତହସିଲ ପ୍ରସାଶନ ନିରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏନେଇ ତହସିଲ୍‌ଦାଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri