ଗୋ ମାଂସ ବୋଝେଇ କଣ୍ଟେନର ଜବତ: ୨ ଗିରଫ

ଗୋପାଳପୁର/ପାତ୍ରପୁର,୨୧ା୬(ଡି.ଏନ୍‌.ଏ.)- ଗୋ ମାଂସ ବୋଝେଇ ଏକ କଣ୍ଟେନରକୁ ଗଞ୍ଜାମ ଜିଲା ବଜରଙ୍ଗ ଦଳର କର୍ମୀମାନେ ରବିବାର ସକାଳେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପୁରୁଷୋଥମ୍‌ପୁରମ୍‌ ନିକଟରେ ଅଟକାଇ ଥିଲେ। ପରେ ଏହାକୁ ଇଚ୍ଛାପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଚାଳକ ଓ ସହ ଚାଳକଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
କଲିକତାରୁ ୨ଟି କଣ୍ଟେନରରେ ଗୋ ମାଂସ ଚେନ୍ନାଇ ଚାଲାଣ ହେଉଥିବା ଗଞ୍ଜାମ ଜିଲା ବଜରଙ୍ଗ ଦଳର କର୍ମୀମାନଙ୍କ ନିକଟରେ ଶନିବାର ରାତିରେ ଖବର ପହଞ୍ଚତ୍ଥିଲା। ରବିବାର ଭୋର୍‌ରେ କର୍ମୀମାନେ ଜାତୀୟ ରାଜପଥ ନଂ.୧୬ ହଳଦିଆପଦର ନିକଟରେ ଜଗି ରହିଥିଲେ। ଏକ କଣ୍ଟେନର (ନଂ.ଟିଏନ୍‌୩୬ଏପି-୭୪୦୧) ସେହି ବାଟ ଦେଇ ଯାଉଥିବାବେଳେ ତାକୁ ଅଟକାଇଥିଲେ। ମାତ୍ର ଚାଳକ ଗାଡି ନ ରଖି ଦ୍ରୁତ ଗତିରେ ଆନ୍ଧ୍ର ଅଭିମୁଖେ ପଳାଇଥିଲେ। କର୍ମୀମାନେ ଏକ ଗାଡିରେ ପିଛା କରି ପୁରୁଷୋଥମ୍‌ପୁରମ ଅଞ୍ଚଳରେ କଣ୍ଟେନରଟିକୁ ଅଟକାଇଥିଲେ। ଯାଞ୍ଚ ପରେ ସେଥିରେ ଗୋ ମାଂସ ଥିବା ଦେଖିବା ପରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ଗାଡିକୁ ଜବତ କରିବା ସହ ଚାଳକ ତାମିଲନାଡୁ ତିରୁନାଭେଲି ଜିଲାର ଫ୍ରାନ୍‌ସିସି ଓ ସହ ଚାଳକ ସେଲମ୍‌ ଜିଲାର ଗଣପତି ଶେଖରଙ୍କୁ ଗିରଫ କରିଛି। ଏନେଇ ପୋଲିସ ନିଜଆଡୁ ମାମଲା (ନଂ.୩୨୨/୨୦) ରୁଜୁକରି ତଦନ୍ତ ଚଳାଇଛି। ଗାଡିରେ ୧୩୦୦ ପ୍ୟାକେଟ (୨୬୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ) ଗୋ-ମାଂସ ଥିବା ଜଣାପଡିଛି। ଜବତ ମାଂସ ଲାବରୋଟୋରିରେ ପରୀକ୍ଷା ପରେ ପ୍ୟାକେଟଗୁଡିକୁ ପୋତି ଦିଆଯିବ ବୋଲି ପୋଲିସ କହିଛି। ବଜରଙ୍ଗ ଦଳର ମହନ୍ତ ଚିନ୍ମୟାନନ୍ଦ ଦାଶ, ଅମ୍ବିକା ଦାଶ, ସୁଶାନ୍ତ ବେହେରା, ନୀଳାଞ୍ଚଳ ବିଷୋୟୀ, ଦୀପକ ମହାପାତ୍ର, ବାଲକ୍ରିଷ୍ଣା ରେଡ୍ଡୀ ପ୍ରମୁଖ ଗାଡିଟିକୁ ପିଛା କରି ଅଟକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?