ଗୁଡିପଦା ଅଞ୍ଚଳରେ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଆଣି ତଦନ୍ତ କଲା ପୋଲିସ

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଗୁଡ଼ିପଦା ଅଞ୍ଚଳରେ ରହୁଥିବା ବଢ଼ା ମାରାଣ୍ଡି (୪୮)ଙ୍କୁ ତାଙ୍କ ରକ୍ଷିତା ସୀତା ହେମ୍ବ୍ରମ (୪୩) ବୁଧବାର ଭୋର୍‌ ସମୟରେ କଟୁରୀରେ ହାଣି ହତ୍ୟା କରିବା ପରେ ବାରିପଦା ସଦର ଥାନାରେ ଆମତ୍ସମର୍ପଣ କରିଥିଲେ। ବଢାଙ୍କ ଘର ମୟୂରଭଞ୍ଜ ଜିଲା ସିରିସବଣି ଗ୍ରାମରେ। ପୋଲିସ ସୀତାଙ୍କୁ ବାରିପଦାରୁ ଆଣି ଗୁରୁବାର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲା। ଏହାପରେ ଅପରାହ୍ନ ୨ଟା ବେଳେ ସୀତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ପରେଶ ରାଉତ ପ୍ରକାଶ କରିଛନ୍ତି।
ସୀତାଙ୍କ କହିବାନୁଯାୟୀ, ବଢ଼ା ମାରାଣ୍ଡି ଭାରତୀୟ ଖାଦ୍ୟ ନିଗମ ବାଲେଶ୍ୱର ଶାଖା ଅଫିସ୍‌ରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ୨୫ବର୍ଷ ଧରି ତାଙ୍କ ସହ ବାଲେଶ୍ୱର ଅଞ୍ଚଳର ଭଡ଼ା ଘରେ ରହି ଆସୁଥିଲେ। ବଢ଼ା ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସ୍ତ୍ରୀର ମାନ୍ୟତା ଦେଉ ନ ଥିଲେ। ଏହାକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା। ପୂର୍ବରୁ ସେ ତାଙ୍କର ସମସ୍ତ ଭରଣପୋଷଣ ଦାୟିତ୍ୱ ବୁଝୁଥିଲେ। କିନ୍ତୁ ଗତ ୨ ବର୍ଷ ଧରି ସେ କିଛି ବି ବୁଝୁ ନ ଥିଲେ। ଗତ ମଙ୍ଗଳବାର ରାତିରେ ଖାଇ ସାରିବା ପରେ ଏହି ଘଟଣାକୁ ନେଇ ରାତି ୨ଟା ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବଢ଼ା ସହମତି ପ୍ରକାଶ ନ କରି ଶୋଇ ପଡ଼ିବାରୁ ସୀତା ବିରକ୍ତ ହୋଇ ବୁଧବାର ଭୋର୍‌ ସମୟରେ ଏକ ଧାରୁଆ କଟୁରୀରେ ତାଙ୍କ ବେକ ଓ ମୁଣ୍ଡରେ ଆଘାତ କରି ହତ୍ୟା କରିଥିଲେ। ଏହାପରେ ସେ ବାରିପଦା ସଦର ଥାନାରେ ଆମତ୍ସମର୍ପଣ କରିଥିଲେ। ଏ ନେଇ ଥାନାଧିକାରୀ ପରେଶ ରାଉତ କହିଛନ୍ତି, ହତ୍ୟା ଘଟଣା ନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୩୯୧/୧୯) ରୁଜୁ କରାଯାଇ ବାରିପଦା ସଦର ଥାନାରେ ଆମତ୍ସମର୍ପଣ କରିଥିବା ସୀତାଙ୍କୁ ଗିରଫ କରାଯାଇ ବାଲେଶ୍ୱର ଅଣାଯାଇଛି। ହତ୍ୟାକାରୀଙ୍କୁ ଘଟଣାସ୍ଥଳକୁ ନିଆଯାଇ ତଦନ୍ତ କରାଯିବା ପରେ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?