ଭାପୁର,୩।୭(ଡି.ଏନ.ଏ.)-ଆଷାଢର ପହିଲି ବର୍ଷାରେ ଉଡି ବୁଲନ୍ତି ରଙ୍ଗବେରଙ୍ଗର ଗୁଞ୍ଜର(ପୋକ)। ସେହି ଗୁଞ୍ଜରକୁ ଧରି ସୂତାରେ ବାନ୍ଧି ଉଡାଇ ଆନନ୍ଦ ପାଆନ୍ତି ଗ୍ରାମାଞ୍ଚଳର ପିଲାମାନେ। ହେଲେ ଗୁଞ୍ଜର ଧରିବା ୨ପିଲାଙ୍କ ପାଇଁ କାଳ ହୋଇଛି। ମଙ୍ଗଳବାର ରଙ୍ଗୀନ ଗୁଞ୍ଜର ଧରିବାକୁ ଯାଇ ପାଣିରେ ବୁଡି ୨ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ନିହଲପ୍ରସାଦ ଗ୍ରାମର ତ୍ରିନାଥ ବେହେରାଙ୍କ ଏକମାତ୍ର ପୁଅ ସୋମନାଥ (ସାଢେ ୪ ବର୍ଷ) ଓ ବିରଞ୍ଚତ୍ ବେହେରାଙ୍କ ପୁଅ ରାଜେଶ (୪ ବର୍ଷ)। ସେମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି।
ଗ୍ରାମର ୫ଜଣ ନାବାଳକ ମଧ୍ୟାହ୍ନ ୧୨ଟା ସମୟରେ ଗାଁ ମୁଣ୍ଡରେ ଥିବା ବିଲ ନିକଟସ୍ଥ ଏକ ଗଛ ପାଖକୁ ଯାଇଥିଲେ। ଉକ୍ତ ଗଛ ଡାଳରେ ବହୁ ଗୁଞ୍ଜର ବସୁ ଥିବାରୁ ତାହାକୁ ଧରିବା ପାଇଁ ପିଲାମାନେ ଉଦ୍ୟମ କରିଥିଲେ। ସମସ୍ତ ପିଲାଙ୍କ ବୟସ ୫ ବର୍ଷ ମଧ୍ୟରେ । ସୋମନାଥ ଓ ରାଜେଶ ବିଲ କଡେକଡେ ଆଗରେ ଯାଉଥିବା ବେଳେ ଅନ୍ୟ ପିଲାମାନେ ସେମାନଙ୍କ ପଛେପଛେ ଯାଉଥିଲେ। ବର୍ଷାରେ ବିଲ କଡ କାଦୁଅ ଯୋଗୁ ସୋମନାଥ ଓ ରାଜେଶଙ୍କ ଗୋଡ ଖସି ଯାଇଥିଲା। ସେମାନେ ବିଲ ଭିତରେ ଜମି ରହିଥିବା ପାଣିରେ ବୁଡିଯାଇଥିଲେ। ସମ୍ପୃକ୍ତ ୨ ଜଣ ବୁଡ଼ିଯିବାର ଦେଖି ଅନ୍ୟ ୩ ଜଣ ପିଲା ସେଠାରୁ ଦୌଡି ଯାଇଁ ଗାଁରେ କହିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ ୨ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ଭାପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଡାକ୍ତରଖାନା ପଠାଇ ଦିଆଯାଇଛି। ଫତେଗଡ଼ ରାଜସ୍ବ ନିରୀକ୍ଷକ ବୀରକିଶୋର ବେହେରା ଓ ସିଡିପିଓ ରେଣୁବାଳା ନନ୍ଦ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ
ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…
ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍ କରାଇବା ପାଇଁ କହି…
ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…
ଓଡ଼ଗାଁ ହତ୍ୟା: ସିନ୍ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…
ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…
ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…
ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…
ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍, ଅଜଗର ପାଖରେ…
ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…
ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…
ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…
ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ
ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…
ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…
ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍ ନ ଥିବାବେଳେ…
Archives

