ଗୁଞ୍ଜର ଧରିବା କାଳ ହେଲା: ପାଣିରେ ବୁଡ଼ି ୨ଶିଶୁ ମୃତ

ଭାପୁର,୩।୭(ଡି.ଏନ.ଏ.)-ଆଷାଢର ପହିଲି ବର୍ଷାରେ ଉଡି ବୁଲନ୍ତି ରଙ୍ଗବେରଙ୍ଗର ଗୁଞ୍ଜର(ପୋକ)। ସେହି ଗୁଞ୍ଜରକୁ ଧରି ସୂତାରେ ବାନ୍ଧି ଉଡାଇ ଆନନ୍ଦ ପାଆନ୍ତି ଗ୍ରାମାଞ୍ଚଳର ପିଲାମାନେ। ହେଲେ ଗୁଞ୍ଜର ଧରିବା ୨ପିଲାଙ୍କ ପାଇଁ କାଳ ହୋଇଛି। ମଙ୍ଗଳବାର ରଙ୍ଗୀନ ଗୁଞ୍ଜର ଧରିବାକୁ ଯାଇ ପାଣିରେ ବୁଡି ୨ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ନିହଲପ୍ରସାଦ ଗ୍ରାମର ତ୍ରିନାଥ ବେହେରାଙ୍କ ଏକମାତ୍ର ପୁଅ ସୋମନାଥ (ସାଢେ ୪ ବର୍ଷ) ଓ ବିରଞ୍ଚତ୍ ବେହେରାଙ୍କ ପୁଅ ରାଜେଶ (୪ ବର୍ଷ)। ସେମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି।
ଗ୍ରାମର ୫ଜଣ ନାବାଳକ ମଧ୍ୟାହ୍ନ ୧୨ଟା ସମୟରେ ଗାଁ ମୁଣ୍ଡରେ ଥିବା ବିଲ ନିକଟସ୍ଥ ଏକ ଗଛ ପାଖକୁ ଯାଇଥିଲେ। ଉକ୍ତ ଗଛ ଡାଳରେ ବହୁ ଗୁଞ୍ଜର ବସୁ ଥିବାରୁ ତାହାକୁ ଧରିବା ପାଇଁ ପିଲାମାନେ ଉଦ୍ୟମ କରିଥିଲେ। ସମସ୍ତ ପିଲାଙ୍କ ବୟସ ୫ ବର୍ଷ ମଧ୍ୟରେ । ସୋମନାଥ ଓ ରାଜେଶ ବିଲ କଡେକଡେ ଆଗରେ ଯାଉଥିବା ବେଳେ ଅନ୍ୟ ପିଲାମାନେ ସେମାନଙ୍କ ପଛେପଛେ ଯାଉଥିଲେ। ବର୍ଷାରେ ବିଲ କଡ କାଦୁଅ ଯୋଗୁ ସୋମନାଥ ଓ ରାଜେଶଙ୍କ ଗୋଡ ଖସି ଯାଇଥିଲା। ସେମାନେ ବିଲ ଭିତରେ ଜମି ରହିଥିବା ପାଣିରେ ବୁଡିଯାଇଥିଲେ। ସମ୍ପୃକ୍ତ ୨ ଜଣ ବୁଡ଼ିଯିବାର ଦେଖି ଅନ୍ୟ ୩ ଜଣ ପିଲା ସେଠାରୁ ଦୌଡି ଯାଇଁ ଗାଁରେ କହିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ ୨ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ଭାପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଡାକ୍ତରଖାନା ପଠାଇ ଦିଆଯାଇଛି। ଫତେଗଡ଼ ରାଜସ୍ବ ନିରୀକ୍ଷକ ବୀରକିଶୋର ବେହେରା ଓ ସିଡିପିଓ ରେଣୁବାଳା ନନ୍ଦ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri