ଫୁଲବାଣୀ ଅଫିସ, ୨ା୭-କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକରେ ଦୁଇ ଦିନ ତଳେ ଖଟିଆରେ ମୃତଦେହ ବୁହାଯିବା ଘଟଣା ପରେ ଜିଲା ପ୍ରଶାସନର ଚେତା ପଶିଛି ା ସୋମବାର ଜିଲା ସ୍ବାସ୍ଥ୍ୟ ବିଭାଗ ଡାକ୍ତରଖାନାରୁ ମୃତଦେହ ନେବା ପାଇଁ ଗାଇଡଲାଇନ ଜାରି କରିଛି ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଗତ ୨୯ରେ ପତ୍ର ସଂଖ୍ୟା ୭୫୪୨ରେ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଡାକ୍ତରଖାନା ଓ ଜିଲା ମୁଖ୍ୟ ଡାକ୍ତରଖାନାର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଯଦି କୌଣସିି ରୋଗୀଙ୍କର ଜିଲା ମୁଖ୍ୟ ଡାକ୍ତରଖାନା କିମ୍ବା ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ମୃତ୍ୟୁ ଘଟେ, ତାହାଲେ ମୃତଦେହକୁ ଫୁଲବାଣୀ ପୌର ପରିଷଦ କିମ୍ବା ବାଲିଗୁଡା ଏନଏସି କାର୍ଯ୍ୟାଳୟରେ ଥିବା ମହାପ୍ରାୟାଣ ଗାଡି ଜିଲା ଭିତରେ ମୃତକଙ୍କ ଘର ପର୍ଯ୍ୟନ୍ତ ନେବ। ଏଥିପାଇଁ ଧାର୍ଯ୍ୟ ମୁତାବକ ଅର୍ଥ ଦେବାକୁ ହେବ। ଯଦି ମୃତକଙ୍କ ପରିବାର ଲୋକେ ଅର୍ଥ ଦେବାକୁ ଅସମର୍ଥ ଥିବେ ତେବେ ତାଙ୍କ ସମ୍ପର୍କୀୟଙ୍କ ଅନୁରୋଧକ୍ରମେ ଏବଂ ଡାକ୍ତରଖାନା ଅଧୀକ୍ଷକ ଯଦି ଉଚିତ ମଣିବେ ତେବେ ମୃତଦେହକୁ ମହାପ୍ରାୟାଣ ଗାଡିରେ ମାଗଣାରେ ପଠାଯିବ ା ଏହି ଧାର୍ଯ୍ୟ ଅର୍ଥ ରେଡକ୍ରସ ଫଣ୍ଡରୁ ବହନ କରାଯିବ ା ଯଦି ମୃତଙ୍କ ସମ୍ପର୍କୀୟ ନିଜ ଦାୟିତ୍ୱରେ ମୃତଦେହ ନେବାକୁ ଚାହିଁବେ ତେବେ କେବଳ ୩ କିମ୍ବା ୪ ଚକିଆ ଗାଡିରେ ନେବା ପାଇଁ ଅଣ୍ଡରଟେକିଂ ଲେଖି ଛଡାଯିବା ଏ ସମସ୍ତ ଏକ ରେଜିଷ୍ଟରରେ ଲିପିବଦ୍ଧ ରହିବ ା ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିମ୍ବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ରୋଗୀଙ୍କର ମୃତ୍ୟୁ ହୁଏ ଏବଂ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ମୃତଦେହକୁ ନେବାକୁ ଚାହିଁିବେ ତେବେ ୩ କିମ୍ବା ୪ ଚକିଆ ଗାଡିରେ ନେବା ପାଇଁ ଅଣ୍ଡର ଟେକିଂ ଲେଖିଦେଇ ନେବେ। ଯଦି ଆର୍ଥିକ କାରଣରୁ ଶବ ନେବାକୁ ଅସମର୍ଥ ଥିବେ ତେବେ ସମ୍ପର୍କୀୟଙ୍କ ଅନୁରୋଧ କ୍ରମେ ବିଡିଓଙ୍କୁ ଜଣାଇବୋ ବିଡିଓ ସ୍ଥାନୀୟ ଥାନାଧିକାରୀ କିମ୍ବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହଯୋଗରେ ମୃତଦେହକୁ ପଠାଇବା ବ୍ୟବସ୍ଥା କରିବେ ା ଏଥିପାଇଁ ଯାହା ଖର୍ଚ୍ଚ ହୋଇଥିବ ତାହା ରୋଗୀ କଲ୍ୟାଣ ସମିତିରୁ ଭରଣା କରାଯିବ ା ଏନେଇ ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡାକ୍ତର ସେମାନଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ନେଇ ସଚେତନ କରାଇବୋ ଏଥିରେ ଯଦି କେଉଁଠି ଖିଲାପ ହୁଏ ତେବେ ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦାୟୀ ରହିବେ
ବୋଲି ଗାଇଡ ଲାଇନରେ ଉଲ୍ଲେଖ ରହିଛି ା
ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର; ରାମ ମନ୍ଦିର ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି
ଛତ୍ରପୁର, ୨୪।୬ (ଦିଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ନିକଟରେ ଅବସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବୁଧବାର ସକାଳେ ଚୋରି…
ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ, ଛୁଟୁଛି ଅଭିନନ୍ଦନର ସୁଅ
ଦିଗପହଣ୍ଡି, ୨୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମୋକେଇ ଗ୍ରାମର ବିଶିଷ୍ଟ ଲୋକନାଟ୍ୟ କଳାକାର ଓ ପ୍ରହଲ୍ଲାଦ ନାଟକର ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ…
ପାନୀୟ ଜଳ ପ୍ରକଳ୍ପରୁ ମିଳୁନି ପିଇବା ପାଣି: ୧୦୩ରୁ ୨୨ ଅଚଳ, ବଢ଼ୁଛି ଜନ ଅସନ୍ତୋଷ
ଦିଗପହଣ୍ଡି, ୨୩ ଜୁନ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ୨୫ଟି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ସ୍ଥାପିତ ୧୦୩ଟି ପାନୀୟ ଜଳ ପ୍ରକଳ୍ପ…
ବକେୟା ଋଣ ଚାପରେ ଯୁବକଙ୍କ ଆତ୍ମହତ୍ୟା! କାଜୁ ବଗିଚାରୁ ମିଳିଲା ମୃତଦେହ
ଭଞ୍ଜନଗର, ୨୩।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।…
ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …
ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ…
ଗଞ୍ଜାମ ଗ୍ରାସିମ୍କୁ ‘କଳିଙ୍ଗ ସିଏସଆର ଏବଂ ଇଏସଜି ଉତ୍କର୍ଷ ଜାତୀୟ ପୁରସ୍କାର-୨୦୨୫’
ଗଞ୍ଜାମ, ୨୩।୬ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍କୁ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…
୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…
ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…
ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ
ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…
Archives

