ରାସ୍ତା ଉପରେ ବୋହୁଛି ବର୍ଜ୍ୟଜଳ: ଗାଁକୁ ଆସିବାକୁ ରାଜି ହେଉନାହାନ୍ତି ଅତିଥି

ରସୁଲପୁର,୬।୩(ଡିଏନଏ): ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତର ୫ଟି ସାହିରୁ ପ୍ରଥମ ଓ ପଞ୍ଚାୟତର ବଡ ସାହି ଭାବେ ଗଣାଯାଉଥିବା ନୂଆସାହି ରାସ୍ତା ଗମନାଗମନ ଉପଯୋଗୀ ହୋଇ ରହିନାହିଁ। ଏହି ପଞ୍ଚାୟତକୁ ସ୍ବଚ୍ଛତା ପୁରସ୍କାର ମିଳିଥିବାବେଳେ ପଞ୍ଚାୟତର ପରିବେଶ ଅତ୍ୟନ୍ତ ଅସ୍ବଚ୍ଛ ଥିବା ଭଳି ପରିଲକ୍ଷିତ ହୁଏ। ବିନା ବର୍ଷାରେ ରାସ୍ତା ଉପରେ ବର୍ଜ୍ୟଜଳ ବୋହୁଛି। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଜନବସତିରୁ ବର୍ଜ୍ୟ ପାଣି ରାସ୍ତା ଉପରକୁ ଆସି ଏଭଳି ସ୍ଥିତି ଉପୁଜୁଛି ବୋଲି ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ଏଭଳି ସ୍ଥିତି ଲାଗି ରହିଛି। ଫଳରେ ଗ୍ରାମବାସୀଙ୍କ ବନ୍ଧୁବାନ୍ଧବ ଉକ୍ତ ଗାଁକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ବୋଲି କୁହାଯାଉଛି। ବଦଳି ଚାଲିଛନ୍ତି ଜନ ପ୍ରତିନିଧି। ମାତ୍ର ସେମାନଙ୍କ ସମସ୍ୟାକୁ ସବୁବେଳେ ଅଣଦେଖା କରାଯାଉଛି। ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ। କେବଳ ବ୍ୟକ୍ତି ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉଥିବାରୁ ପଞ୍ଚାୟତରେ ଗୋଷ୍ଠୀ ବିବାଦ ଦେଖାଦେଉଛି। ଉନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ବିଭିନ୍ନ ମହଲର ଲୋକଙ୍କ ସହ ଆଲୋଚନାରୁ ଜଣାପଡିଛି।
ପ୍ରକାଶ ଯେ, ନୂଆସାହିରେ ମୋଟ ୧୪୦ ପରିବାର ବସବାସ କରୁଛନ୍ତି। ଏହି ସାହିର ଅଧିକାଂଶ ଲୋକ କଂସାପିତ୍ତଳ କାରିଗର ସମ୍ପ୍ରଦାୟର ଅଟନ୍ତି। ରାସ୍ତାର ଦୁରବସ୍ଥା ଯୋଗୁ କାରିଗରଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଚାରି ଚକିଆ ଗାଡ଼ି ଗାଁ ଭିତରକୁ ଆସିପାରୁ ନ ଥିବାରୁ ସେମାନଙ୍କ ଉପତ୍ାଦିତ ସାମଗ୍ରୀ ଓ ଉପତ୍ାଦନ ପାଇଁ ଆବଶ୍ୟକ କଞ୍ଚାମାଲ ସ୍ଥାନାନ୍ତରିତ କରିବା ପାଇଁ ଅଧିକା ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏହି ରାସ୍ତା ଦେଇ ଦୈନିକ ଅନୁନ୍ୟ ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ଯାତାୟାତ କରୁଛନ୍ତି। ଏହି ପଞ୍ଚାୟତ ସହ ଜାରକା, କାଏମା, କୋତପୁର, କୁଆଖିଆ, ହରିପୁର, ରସୁଲପୁର ବ୍ଲକ, ତହସିଲ, ଥାନା ଆଦିକୁ ଯାତାୟାତ କରିବାର ମୁଖ୍ୟ ରାସ୍ତା। ପ୍ରାୟତଃ ୨୦ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ଏଠାରେ ଏକ ଢଳେଇ ରାସ୍ତା ନିର୍ମାଣ କରାଯାଇଥିଲା। ସେତେବେଳେ ରାସ୍ତା ନିର୍ମାଣରେ ତ୍ରୁଟି ଥିବାରୁ ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିଲା। କ୍ରମଶଃ ରାସ୍ତା ଉଭୟ ପାର୍ଶ୍ୱରେ ଥିବା ଡିହରୁ ମାଟି ଧୋଇ ହୋଇଆସି ରାସ୍ତା ଉପରେ ଆଣ୍ଠୁଏ ବହଳର ମାଟି ବସିଯାଇଛି। ଏନେଇ ଉର୍ମିଳା ମଳିକ ନାମକ ଜଣେ ଗୃହିଣୀଙ୍କ ସମେତ ଆହୁରି ଅନେକ ଜଣ ଏଭଳି ରାସ୍ତା ଯୋଗୁ ତାଙ୍କ ଗାଁକୁ ଅତିଥି ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏଥିପାଇଁ ସେମାନଙ୍କୁ ଲାଜ ଲାଗୁଛି ବୋଲି ପ୍ରକାଶ କରିଛନ୍ତି। ବର୍ଷବର୍ଷ କାଳ ଏହି ମାଟି ସଫା କରିବା ହେଉ ଅବା ନୂଆ ରାସ୍ତା ନିର୍ମାଣ ପାଇଁ ହେଉ, କୌଣସି ଯୋଜନା ହାତକୁ ନିଆଯାଇ ନାହିଁ। ଫଳରେ ସାଧାରଣ ଲୋକ, ସାହି ବାସିନ୍ଦାଙ୍କୁ ଯାତାୟାତ କରିବାରେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ସମ୍ପର୍କରେ ବିଧାୟିକା ସୁନନ୍ଦା ଦାସଙ୍କୁ ପଚାରିବାରୁ, ପୂର୍ବରୁ ଯେଉଁ ରାସ୍ତା ତିଆରି ହୋଇଥିଲା, ସେଥିରେ ତ୍ରୁଟି ହୋଇଥିବାରୁ ରାସ୍ତାରେ ପାଣି ଓ ମାଟି ଜମା ହୋଇ ରହୁଛି। ଏହି ତ୍ରୁଟିକୁ ସୁଧାରିବା ପାଇଁ ଓ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରୁ ୧୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅସନ୍ତା ୧୦ ତାରିଖ ପୂର୍ବରୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?