ରାସ୍ତା ଉପରେ ବୋହୁଛି ବର୍ଜ୍ୟଜଳ: ଗାଁକୁ ଆସିବାକୁ ରାଜି ହେଉନାହାନ୍ତି ଅତିଥି

ରସୁଲପୁର,୬।୩(ଡିଏନଏ): ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତର ୫ଟି ସାହିରୁ ପ୍ରଥମ ଓ ପଞ୍ଚାୟତର ବଡ ସାହି ଭାବେ ଗଣାଯାଉଥିବା ନୂଆସାହି ରାସ୍ତା ଗମନାଗମନ ଉପଯୋଗୀ ହୋଇ ରହିନାହିଁ। ଏହି ପଞ୍ଚାୟତକୁ ସ୍ବଚ୍ଛତା ପୁରସ୍କାର ମିଳିଥିବାବେଳେ ପଞ୍ଚାୟତର ପରିବେଶ ଅତ୍ୟନ୍ତ ଅସ୍ବଚ୍ଛ ଥିବା ଭଳି ପରିଲକ୍ଷିତ ହୁଏ। ବିନା ବର୍ଷାରେ ରାସ୍ତା ଉପରେ ବର୍ଜ୍ୟଜଳ ବୋହୁଛି। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଜନବସତିରୁ ବର୍ଜ୍ୟ ପାଣି ରାସ୍ତା ଉପରକୁ ଆସି ଏଭଳି ସ୍ଥିତି ଉପୁଜୁଛି ବୋଲି ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ଏଭଳି ସ୍ଥିତି ଲାଗି ରହିଛି। ଫଳରେ ଗ୍ରାମବାସୀଙ୍କ ବନ୍ଧୁବାନ୍ଧବ ଉକ୍ତ ଗାଁକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ବୋଲି କୁହାଯାଉଛି। ବଦଳି ଚାଲିଛନ୍ତି ଜନ ପ୍ରତିନିଧି। ମାତ୍ର ସେମାନଙ୍କ ସମସ୍ୟାକୁ ସବୁବେଳେ ଅଣଦେଖା କରାଯାଉଛି। ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ। କେବଳ ବ୍ୟକ୍ତି ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉଥିବାରୁ ପଞ୍ଚାୟତରେ ଗୋଷ୍ଠୀ ବିବାଦ ଦେଖାଦେଉଛି। ଉନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ବିଭିନ୍ନ ମହଲର ଲୋକଙ୍କ ସହ ଆଲୋଚନାରୁ ଜଣାପଡିଛି।
ପ୍ରକାଶ ଯେ, ନୂଆସାହିରେ ମୋଟ ୧୪୦ ପରିବାର ବସବାସ କରୁଛନ୍ତି। ଏହି ସାହିର ଅଧିକାଂଶ ଲୋକ କଂସାପିତ୍ତଳ କାରିଗର ସମ୍ପ୍ରଦାୟର ଅଟନ୍ତି। ରାସ୍ତାର ଦୁରବସ୍ଥା ଯୋଗୁ କାରିଗରଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଚାରି ଚକିଆ ଗାଡ଼ି ଗାଁ ଭିତରକୁ ଆସିପାରୁ ନ ଥିବାରୁ ସେମାନଙ୍କ ଉପତ୍ାଦିତ ସାମଗ୍ରୀ ଓ ଉପତ୍ାଦନ ପାଇଁ ଆବଶ୍ୟକ କଞ୍ଚାମାଲ ସ୍ଥାନାନ୍ତରିତ କରିବା ପାଇଁ ଅଧିକା ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏହି ରାସ୍ତା ଦେଇ ଦୈନିକ ଅନୁନ୍ୟ ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ଯାତାୟାତ କରୁଛନ୍ତି। ଏହି ପଞ୍ଚାୟତ ସହ ଜାରକା, କାଏମା, କୋତପୁର, କୁଆଖିଆ, ହରିପୁର, ରସୁଲପୁର ବ୍ଲକ, ତହସିଲ, ଥାନା ଆଦିକୁ ଯାତାୟାତ କରିବାର ମୁଖ୍ୟ ରାସ୍ତା। ପ୍ରାୟତଃ ୨୦ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ଏଠାରେ ଏକ ଢଳେଇ ରାସ୍ତା ନିର୍ମାଣ କରାଯାଇଥିଲା। ସେତେବେଳେ ରାସ୍ତା ନିର୍ମାଣରେ ତ୍ରୁଟି ଥିବାରୁ ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିଲା। କ୍ରମଶଃ ରାସ୍ତା ଉଭୟ ପାର୍ଶ୍ୱରେ ଥିବା ଡିହରୁ ମାଟି ଧୋଇ ହୋଇଆସି ରାସ୍ତା ଉପରେ ଆଣ୍ଠୁଏ ବହଳର ମାଟି ବସିଯାଇଛି। ଏନେଇ ଉର୍ମିଳା ମଳିକ ନାମକ ଜଣେ ଗୃହିଣୀଙ୍କ ସମେତ ଆହୁରି ଅନେକ ଜଣ ଏଭଳି ରାସ୍ତା ଯୋଗୁ ତାଙ୍କ ଗାଁକୁ ଅତିଥି ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏଥିପାଇଁ ସେମାନଙ୍କୁ ଲାଜ ଲାଗୁଛି ବୋଲି ପ୍ରକାଶ କରିଛନ୍ତି। ବର୍ଷବର୍ଷ କାଳ ଏହି ମାଟି ସଫା କରିବା ହେଉ ଅବା ନୂଆ ରାସ୍ତା ନିର୍ମାଣ ପାଇଁ ହେଉ, କୌଣସି ଯୋଜନା ହାତକୁ ନିଆଯାଇ ନାହିଁ। ଫଳରେ ସାଧାରଣ ଲୋକ, ସାହି ବାସିନ୍ଦାଙ୍କୁ ଯାତାୟାତ କରିବାରେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ସମ୍ପର୍କରେ ବିଧାୟିକା ସୁନନ୍ଦା ଦାସଙ୍କୁ ପଚାରିବାରୁ, ପୂର୍ବରୁ ଯେଉଁ ରାସ୍ତା ତିଆରି ହୋଇଥିଲା, ସେଥିରେ ତ୍ରୁଟି ହୋଇଥିବାରୁ ରାସ୍ତାରେ ପାଣି ଓ ମାଟି ଜମା ହୋଇ ରହୁଛି। ଏହି ତ୍ରୁଟିକୁ ସୁଧାରିବା ପାଇଁ ଓ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରୁ ୧୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅସନ୍ତା ୧୦ ତାରିଖ ପୂର୍ବରୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri