ଗରିବ ରାଜ୍ୟ ଜିଏସ୍‌ଟି ଆଦାୟରେ ଆଗୁଆ; ଓଡ଼ିଶାର ଟିକସ ସଂଗ୍ରହ ୨୦.୮%

ନୂଆଦିଲ୍ଲୀ,୧୪-୮: ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ର ପ୍ରଥମ ୪ ମାସରେ ସାମ୍ରଗୀ ଏବଂ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ଓଡ଼ିଶା, ବିହାର, ୟୁପି ଓ ମଧ୍ୟପ୍ରଦେଶ ଭଳି ଖାଉଟି ତଥା ଗରିବ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ ଏବଂ ତାମିଲନାଡୁ ଭଳି ଔଦ୍ୟୋଗିକ ଦୃଷ୍ଟିରୁ ବିକଶିତ ରାଜ୍ୟଙ୍କ ତୁଳନାରେ ଆଗୁଆ ରହିଛନ୍ତି। ଏହି ସମୟରେ ଦେଶର ମୋଟ ଜିଏସ୍‌ଟି ସଂଗ୍ରହ ୯ ପ୍ରତିଶତ ବୃଦ୍ଧି ପାଇ ୩.୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଏହି କ୍ଷେତ୍ରରେ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସବୁଠାରୁ ପଛରେ ପଡିଯାଇଛନ୍ତି। ତେବେ ଉତ୍ତର-ପୂର୍ବ ରାଜ୍ୟ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି।
ପ୍ରାପ୍ତ ତଥ୍ୟରୁ ଜଣାପଡିଛି ଯେ, ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଦିଲ୍ଲୀର ଜିଏସ୍‌ଟି ସଂଗ୍ରହ ୨% ହ୍ରାସ ପାଇ ୧୨,୭୦୦ କୋଟି ଟଙ୍କା ହୋଇଛି, ଯାହା କି, ପୂର୍ବବର୍ଷ ୧୩ ହଜାର କୋଟି ଟଙ୍କା ଥିଲା। ଉଲ୍ଲେଖ କରାଯାଇପାରେ ଯେ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶକୁ ଏକଦା ‘ବିମାରୁ’ ରାଜ୍ୟ କୁହାଯାଉଥିଲା। ଅର୍ଥାତ୍‌ ଏହି ରାଜ୍ୟଗୁଡ଼ିକୁ ରୋଗଗ୍ରସ୍ତ ବା ଗରିବ ରାଜ୍ୟ ଭାବେ ପ୍ରତିପାଦନ କରାଯାଉଛି। ତେବେ ସେମାନଙ୍କ ଜନସଂଖ୍ୟା ଅଧିକ ହୋଇଥିବାରୁ ସାମଗ୍ରୀ ଓ ସେବାର ଉପଭୋଗ ମଧ୍ୟ ଅଧିକ ହୋଇଥାଏ। ଓଡ଼ିଶାର ଜିଏସ୍‌ଟି ସଂଗ୍ରହ ସର୍ବାଧିକ ୨୦.୮% ବୃଦ୍ଧି ପାଇଛି। ଏହାପରେ ଉତ୍ତରାଖଣ୍ଡର ଜିଏସ୍‌ଟି ଆଦାୟ ହାର ୧୯.୯ ପ୍ରତିଶତ, ବିହାରର ୧୭.୮ ପ୍ରତିଶତ, ମଧ୍ୟପ୍ରଦେଶର ୧୪.୬ ପ୍ରତିଶତ, ଆସାମର ୧୪.୧ ପ୍ରତିଶତ ଏବଂ ଉତ୍ତରପ୍ରଦେଶର ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ ହୋଇଛି। ମିଡିଆକୁ ପ୍ରାପ୍ତ ସୂଚନାନୁଯାୟୀ, ଗରିବ ରାଜ୍ୟ ଭିତରେ କେବଳ ପଶ୍ଚିମବଙ୍ଗ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମଧ୍ୟରେ ଜିଏସ୍‌ଟି ଆଦାୟ ପ୍ରଦର୍ଶନ ଭଲ ହୋଇନାହିଁ। ରାଜ୍ୟ ମାତ୍ର ୬.୪% ହାରରେ ଜିଏସଟି ଆଦାୟ କରିପାରିଛି। ତେବେ ଜିଏସଟି ସଂଗ୍ରହ କ୍ଷେତ୍ରରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ସର୍ବାଧିକ ୩୯ ପ୍ରତିଶତ, ଅରୁଣାଚଳ ପ୍ରଦେଶ ୩୫ ପ୍ରତିଶତ, ସିକିମ ୩୨ ପ୍ରତିଶତ ବୃଦ୍ଧି ପାଇଛି। ତେବେ ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ସେମାନଙ୍କ ମୋଟ ଜିଏସଟି ସଂଗ୍ରହ ୧୦୦ କୋଟି ଟଙ୍କା ମଧ୍ୟରେ ସୀମିତ ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଉପଭୋଗ କରୁଥିବା ରାଜ୍ୟରେ ଜିଏସ୍‌ଟି ସଂଗ୍ରହ ବଢ଼ିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। କାରଣ ଉତ୍ପାଦକ ରାଜ୍ୟରେ ସାମଗ୍ରୀ ବ୍ୟବହାର ବୃଦ୍ଧି ପାଇବ ନାହିଁ ଏବଂ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିବ। ତେବେ ଔଦ୍ୟୋଗିକ ସମ୍ପନ୍ନ ରାଜ୍ୟଗୁଡ଼ିକର ଜିଏସ୍‌ଟି ଆଦାୟ କମିବା ଅର୍ଥ କେନ୍ଦ୍ର ସରକାର ସେମାନଙ୍କୁ ଅଧିକ କ୍ଷତିପୂରଣ ଦେବାକୁ ହେବ। ଏହା ହିଁ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହେବ। କାରଣ କ୍ଷତିପୂରଣ ବ୍ୟବସ୍ଥା ଅନୁଯାୟୀ ଜିଏସ୍‌ଟି ଆଦାୟ ବୃଦ୍ଧି ବାର୍ଷିକ ୧୪%ରୁ କମ୍‌ ହେଉଥିଲେ କେନ୍ଦ୍ର ସରକାର ରାଜ୍ୟ ସରକାରଗୁଡ଼ିକୁ କ୍ଷତିପୂରଣ ଦେବେ। ଏହି ବ୍ୟବସ୍ଥାରେ ଏବେ ଓଡ଼ିଶା ସମେତ କେତେକ ଗରିବ ରାଜ୍ୟ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଆଉ କ୍ଷତିପୂରଣ ପାଇବାକୁ ହକ୍‌ଦାର ହେବେ ନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ, ଆଇଜିଏସ୍‌ଟି ବାଣ୍ଟିବା ସମୟ ଆସିଥିବା ବେଳେ କେନ୍ଦ୍ର ସରକାରଙ୍କୁ କ୍ଷତିପୂରଣ ବାବଦରେ ଅଧିକ ବ୍ୟୟ କରିବାକୁ ପଡିବ ନିଶ୍ଚିତ ହୋଇଯାଇଛି। ତେବେ ଗରିବ ରାଜ୍ୟଗୁଡ଼ିକ ଏହାଦ୍ୱାରା ଅଧିକ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri