ଗଣେଶ ଭସାଣିକୁ ନେଇ ଗୋଷ୍ଠୀ କନ୍ଦଳ:ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳ

ନୂଆଗାଁ,୬ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପାରାଢିପି ଗ୍ରାମରେ ବୁଧବାର ଗଣେଶ ପୂଜା ଭସାଣି ବେଳେ ସବର୍ଣ୍ଣ ଓ ଅସବର୍ଣ୍ଣ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ନୂଆଗାଁ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଥାନା ଅଧିକାରୀ ମନୋରମା ମଲିକ ଗୁରୁବାର ଉଭୟ ଗୋଷ୍ଠୀର ଲୋକମାନଙ୍କୁ ଭେଟି ଘଟଣାର ଆପୋସ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ତଦନୁଯାୟୀ ଶୁକ୍ରବାର ଉଭୟ ଗୋଷ୍ଠୀର ଲୋକଙ୍କୁ ନେଇ ବୈଠକ କରାଯିବାକୁ ସ୍ଥିର ହୋଇଛି ।
ପାରାଢିପି ଗ୍ରାମର ଅସବର୍ଣ୍ଣ ଲୋକମାନେ ଗଣେଶ ଭସାଣି ଉତ୍ସବ ପାଳନ କରୁଥିଲେ। ଶୋଭାଯାତ୍ରାରେ ସେମାନେ ଡିଜେ ବଜାଇ ନାଚ କରି ସାହି ବୁଲିଥିଲେ। ଫେରିବା ସମୟରେ ସୁଶାନ୍ତ ଗୁରୁଙ୍କୁ ନାଚ କରିବା ପାଇଁ କହିଥିଲେ। କିନ୍ତୁ ସେ ମନା କରିବାରୁ କେତେଜଣ ଯୁବକ ତାଙ୍କୁ ଟାଣି ନେଇଥିଲେ। ଏହାକୁ ଗୁରୁ ବିରୋଧ କରିବା ସହ ଗାଳି ମଧ୍ୟ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅସବର୍ଣ୍ଣ ଲୋକେ ଗଣ୍ଡଗୋଳ କରିଥିଲେ। ଏପରି କି ମାଡ଼ ମାରିବାରୁ ତାଙ୍କ ମୁହଁରେ କ୍ଷତ ସୃଷ୍ଟି ହୋଇଥିବା କହିଛନ୍ତି ସୁଶାନ୍ତଙ୍କ ସମେତ ସବର୍ଣ୍ଣ ଲୋକେ। ଅସବର୍ଣ୍ଣ ଲୋକଙ୍କ ଅଭିଯୋଗ ମୁତାବକ ସେମାନଙ୍କ ଭସାଣି ଶୋଭାଯାତ୍ରାକୁ ସବର୍ଣ୍ଣ ଲୋକେ ବିରୋଧ କରିବା ସହ କୋଠଘରକୁ ଭାଙ୍ଗି ଦେଇଛନ୍ତି। ଏପରି କି କେତେଜଣଙ୍କ ଘରକୁ ଟେକାପଥର ମାରିଛନ୍ତି। ପଥର ମାଡ଼ରେ ଆଶାକର୍ମୀ ପ୍ରଭାତୀ ନାଏକ ଆହତ ହୋଇ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସବର୍ଣ୍ଣ ଲୋକେ ଆକ୍ରୋଶମୂଳକ ଭାବେ କୋଠଘର ଭାଙ୍ଗି ଦେଇଥିବା କଥା ଅସବର୍ଣ୍ଣ ଲୋକମାନେ ଅଭିଯୋଗ କରିଥିବା ବେଳେ ସବର୍ଣ୍ଣମାନେ ଏହାକୁ ଖଣ୍ଡନ କରିଛନ୍ତି। କୋଠଘର କୁହାଯାଉଥିବା ଜାଗା ସର୍ବସାଧାରଣ ସ୍ଥାନ। ଉକ୍ତ ସ୍ଥାନରେ ୧୯୯୦ ମସିହାରେ ପଞ୍ଚାୟତ ପାଇଁ ଘର ନିର୍ମାଣ କରାଯାଇଥିବା ବେଳେ ସେଠାରେ ନିଃସ୍ବାର୍ଥ ନାମକ ଏକ ସଂସ୍ଥା ଚାଲିଥିଲା। କିନ୍ତୁ କିଛିବର୍ଷ ହେଲା ଅସବର୍ଣ୍ଣ ଲୋକେ ସେହି ଘରକୁ ଅକ୍ତିଆର କରି ରଖିଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ସ୍ଥାପନ ନିମନ୍ତେ ସେହି ସ୍ଥାନକୁ ସଫାସୁତରା କରାଯାଉଥିବା କହିଛନ୍ତି ଗ୍ରାମ ସଭାପତି ନବକିଶୋର ପରିଡା। ଗ୍ରାମବାସୀଙ୍କ କହିବା ମୁତାବକ ଭଙ୍ଗାଯାଇଥିବା ଘରଟି ସରକାରୀ ଜାଗା। ତେଣୁ ଏହାକୁ କୌଣସି ଗୋଷ୍ଠୀ ଦଖଲ ନ କରି ସେଠାରେ ପାରାଢିପି ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଗଲେ ଉଭୟ ପକ୍ଷଙ୍କ କାମରେ ଆସିବ। ଅସବର୍ଣ୍ଣ ସାହି ସଭାପତି ଶ୍ରୀଧର ନାଏକ କନ୍ଦଳକୁ ନ ବଢାଇ ସମାଧାନ ଚାହୁଁଥିବାବେଳେ ସବର୍ଣ୍ଣ ଗୋଷ୍ଠୀ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?