ଗଣେଶ ଭସାଣିକୁ ନେଇ ଗୋଷ୍ଠୀ କନ୍ଦଳ:ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳ

ନୂଆଗାଁ,୬ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପାରାଢିପି ଗ୍ରାମରେ ବୁଧବାର ଗଣେଶ ପୂଜା ଭସାଣି ବେଳେ ସବର୍ଣ୍ଣ ଓ ଅସବର୍ଣ୍ଣ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ନୂଆଗାଁ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଥାନା ଅଧିକାରୀ ମନୋରମା ମଲିକ ଗୁରୁବାର ଉଭୟ ଗୋଷ୍ଠୀର ଲୋକମାନଙ୍କୁ ଭେଟି ଘଟଣାର ଆପୋସ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ତଦନୁଯାୟୀ ଶୁକ୍ରବାର ଉଭୟ ଗୋଷ୍ଠୀର ଲୋକଙ୍କୁ ନେଇ ବୈଠକ କରାଯିବାକୁ ସ୍ଥିର ହୋଇଛି ।
ପାରାଢିପି ଗ୍ରାମର ଅସବର୍ଣ୍ଣ ଲୋକମାନେ ଗଣେଶ ଭସାଣି ଉତ୍ସବ ପାଳନ କରୁଥିଲେ। ଶୋଭାଯାତ୍ରାରେ ସେମାନେ ଡିଜେ ବଜାଇ ନାଚ କରି ସାହି ବୁଲିଥିଲେ। ଫେରିବା ସମୟରେ ସୁଶାନ୍ତ ଗୁରୁଙ୍କୁ ନାଚ କରିବା ପାଇଁ କହିଥିଲେ। କିନ୍ତୁ ସେ ମନା କରିବାରୁ କେତେଜଣ ଯୁବକ ତାଙ୍କୁ ଟାଣି ନେଇଥିଲେ। ଏହାକୁ ଗୁରୁ ବିରୋଧ କରିବା ସହ ଗାଳି ମଧ୍ୟ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅସବର୍ଣ୍ଣ ଲୋକେ ଗଣ୍ଡଗୋଳ କରିଥିଲେ। ଏପରି କି ମାଡ଼ ମାରିବାରୁ ତାଙ୍କ ମୁହଁରେ କ୍ଷତ ସୃଷ୍ଟି ହୋଇଥିବା କହିଛନ୍ତି ସୁଶାନ୍ତଙ୍କ ସମେତ ସବର୍ଣ୍ଣ ଲୋକେ। ଅସବର୍ଣ୍ଣ ଲୋକଙ୍କ ଅଭିଯୋଗ ମୁତାବକ ସେମାନଙ୍କ ଭସାଣି ଶୋଭାଯାତ୍ରାକୁ ସବର୍ଣ୍ଣ ଲୋକେ ବିରୋଧ କରିବା ସହ କୋଠଘରକୁ ଭାଙ୍ଗି ଦେଇଛନ୍ତି। ଏପରି କି କେତେଜଣଙ୍କ ଘରକୁ ଟେକାପଥର ମାରିଛନ୍ତି। ପଥର ମାଡ଼ରେ ଆଶାକର୍ମୀ ପ୍ରଭାତୀ ନାଏକ ଆହତ ହୋଇ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସବର୍ଣ୍ଣ ଲୋକେ ଆକ୍ରୋଶମୂଳକ ଭାବେ କୋଠଘର ଭାଙ୍ଗି ଦେଇଥିବା କଥା ଅସବର୍ଣ୍ଣ ଲୋକମାନେ ଅଭିଯୋଗ କରିଥିବା ବେଳେ ସବର୍ଣ୍ଣମାନେ ଏହାକୁ ଖଣ୍ଡନ କରିଛନ୍ତି। କୋଠଘର କୁହାଯାଉଥିବା ଜାଗା ସର୍ବସାଧାରଣ ସ୍ଥାନ। ଉକ୍ତ ସ୍ଥାନରେ ୧୯୯୦ ମସିହାରେ ପଞ୍ଚାୟତ ପାଇଁ ଘର ନିର୍ମାଣ କରାଯାଇଥିବା ବେଳେ ସେଠାରେ ନିଃସ୍ବାର୍ଥ ନାମକ ଏକ ସଂସ୍ଥା ଚାଲିଥିଲା। କିନ୍ତୁ କିଛିବର୍ଷ ହେଲା ଅସବର୍ଣ୍ଣ ଲୋକେ ସେହି ଘରକୁ ଅକ୍ତିଆର କରି ରଖିଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ସ୍ଥାପନ ନିମନ୍ତେ ସେହି ସ୍ଥାନକୁ ସଫାସୁତରା କରାଯାଉଥିବା କହିଛନ୍ତି ଗ୍ରାମ ସଭାପତି ନବକିଶୋର ପରିଡା। ଗ୍ରାମବାସୀଙ୍କ କହିବା ମୁତାବକ ଭଙ୍ଗାଯାଇଥିବା ଘରଟି ସରକାରୀ ଜାଗା। ତେଣୁ ଏହାକୁ କୌଣସି ଗୋଷ୍ଠୀ ଦଖଲ ନ କରି ସେଠାରେ ପାରାଢିପି ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଗଲେ ଉଭୟ ପକ୍ଷଙ୍କ କାମରେ ଆସିବ। ଅସବର୍ଣ୍ଣ ସାହି ସଭାପତି ଶ୍ରୀଧର ନାଏକ କନ୍ଦଳକୁ ନ ବଢାଇ ସମାଧାନ ଚାହୁଁଥିବାବେଳେ ସବର୍ଣ୍ଣ ଗୋଷ୍ଠୀ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri