ଗଡ଼ସାହିରେ ବ୍ୟାପିଲା ଝାଡ଼ାବାନ୍ତି: ୧୫ ଆକ୍ରାନ୍ତ, ୫ ଗୁରୁତର

ଔପଦା, ୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗଡ଼ସାହି ପଞ୍ଚାୟତ ଗଡ଼ସାହି ଗ୍ରାମରେ ଝାଡାବାନ୍ତିର ପ୍ରାଦୁର୍ଭାବ ଦେଖାଦେଇଛି। ଏଥିରେ ୧୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପାହାଡ଼ ତଳି କୁନ୍ଦବାଡ଼ି ଚୁଆର ଦୂଷିତ ପାଣି ବ୍ୟବହାର ଝାଡାବାନ୍ତିର ମୁଖ୍ୟ କାରଣ ବୋଲି କୁହାଯାଉଛି।
ଅନ୍ୟପକ୍ଷେ ଗଡ଼ସାହି ଗ୍ରାମରେ ଥିବା ନଳକୂପ ଖରାପ ହେବା ପରେ ଗାଁ ଲୋକେ ନିକଟ ଗ୍ରାମର ନଳକୂପ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ପୋଖରୀ ପାଣିରେ ସ୍ନାନ, ଶୌଚ ଆଦି କରୁଥିଲେ। ପାନୀୟଜଳ ଅଭାବରୁ ପାହାଡ଼ ତଳି ଚୁଆପାଣିକୁ ମଧ୍ୟ କେତେକ ଲୋକ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। ଗତ ୭ ତାରିଖରେ ଜଣକ ପରେ ଜଣେ ୧୫ଜଣ ଝାଡ଼ାବାନ୍ତିରେ ଶିକାର ହେବା ସହ ୫ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଡାକ୍ତରୀ ଦଳ ସେଠାରେ ପହଞ୍ଚତ୍ ଚିକିତ୍ସା ଆରମ୍ଭ କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଈଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପିଓ ପୂର୍ଣ୍ଣଚନ୍ଦ୍ର ଦାସ, ସ୍ବାସ୍ଥ୍ୟକର୍ମୀ ମନୋଜ ମହାପାତ୍ର, ସ୍ବାସ୍ଥ୍ୟ ପରିଦର୍ଶିକା କନକଲତା ପାଲ ପ୍ରମୁଖ ଉପସ୍ଥିତ ରହି ଆକ୍ରାନ୍ତମାନଙ୍କ ଚିକିତ୍ସା କରୁଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ କୁନି ଖଟୁଆ (୧୯), ଦୀପକ ଖଣ୍ଡେ (୮), ନିନି ଖଣ୍ଡେଇ(୪୫), ଦୀପା ଖଣ୍ଡେ(୨୭), ସାଇବାଣୀ ସେନାପତି(୫୬)ଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଗ୍ରାମବାସୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri