ଗଡ଼କରୀଙ୍କ ୧୫ ଲକ୍ଷ କୋଟିର ନିବେଶ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ,୬-୬: କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦାୟିତ୍ୱ ସମ୍ଭାଳିବା ପରେ ଆସନ୍ତା ୫ ବର୍ଷ ପାଇଁ ଆର୍ଥିକ ବିକାଶରେ ସଡ଼କ ପରିବହନ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଯୋଗଦାନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ମିଡିଆ ସହ ସାକ୍ଷାତକାର ବେଳେ ସେ କହିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୧୫ ଲକ୍ଷ କୋଟି ଟଙ୍କାର ନିବେଶ କରାଯିବ। ଏଥିସହ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବିଶ୍ୱ ବଜାରରେ ଉପଲବ୍ଧ କରାଇ ଜିଡିପିକୁ ଗତିଶୀଳ କରିବା ଲାଗି ସେ ଯୋଜନା ପ୍ରସ୍ତୁତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି ଯେ, ଜିଡିପିର ବୃଦ୍ଧି କରିବା ତାଙ୍କର ମିଶନ ହେବ। ଜାତୀୟ ରାଜପଥ ନିର୍ମାଣ ଏବଂ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଜରିଆରେ ଏହି ଲକ୍ଷ୍ୟକୁ ପୂରଣ କରାଯିବ। ରାଜପଥ ନିର୍ମାଣ ଲାଗି ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ତଦନୁଯାୟୀ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ମୋଦି ସରକାର ଅମଳରେ ୨୨ ଗ୍ରିନ ଏକ୍ସପ୍ରେସ୍‌ଓ୍ବେ ନିର୍ମାଣ ସହ ରୋକି ହୋଇଥିବା ସମସ୍ତ ପ୍ରକଳ୍ପଗୁଡ଼ିକୁ ଆସନ୍ତା ୧୦୦ ଦିନ ଭିତରେ ପୁନର୍ବାର ଆରମ୍ଭ କରାଯିବ। ପାଓ୍ବାରଗ୍ରିଡ଼ ଢାଞ୍ଚାରେ ସଡ଼କର ମଧ୍ୟ ଗ୍ରିଡ଼ ତିଆରି କରାଯିବ। ସେ କହିଛନ୍ତି ଯେ, ପୂର୍ବ ସରକାକର ଅମଳରେ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ୧୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ କରାଯାଇଛି। ତନ୍ମଧ୍ୟରୁ ୧୧ ଲକ୍ଷ କୋଟି ଟଙ୍କା କେବଳ ରାଜପଥ ନିର୍ମାଣରେ ଖର୍ଚ୍ଚ ହୋଇଛି। ଆସନ୍ତା ୧୦୦ ଦିନ ଭିତରେ ଆଇଏଲ୍‌ଏଫ୍‌ଏସ୍‌ ଦ୍ୱାରା ଆରମ୍ଭ କରାଯାଇଥିବା ଏବଂ ଠପ୍‌ ପଡ଼ିଥିବା ସମସ୍ତ ପ୍ରକଳ୍ପକୁ ଆରମ୍ଭ କରିବା ତାଙ୍କର ପ୍ରାଥମିକତା ହେବ। ସେହିପରି ଆର୍ଥିକ ଅଭାବ କାରଣରୁ ୨୨୫ ପ୍ରକଳ୍ପ ଅଧାରେ ବନ୍ଦ ହୋଇଛି। ଅସୁବିଧାକୁ ଦୂର କରାଯାଇଛି। କେବଳ ୨୦-୨୫ ପ୍ରକଳ୍ପ ବନ୍ଦ ହୋଇପଡିରହିଛି। ଆସନ୍ତା ୧୦୦ ଦିନ ଭିତରେ ସେଗୁଡ଼ିକୁ ପୁନର୍ବାର ଚାଲୁ କରାଯିବ। ସେ କହିଛନ୍ତି ଯେ, ଦେଶର ସୀମାରେ ୧୭ ଏଭଳି ପ୍ରକଳ୍ପ ରହିଛି, ଯାହା କି ରନ୍‌ଓ୍ବେ ଭାବେ କାର୍ଯ୍ୟ କରିପାରିବ। ତନ୍ମଧ୍ୟରୁ ୧୩ଟିର ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଦିଲ୍ଲୀ-ମିରଠ ଏକ୍ସପ୍ରେସଓ୍ବେ ଆସନ୍ତା ୨ ମାସ ଭିତରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ଏବଂ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସଓ୍ବେ ନିର୍ମାଣ ଜୋର୍‌ସୋର୍‌ରେ ଚାଲିଛି। ଦୁର୍ଘଟଣାକୁ କମାଇବା ତାଙ୍କର ପ୍ରାଥମିକତା ରହିଛି। ଦେଶରେ ଏବେ ପ୍ରାୟ ୭୦୪ ବ୍ଲାକ୍‌ ସ୍ପଟ୍‌ ରହିଛି। ଏହାବ୍ୟତୀତ ପ୍ରାୟ ୮ହଜାର ଏଭଳି ବ୍ଲାକ୍‌ସ୍ପଟ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ଏଗୁଡ଼ିକୁ ଠିକ୍‌ କରାଦିଆଯିବ। ସେହିପରି ଜଏଣ୍ଟ ଭେଞ୍ଚର୍ସ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ ଏବଂ ଖଦି ଉତ୍ପାଦଗୁଡ଼ିକୁ ସାରା ବିଶ୍ୱର ବଜାରରେ ପହଞ୍ଚାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ସରକାରଙ୍କ ଏହି ପଦକ୍ଷେପରେ CJP ଅସନ୍ତୁଷ୍ଟ: ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଦେଲା ଧମକ

ନୂଆଦିଲ୍ଲୀ,୩୧।୭: କକ୍ରୋଚ ଜନତା ପାର୍ଟି (CJP) ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତିକୁ ସ୍ବାଗତ କରିଛି। ୩୬ ଦିନ ଧରି ଚାଲିଥିବା ଛାତ୍ର ପ୍ରତିବାଦ ସହିତ ପଞ୍ଜିକୃତ FIR ସମ୍ପର୍କରେ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri