ଗଛରେ ପାଚୁଛି ବାଇଗଣ, ମାଟିରେ ପୋତୁଛି ଚାଷୀ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)- ବେଗୁନିଆପଡା ବ୍ଲକର ସୁମଣ୍ଡଳ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଲକର କଞ୍ଚଣା ଓ ପୁସ୍ତପୁର ଗ୍ରାମରେ ପ୍ରଚୁର ବାଇଗଣ ଚାଷ ହୋଇଥାଏ। ଲକ୍‌ଡାଉନ ଯୋଗୁ ବହୁ ଚାଷୀ ବିକ୍ରି ହେଉ ନ ଥିବାରୁ ଏହାକୁ ତୋଳୁ ନାହାନ୍ତି। ବେଗୁନିଆପଡ଼ା ସ୍ଥିତ ଗେଞ୍ଜାରାପଲ୍ଲୀର ବାଇଗଣ ଚାଷୀ ଏ. ସିରଜୁଲୁ ଦୋରାଙ୍କ ଜମିରେ ବାଇଗଣ ପାଚି ଯାଇଥିଲେ ସୁଦ୍ଧା ବେପାରୀ କେହି କିଣିବାକୁ ଆସୁନାହାନ୍ତି। ଫଳରେ ସେ ମାଟି ଖୋଳି ପାଚିଲା ବାଇଗଣକୁ ପୋତିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ସେପଟେ ବାଇଗଣ ଚାଷ ପାଇଁ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ସୁମଣ୍ଡଳ ଓ ଭାଲିଆଝର ଗ୍ରାମର ଚାଷୀ ମଧ୍ୟ ଅଭାବୀ ବିକ୍ରି ଯୋଗୁ ଚିନ୍ତାରେ। ଗତବର୍ଷ ବସ୍ତା ୧୫୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ବସ୍ତାକୁ ୬୦ରୁ ୧୦୦ ଟଙ୍କା ବା ଅତି ବେଶୀରେ ୧୨୦ ଟଙ୍କାରେ ଦେଲେବି ବିକ୍ରି ହେଉନାହିଁ। ଏହି ବ୍ଲକରେ ୧୦୦୦ ହେକ୍ଟରରୁ ଅଧିକ ଜମିରେ ବାଇଗଣ ଚାଷ ଓ ୫୦୦ ହେକ୍ଟରରୁ ଅଧିକ ଜମିରେ ପରିବା ଚାଷ ହେଉଥିବାବେଳେ ବର୍ତ୍ତମାନ ଅଭାବୀ ବିକ୍ରି ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri