ଗଙ୍ଗାଧର ମେହେର ଜୁନିୟର କଲେଜ ସ୍ଥାନାନ୍ତର, ବିଭାଜନକକୁ ବିରୋଧ

ସମ୍ବଲପୁର, ୨୭।୫ (ବ୍ୟୁରୋ): ଗଙ୍ଗାଧର ମେହେର ଜୁନିୟର କଲେଜକୁ ଅନ୍ୟତ୍ର ସ୍ଥାନାନ୍ତର ଓ ବିଭାଜନକୁ ବିରୋଧ କରାଯାଇଛି । ସୋମବାର ଏ ନେଇ କଲେଜ ଛାତ୍ରୀଛାତ୍ର ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସେମାନେ ୫ଦଫା ସମ୍ବଳିତ ଏକ ସ୍ମାରକପତ୍ର ସମ୍ବଲପୁର ଅତିରିକ୍ତ ଜିଲାପାଳ ଅଜୟ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି। ସ୍ଥାନାନ୍ତର କି ବିଭାଗଜନ କଲେ ଆନ୍ଦୋଳନ ଭୟାବହ ହେବ ବୋଲି ଏମାନେ ଚେତାବନୀ ଦେଇଛନ୍ତି । ସତ୍ୟବ୍ରତ ପ୍ରଧାନ, ମେହେନ୍ଦି କୁମ୍ଭାର, ଦୀପ୍ତିଶିଖା କୁଲୁ, ଅଲେଖ ପ୍ରସାଦ ପାତ୍ର, ସଙ୍ଗୀତା ମେହେର, ରୋଶନ କୁମାର, ଶ୍ୱାତୀ ହୋତା, ନିତୁ ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ସ୍ବେତପଦ୍ମା ସାମଲ ପ୍ରମୁଖ ସକାଳ ୮ଟାରେ ଗଙ୍ଗାଧର ମେହେର କଲେଜ ଛକରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ହସ୍ପିଟାଲ ରୋଡ, ମୁଦିପଡା ଛକ, କୁଞ୍ଜେଲପଡା ଛକ, ବଡସଡକ, ମ୍ୟୁନିସିପାଲଟି ଛକ ଦେଇ ଏମାନେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚତ୍ଥିଲେ । ସେଠାରେ ଗଙ୍ଗାଧର ମେହେର ଜୁନିୟର କଲେଜକୁ ଅନ୍ୟତ୍ର ସ୍ଥାନାନ୍ତର ଓ ବିଭାଜନକୁ ବିରୋଧ କରି ସ୍ଲୋଗାନ ଦେଇଥିଲେ । ପୁରାତନ ଛାତ୍ର ସଂଘ ସଭ୍ୟମାନେ ମଧ୍ୟ ଏଥିରେ ସାମିଲ ଥିଲେ । ତେବେ ଏ ନେଇ କଲେଜ ଦ୍ୱିତୀୟ ବର୍ଷ ଛାତ୍ରୀ ସଙ୍ଗୀତା ମେହେର କହିଛନ୍ତି ଯେ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ନାମରେ କଲେଜ ନାମିତ ହୋଇଛି । ଏହା ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ତେଣୁ ଏହାର ସ୍ଥାନାନ୍ତର ପ୍ରଶ୍ନ ଉଠୁନାହିଁ । ସମ୍ବଲପୁର ସହରର କେନ୍ଦ୍ର ସ୍ଥଳରେ କଲେଜ ରହିଛି । ଏଠାରୁ ରେଳ ଷ୍ଟେଶନ ଓ ବସ ଷ୍ଟାଣ୍ଡ ପାଖ। ତେଣୁ ହୀରାକୁଦ, ବୁର୍ଲା, ରେଙ୍ଗାଲି, ମାନେଶ୍ୱର, ଧମା, ଗୋଶାଳା ପ୍ରଭୃତି ଅଞ୍ଚଳର ଛାତ୍ରୀଛାତ୍ର ସୁବିଧାରେ କଲେଜ ଆସିଥାନ୍ତି । ଏଥିସହ ପଶ୍ଚିମ ଓଡିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏହି ସ୍ଥାନ ସୁବିଧାଜନକ ହୋଇଥାଏ। ସେହିପରି କଲେଜ ଛାତ୍ର ହେମାନନ୍ଦ ରୋହିଦାସ କହନ୍ତି ଯେ, କଲେଜର ଅବସ୍ଥିତି ଛାତ୍ରୀଛାତ୍ର ଓ ଅଭିଭାବକ, ଅଧ୍ୟାପିକା, ଅଧ୍ୟାପକମାନଙ୍କୁ ସୁହାଉଛି । ଅପରପକ୍ଷେ ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ର ସୁବିଧାରେ ଦୈନଦିନ ସାମଗ୍ରୀ ଓ ପାଠ୍ୟ ଉପକରଣ କିଣିବାକୁ କଲେଜ ସମ୍ମୁଖ ଦୋକାନ ଗୁଡିକ ଯିବା ଆସିବା କରିଥାନ୍ତି। ତେଣୁ ଏହାକୁ ସ୍ଥାନାନ୍ତର କଲେ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେବେ। ଏଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି କଲେଜକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିରୁ ନିବୃତ୍ତ ରୁହନ୍ତୁ। ନ ହେଲେ ବିରାଟ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିବ। ଫଳରେ ପରବର୍ତ୍ତୀ ସମୟରେ ସରକାର ହେଉ କି ଜିଲା ପ୍ରଶାସନ ଏହାକୁ ସମ୍ଭାଳିକା କଷ୍ଟକର ହୋଇ ପଡିବ। ଏଣୁ ବେଳ ଥାଉ ଥାଉ ଏଥିପ୍ରତି ଜିଲାପ୍ରଶାସନ, ଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri